ETV Bharat / bharat

କାଶ୍ମୀର ଗ୍ରେନେଡ ମାଡ ଘଟଣା: ମୃତ୍ଯୁ ସଂଖ୍ୟା ୨କୁ ବୃଦ୍ଧି, ୨୪ ଆହତ

author img

By

Published : Mar 7, 2022, 12:32 PM IST

କେନ୍ଦ୍ରୀୟ କାଶ୍ମୀରର ଅମିରା କାଦଲରେ ଗ୍ରେନେଡ ମାଡ ଘଟଣା । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ଏବଂ ୨୪ ଜଣ ଆହତ । ଅଧିକ ପଢନ୍ତୁ

କାଶ୍ମୀରରେ ଗ୍ରେନେଡ ମାଡ ଘଟଣା : ମୃତ୍ଯୁ ସଂଖ୍ୟା ୨କୁ ବୃଦ୍ଧି, ୨୪ ଆହତ

ଶ୍ରୀନଗର: କେନ୍ଦ୍ରୀୟ କାଶ୍ମୀରର ଅମିରା କାଦଲରେ ଗ୍ରେନେଡ ମାଡ ଘଟଣା । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏହି ଘଟଣାରେ ୨୪ ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତ ରବିବାର ଅପରାହ୍ନରେ ଅମିରା କାଦଲ ଅଞ୍ଚଳରେ ଥିବା ଏକ ମାର୍କେଟରେ ବିସ୍ଫୋରଣ ଘଟିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିଲା ଆଜି ଏହି ସଂଖ୍ୟା ବୃଦ୍ଧି ହୋଇଛି । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:-କାଶ୍ମୀରରେ ଗ୍ରେନେଡ ମାଡ: ଜଣେ ମୃତ, 21ରୁ ଊର୍ଦ୍ଧ୍ବ ଆହତ

ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉ ଥିବାବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବଳ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.