ETV Bharat / bharat

ମୃଦୁ ଭୂକମ୍ପରେ ଥରିଲା ଗୁଜୁରାଟ

ସୋମବାର ସକାଳୁ ଗୁଜୁରାଟର ଗିର ସୋମନାଥ ଜିଲ୍ଲାରେ ମୃଦୁ ଭମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Dec 7, 2020, 3:00 PM IST

ମୃଦୁ ଭୂମିକମ୍ପରେ ଥରିଲା ଗୁଜୁରାଟ
ମୃଦୁ ଭୂମିକମ୍ପରେ ଥରିଲା ଗୁଜୁରାଟ

ଗାନ୍ଧୀନଗର: ଭୂକମ୍ପ ଝଟକାରେ ଥରିଲା ଗୁଜୁରାଟର ତାଲାଲା ଅଞ୍ଚଳ । ସୋମବାର ସକାଳୁ ଗୁଜୁରାଟର ଗିର ସୋମନାଥ ଜିଲ୍ଲାରେ ମୃଦୁ ଭମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 1.7 ରୁ 3.3 ରହିଥିଲା ।

ଗାନ୍ଧୀନଗରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସୃଷ୍ଟି ହୋଇଥିବା ଭୂକମ୍ପ ମୌସୁମୀ ପରିବର୍ତ୍ତନ କାରଣରୁ ହୋଇଛି । ସୋମବାର ସକାଳୁ 1.7 ରୁ 3.3 ତୀବ୍ରତା ସହିତ ଗିର୍ ସୋମନାଥ ଜିଲ୍ଲାର ତାଲାଲାର ପୂର୍ବ-ଉତ୍ତର-ପୂର୍ବ ଅଞ୍ଚଳରେ ଭୂକମ୍ପ ରେକର୍ଡ କରାଯାଇଥିଲା ବୋଲି ଆଇଏସଆର ଜଣେ ଅଧିକାରୀ କହିଛନ୍ତି । ତେବେ ଏ ଯାଏଁ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂକମ୍ପ ଅନୁଭୂତ ସମୟରେ ଲୋକମାନେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା ।

କିଛି ଦିନ ହେବ ଲଗାତାର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ନିକଟରେ ପୋରବନ୍ଦରରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ଯାହା ପୂର୍ବରୁ ଦେଖାଯାଇ ନଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.