ETV Bharat / bharat

ମିଳିଲା ଗାଇଡଙ୍କ ମୃତଦେହ, ଏବେ ବି ମିଳୁନି ପର୍ଯ୍ୟଟକଙ୍କ ପତ୍ତା - ଜମ୍ମୁ କାଶ୍ମୀରରେ ପର୍ଯ୍ୟଟକ ନିଖୋଜ ଘଟଣା

କଶ୍ମୀରରେ ନିଖୋଜ ଗାଇଡଙ୍କ ମିଳିଲା ମୃତଦେହ । ଏବେ ବି ନିଖୋଜ ଅନ୍ୟ ଜଣେ ପର୍ଯ୍ୟଟକ । ସର୍ଚ୍ଚ ଅପରେସନ ଜାରି । ଗତକାଲି 14 ପର୍ଯ୍ୟଟକ ନିଖୋଜ ହେବା ପରେ ଉଦ୍ଧାର ହୋଇଥିଲେ 12 । ଅଧିକ ପଢନ୍ତୁ

ମିଳିଲା ଗାଇଡଙ୍କ ମୃତଦେହ, ଏବେ ବି ମୁଳୁନି ପର୍ଯ୍ୟଟକଙ୍କ ପତ୍ତା

author img

By

Published : Jun 23, 2022, 4:34 PM IST

ଶ୍ରୀନଗର: କଶ୍ମୀର ଅନନ୍ତନାଗ ଜିଲ୍ଲାରେ ନିଖୋଜ ଥିବା ଟ୍ୟୁରିଷ୍ଟ ଗାଇଡଙ୍କର ମୃତଦେହ ଠାବ କରାଯାଇଛି । ଅନ୍ୟ ଜଣେ ନିଖୋଜ ପର୍ଯ୍ୟଟକଙ୍କର ଏବେ ଯାଏ କୌଣସି ପତ୍ତା ମିଳି ପାରିନାହିଁ । ଗତକାଲି 11 ପର୍ଯ୍ୟଟକଙ୍କ ସମେତ 3 ଗାଇଡଙ୍କୁ ମିଶାଇ ମୋଟ 14 ଜଣ ନିଖୋଜ ହୋଇଥିଲେ । ପରବର୍ତ୍ତୀ ସମୟରେ 10 ପର୍ଯ୍ୟଟକ ଓ 2 ଗାଇଡଙ୍କୁ ଠାବ କରିଥିଲା ଉଦ୍ଧାରକାରୀ ଟିମ । ଅନ୍ୟ ଦୁଇ ଜଣ ନିଖୋଜଙ୍କ ସର୍ଚ୍ଚ ପ୍ରକ୍ରିୟା ଜାରି ରହିଥିଲା । ଆଜି ନିଖୋଜ ଗାଇଡଙ୍କ ମୃତଦେହ ଠାବ ହୋଇଛି ।

ମୃତଦେହ ଉଦ୍ଧାର ହୋଇଥିବା ଗାଇଡଙ୍କ ନାମ ସକିଲ ଅହମ୍ମଦ ଓ ଏବେ ବି ନିଖୋଜ ଥିବା ଅନ୍ୟ ଜଣେ ପର୍ଯ୍ୟଟକଙ୍କ ନାମ ମହେଶ ବୋଲି ସ୍ପଷ୍ଟ ହୋଇଛି । ମହେଶ ସ୍ଥାନୀୟ ବାସିନ୍ଦା । ଏବ ବି ମହେଶଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ଉଦ୍ଧରକାରୀ ଟିମ । ତାପମାତ୍ରା ହ୍ରାସ ଓ ପ୍ରବଳ ତୁଷାରପାତ ଫଳରେ ଟ୍ରାକିଂ ପାଇଁ ଯାଇଥିବା ପର୍ଯ୍ୟଟକମାନେ ଫସି ରହିଥିଲେ । ସେମାନଙ୍କ ସହ ଯୋଗାଯୋଗ ମଧ୍ୟ ହୋଇପାରି ନଥିଲା । ପରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ କରି 12 ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.