ETV Bharat / bharat

Defence Expo 2022: ଆଜିଠୁ ଆରମ୍ଭ ହେଲା, ବିଶ୍ୱ ଦେଖିବ ଭାରତର ଶକ୍ତି - Prime Minister Modi

ଆଜି ଠାରୁ ଗୁଜୁରାଟର ଗାନ୍ଧୀନଗରଠାରେ ଆରମ୍ଭ ହୋଇଛି ଡିଫେନ୍ସ ଏକ୍ସପୋ 2022 । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆସନ୍ତାକାଲି ବିଦ୍ଧିବଧ ଭାବେ ଉଦଘାଟନ କରିବେ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମିଲ ହୋଇ ସମ୍ବୋଧିତ କରି ଏକ୍ସପୋ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 18, 2022, 10:17 PM IST

Updated : Oct 18, 2022, 10:27 PM IST

ଗାନ୍ଧୀନଗର: ଆଜି ଠାରୁ ଗୁଜୁରାଟର ଗାନ୍ଧୀନଗର (Gandhinagar) ଠାରେ ଆରମ୍ଭ ହୋଇଛି ଡିଫେନ୍ସ ଏକ୍ସପୋ 2022 (Defence Expo 2022) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PrimeMinister Narendra Modi) ଏହାକୁ ଆସନ୍ତାକାଲି ବିଦ୍ଧିବଧ ଭାବେ ଉଦଘାଟନ କରିବେ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Defence Minister Rajnath Singh) ସିଂ ସାମିଲ ହୋଇ ସମ୍ବୋଧିତ କରି ଏକ୍ସପୋ ବୁଲି ଦେଖିଛନ୍ତି । 5 ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋରେ ଦେଶ ବିଦେଶରୁ 1320 କମ୍ପାନୀ ଭାଗ ନେଇଛନ୍ତି । 21 ଓ 22 ତାରିଖରେ ଏହି ଏକ୍ସପୋକୁ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଅନୁମତି ମିଳିବ । ଡିଫେନ୍ସ ଏକ୍ସପୋ 2022 ରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ ପାଇଁ ଅଧିକ ପ୍ରଧାନ୍ୟ ମିଳିଛି । ଚଳିତ ବର୍ଷର ଥିମ୍ ରହିଛି ପାଥ ଟୁ ପ୍ରାଇଡ( Patho to Pride )

ଏହାବି ପଢନ୍ତୁ: ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ଦୁଇ ବର୍ଷରେ ଥରେ ହୋଇଥାଏ ଆୟୋଜନ

ଡିଫେନ୍ସ ଏକ୍ସପୋର ଆୟୋଜନ ପ୍ରତ୍ୟେକ 2 ବର୍ଷରେ ଥରେ ଆୟୋଜିତ ହୋଇଥାଏ । ଏହି ସଂସ୍କରଣ ହେଉଛି ଦ୍ବାଦଶ ସଂସ୍କରଣ । ଚଳିତ ବର୍ଷ ଡିଫେନ୍ସ ଏକ୍ସପୋରେ କେବଳ ଭାରତୀୟ କମ୍ପାନୀଙ୍କୁ ସୁଯୋଗ ମିଳିଥିବା ବେଳେ, ଯେଉଁ ବିଦେଶୀ କମ୍ପାନୀଙ୍କୁ ସୁଯୋଗ ମିଳିଛି, ସେହି କମ୍ପାନୀ ଗୁଡିକ ଭାରତରେ ଉତ୍ପାଦନ କରୁଛନ୍ତି, କିମ୍ବା ସେମାନଙ୍କର ଜଏଣ୍ଟ ଭେଞ୍ଚର ରହିଛି ତଥା କୌଣସି ଭାରତୀୟ କମ୍ପାନୀ ସହଯୋଗୀ କମ୍ପାନୀ ଭାବେ କାର୍ଯ୍ୟ କରୁଛି । ଡିଫେନ୍ସ ଏକ୍ସପୋ 2022 ରେ 33 ଦେଶ ସମେତ 75 ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି ।

ଏହାବି ପଢନ୍ତୁ- Dhamnagar ByPoll: ରାଜେନ୍ଦ୍ର ଦାସଙ୍କୁ ଟିକଟେ ନଦେବା ବିଜେଡିକୁ ପଡିବ କି ମହଙ୍ଗା

ନୂଆ ଅସ୍ତ୍ର ହେବ ଲଞ୍ଚ

ଡିଫେନ୍ସ ଏକ୍ସପୋ 2022 ରେ ପାଖାପାଖି 47 ନୂଆ ଅସ୍ତ୍ର ଶସ୍ତ୍ର ଲଞ୍ଚ ହେବ । ଏହା ବାଦ 350 ହତିଆର ଟ୍ରାନ୍ସଫର ଅଫ ଟେକ୍ନୋଲୋଜୀ, ଓ 35 ପ୍ରକାର ହତିଆରର ନୂଆ ଘୋଷଣା ହେବ । ଏତତ ବ୍ୟତୀତ ଡିଫେନ୍ସ ଏକ୍ସପୋ 202 ଭାରତ- ଆଫ୍ରିକା ପ୍ରତିରକ୍ଷା ସମ୍ବାଦ ମଧ୍ୟ ଆୟୋଜନ କରାଯାଇଛି । ଯେଉଁଥିରେ ଭାଗ ନେବା ପାଇଁ 53ରୁ ଅଧିକ ଆଫ୍ରିକୀୟ ଦେଶଙ୍କୁ ସରକାର ଆମନ୍ତ୍ରିତ କରିଛନ୍ତି ।

Last Updated : Oct 18, 2022, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.