ETV Bharat / bharat

Twitter Tick Mark: ଟିକ୍‌ ମାର୍କ ରଙ୍ଗରେ ପରିବର୍ତ୍ତନ କଲା ଟ୍ୱିଟର, ଜାଣନ୍ତୁ କିଏ ପାଇବ କେଉଁ ରଙ୍ଗ - ବ୍ଲୁ ଟିକମାର୍କ

ୟୁଜର୍ସଙ୍କ ପାଇଁ ଏକ ନୂଆ ସେବା ଆଣିଛି ଟ୍ବିଟର । ନିର୍ଦ୍ଦିଷ୍ଟ କାଟେଗୋରୀ ଅନୁସାରେ ଆକାଉଣ୍ଟଗୁଡ଼ିକୁ ଭିନ୍ନ ଭିନ୍ନ ରଙ୍ଗର ଚେକମାର୍କ୍ସ ଦେଉଛି ଟ୍ବିଟର (Twitter Tick Mark) । ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ଚେକ୍‌ମାର୍କର ରଙ୍ଗ ବଦଳିଛି । କେଉଁ କାଟେଗୋରୀ ଆଧାରରେ କାହାକୁ କେଉଁ ରଙ୍ଗର ଚେକ୍‌ମାର୍କ ମିଳିଛି ଜାଣିବା ଲାଗି ପଢନ୍ତୁ ସମ୍ପୂର୍ଣ୍ଣ ଖବର

Twitter Tick Mark
ଟ୍ବିଟର ଟିକ୍‌ ମାର୍କ
author img

By

Published : Dec 20, 2022, 8:57 PM IST

ସାନ ଫ୍ରାନ୍ସିକୋ: ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରରେ ଏବେ ଟିକ୍‌ ମାର୍କକୁ ନେଇ ଚର୍ଚ୍ଚା (Twitter Tick Mark) । ଟ୍ବିଟର ଏବେ ୟୁଜର୍ସଙ୍କ ପାଇଁ ଏକ ନୂଆ ସେବା ଆଣିଛି । ଅପଡେଟେଡ ଭେରିଫିକେସନ ସବସ୍କ୍ରିପସନ ପ୍ରୋଗ୍ରାମ ଲଞ୍ଚ କରିଛି ଟ୍ବିଟର (Updated Verification Subscription Program of Twitter) । ଏକ ନିର୍ଦ୍ଦିଷ୍ଟ କାଟେଗୋରୀ ଅନୁସାରେ ଆକାଉଣ୍ଟଗୁଡ଼ିକୁ ଭିନ୍ନ ଭିନ୍ନ ରଙ୍ଗର ଚେକମାର୍କ୍ସ ଦେବ ଟ୍ବିଟର । ଏହା ବ୍ଲୁ, ଗ୍ରେ ଓ ଗୋଲ୍ଡ ରଙ୍ଗର ରହିଛି । ଅନେକ ଟ୍ବିଟର ଆକାଉଣ୍ଟ ଯାହାକି ପୂର୍ବରୁ ବ୍ଲୁ ରଙ୍ଗରେ ଦେଖିବାକୁ ମିଳିଥିଲା, ତାହା ଏବେ ଗୋଲ୍ଡ ରଙ୍ଗର ଦେଖିବାକୁ ମିଳୁଛି । ଆଜିଠୁ ବିଭିନ୍ନ ଦେଶର ସରକାରଙ୍କ ଟ୍ବିଟର ଆକାଉଣ୍ଟ ଗ୍ରେ ରଙ୍ଗରେ ଦେଖିବାକୁ ମିଳିଛି ।

Twitter grey Tick Mark
ଆଜିଠୁ ଲାଇଭ ଗ୍ରେ ଭେରିଫିକେସନ ଚେକ୍‌ମାର୍କ

ଏହି ଭିନ୍ନ ଭିନ୍ନ ରଙ୍ଗର ଚେକ୍‌ମାର୍କ୍ସ ବ୍ୟବସାୟ, ବ୍ୟକ୍ତିଗତ ଓ ସରକାରଙ୍କ ଆକାଉଣ୍ଟ ଲାଗି ରହିଛି । ଏହି ନୂଆ ସେବା ଆରମ୍ଭ କରିବା ଲାଗି ଟ୍ବିଟର ଭେରିଫିକେସନ ପ୍ରକ୍ରିୟାରେ କିଛି ଦିନ ପର୍ଯ୍ୟନ୍ତ ରୋକ ଲଗାଯାଇଥିଲା । ତେବେ ଆଜିଠୁ ବିଭିନ୍ନ ଦେଶର ସରକାରଙ୍କ ଟ୍ବିଟର ଆକାଉଣ୍ଟରୁ ଏହା କାର୍ଯ୍ୟକାରୀ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଶି ସୁନକଙ୍କ ଟ୍ବିଟର ଆକାଉଣ୍ଟରେ ଚେକ୍‌ମାର୍କର ରଙ୍ଗ ଗ୍ରେ ରହିଛି । ରାଷ୍ଟ୍ରର ଏମାନେ ପ୍ରମୁଖ ନେତା ତଥା ସରକାର ଥିବାରୁ ସେମାନଙ୍କ ଆକାଉଣ୍ଟର ଚେକ୍‌ମାର୍କ ରଙ୍ଗ ଗ୍ରେ ରହିଛି ।

କିଏ ପାଇବ କେଉଁ ରଙ୍ଗ ?

  • ଗୋଲ୍ଡ ଟିକ୍‌ ବା ସୁନେଲି ରଙ୍ଗର ଚେକ୍‌ମାର୍କ କମ୍ପାନୀ ବା ଅଫିସିଆଲ ବ୍ୟବସାୟ କରୁଥିବା ଆକାଉଣ୍ଟକୁ ମିଳିବ ।
  • ଗ୍ରେ ରଙ୍ଗର ଚେକ୍‌ମାର୍କ ସରକାରୀ ଆକାଉଣ୍ଟ, ସରକାର ଓ ଆଫିଲିଏଟେଡ ଆକାଉଣ୍ଟକୁ ମିଳିବ ।
  • ସେହିପରି ବ୍ଲୁ ଟିକମାର୍କ ବ୍ୟକ୍ତିଗତ ଆକାଉଣ୍ଟକୁ ମିଳିବ ।

ଟ୍ବିଟର ବ୍ଲୁ ସବସ୍କ୍ରିପସନ ସେବା:-

କମ୍ପାନୀ କହିଛି ଯେ ଟ୍ବିଟର ବ୍ଲୁ ସବସ୍କ୍ରିପସନ ସେବା ଆରମ୍ଭ ହୋଇଛି । ଏଥିଲାଗି ଆଣ୍ଡ୍ରଏଡ ୟୁଜର୍ସ ୮ ଡଲାର ଓ iPhone ୟୁଜର୍ସ ୧୧ ଡଲାର ଦେବାକୁ ପଡ଼ିବ । ଏହାସହିତ କମ୍ପାନୀ କହିଛି ଯେ ଆଜିଠୁ ଯଛଦି ୟୁଜର୍ସ ଆକାଉଣ୍ଟକୁ ସବସ୍କ୍ରାଇବ କରିବେ ତେବେ ତାଙ୍କୁ ଏଡ଼ିଟ ଟ୍ବିଟ, 1080p ଭିଡିଓ ଅପଲୋଡ଼, ରିଡର ମୋଡ୍‌ ଓ ବ୍ଲୁ ଚେକ୍‌ର ଆକ୍ସେସ ମିଳିପାରିବ । ବ୍ଲୁ ଚେକ୍‌ମାର୍କ ପାଇବା ଲାଗି ଜଣେ ୟୁଜର୍ସର ଆକାଉଣ୍ଟ ପାଖାପାଖି ୯୦ ଦିନ ପୁରୁଣା ହେବା ଆବଶ୍ୟକ ।

ଆଜିଠୁ ଲାଇଭ ଗ୍ରେ ଭେରିଫିକେସନ ଚେକ୍‌ମାର୍କ

ମଙ୍ଗଳବାରଠାରୁ ଟ୍ବିଟର ଗ୍ରେ ଭେରିଫିକେସନ ଚେକ୍‌ମାର୍କକୁ ଲାଇଭ କରିଛି । ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷ ରାଷ୍ଟ୍ରପତି ଋଶି ସୁନକଙ୍କ ଟ୍ବିଟର ଆକାଉଣ୍ଟରେ ଚେକ୍‌ମାର୍କର ରଙ୍ଗ ଗ୍ରେ ରହିଛି । ରାଷ୍ଟ୍ରର ଏମାନେ ପ୍ରମୁଖ ନେତା ତଥା ସରକାର ଥିବାରୁ ସେମାନଙ୍କ ଆକାଉଣ୍ଟର ଚେକ୍‌ମାର୍କ ରଙ୍ଗ ଗ୍ରେ ରହିଛି । ଏହି ଅପଡେଟ ପ୍ରକ୍ରିୟା ଧୀରେ ଧୀରେ କାର୍ଯ୍ୟକାରୀ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.