ମୁମ୍ବାଇ: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ 10 ଜଣ ଶିକ୍ଷକ କୋରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ତେବେ ଛାତ୍ରଛାତ୍ରୀମାନେ ଘରେ ରହି ଶିକ୍ଷା ଗ୍ରହଣ କରୁଥିବାରୁ ଅଭିଭାବକମାନେ ଶିକ୍ଷାନୁଷ୍ଠାନଗୁଡିକୁ ଅଧିକ ଅନଲାଇନ ଭିଡିଓ ମାଧ୍ୟମରେ ଶିକ୍ଷାଦାନ କରିବାକୁ ଦାବି କରିଛନ୍ତି ।
ଜିଲ୍ଲାରେ କୋରୋନା ମହାମାରୀର ସ୍ଥିତି ସୁଧୁରିବା ପରେ 370 ସ୍କୁଲକୁ ଖୋଲାଯାଇଥିବା ବେଳେ ଗତ 2 ଦିନ ମଧ୍ୟରେ 40 ଶିକ୍ଷାନୁଷ୍ଠାନ ଖୋଲାଯାଇଥିଲା । ମାତ୍ର ଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକମାନେ ସଂକ୍ରମିତ ହେବା ପରେ ପୁଣି ଏହାକୁ ବନ୍ଦ କରାଯାଇଛି । ମୋଟ 58 ଜଣ ଶିକ୍ଷକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ପରେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରାୟ 23 ହଜାର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବା ପାଇଁ ଯାଉଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଘରେ ରହି ଅନଲାଇନ କ୍ଲାସ ମାଧ୍ୟମରେ ପାଠ ପଢୁଛନ୍ତି ।
ନଗର ନିଗମ କମିଶନର କାଦମ୍ବରି ବଲକାୱଡେ ଆଗାମୀ ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ନ ଖୋଲିବାକୁ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଇତିମଧ୍ୟରେ ଅଭିଭାବକମାନେ ଅନଲାଇନ ପାଠ୍ୟକ୍ରମ ପାଇଁ ଅଧିକରୁ ଅଧିକ ଅନଲାଇନ ଭିଡିଓ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଇବା ଲାଗି ଦାବି କରିଛନ୍ତି । ଶିକ୍ଷାନୁଷ୍ଠାନଗୁଡିକ କେବଳ ୟୁଟ୍ୟୁବରେ ଉପଲବ୍ଧ ହେଉଥିବା ଭିଡିଓଗୁଡିକୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ ପାଇଁ ବ୍ୟବହାର କରିବାକୁ ପ୍ରେରଣ କରୁଥିବା ବେଳେ ଶିକ୍ଷକମାନେ ନିଜେ ପଢାଉଥିବାର ଭିଡିଓ ଗୁଡିକୁ ପଠାଉ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ତେବେ ଶିକ୍ଷକମାନେ ନିଜେ ପଢାଉଥିବା ସମୟରେ ଭିଡିଓଗୁଡିକୁ ଉତ୍ତୋଳନ କରି ପଠାଇଲେ ଛାତ୍ରଛାତ୍ରୀମାନେ ବିଷୟଗୁଡିକୁ ଅଧିକ ଭଲ ଭାବେ ବୁଝି ପାରିବେ ବୋଲି ଅଭିଭାବକମାନେ କହିଛନ୍ତି ।