ETV Bharat / bharat

ଋଷରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଗାଇଡଲାଇନ୍ ଜାରି କଲା ଭାରତ - ଭାରତୀୟ ଦୂତାବାସ

ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଋଷରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ତେବେ ଋଷରେ ରହୁଥିବା ଭାରତୀୟ ଓ ଛାତ୍ରଛାତ୍ରୀଙ୍କ ଏହି ନିର୍ଦ୍ଦେଶାବଳୀ ଜାରି କରିଛି । ଅଧିକ ପଢନ୍ତୁ

ଋଷରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରୀ

author img

By

Published : Mar 11, 2022, 8:59 PM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଋଷରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ତେବେ ଋଷରେ ରହୁଥିବା ଭାରତୀୟ ଓ ଛାତ୍ରଛାତ୍ରୀଙ୍କ ଏହି ନିର୍ଦ୍ଦେଶାବଳୀ ଜାରି କରିଛି । ଏଥିସହ ଋଷ ନ ଛାଡିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି ।

ସେହିପରି ଯୁ୍ଦ୍ଧକୁ ନେଇ ଋଷରେ କୌଣଷି ସୁରକ୍ଷା ବ୍ୟବସ୍ଥାରେ ଅସୁବିଧା ନଥିବା ଉଲ୍ଲେଖ କରିଛି ଦୂତାବାସ । ତେବେ ଋଷିଆରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ସୁରକ୍ଷା ନେଇ ଦୂତାବାସର ଉପଦେଶ ଲୋଡିଥିଲେ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଏହା ସହ ଋଷ ନ ଛାଡିବାକୁ କୁହାଯାଇଥିବା ବେଳେ ସୁରକ୍ଷା ସମ୍ପର୍କିତ କଥା ପାଇଁ ଋଷିଆର ଅଧିକାରୀଙ୍କ ସହ କଥା ହେଉଛୁ ବୋଲି କହିଛି ଦୂତାବାସ ।

ସେହିଭଳି ଯୁଦ୍ଧ ପାଇଁ ଋଷିଆରେ ବ୍ୟାଙ୍କିଂ କାରବାରରେ କିଛି ସମସ୍ୟା ଦେଖାଯାଇଥିଲା । ତେବେ ଭାରତକୁ ଋଷରୁ ବିମାନ ଉଡାଣ ଜାରି ରହିଛି । ଯଦି କୌଣସି ଛାତ୍ରଛାତ୍ରୀ ଭାରତ ଫେରିବାକୁ ଚାହୁଁଛନ୍ତି ତେବେ ସେମାନେ ଯାଇ ପାରିବେ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଅଫଲାଇନରେ ପାଠ ପଢା ବ୍ୟବସ୍ଥାକୁ ଅନଲାଇନ କ୍ଲାସ କରିବାକୁ ଦୂତାବାସ ପକ୍ଷରୁ ବିଭିନ୍ନ ବିଶ୍ବ ବିଦ୍ୟାଳୟକୁ କୁହାଯାଇଛି । ଏଥିସହ କିଛି ବିଶ୍ବ ବିଦ୍ୟାଳୟ ଅନଲାଇନ କ୍ଲାସ ଆରମ୍ଭ କରିଛନ୍ତି ବୋଲି ଦୂତାବାସ ଏହି ସୂଚନା ଦେଇଛି । ଛାତ୍ରଛାତ୍ରୀ ପାଠ ପଢା ସମ୍ବନ୍ଧୀୟ ପ୍ରଶ୍ନ ପାଇଁ ନିଜର ନିଜର ବିଶ୍ବ ବିଦ୍ୟାଳୟ ସହ ଯୋଗଯୋଗ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.