ଚେନ୍ନାଇ: ନିର୍ବାଚନୀ ଋତୁରେ ଭୋଟରଙ୍କୁ ସଚେତନତା ପାଇଁ ଉଦ୍ୟମ । ରାସ୍ତାରେ ଠିଆ ହୋଇଛି ବୃହତ ଡିଜିଟାଲ୍ ଭୋଟିଙ୍ଗ୍ ମେସିନ୍ (ଇଭିଏମ) । ଗ୍ରେଟର ଚେନ୍ନାଇ କର୍ପୋରେସନ୍ ପକ୍ଷରୁ ପେରାମ୍ବର ଅଞ୍ଚଳର ବାରାକସ୍ ରୋଡରେ ଏହି ଇଲେକ୍ଟ୍ରୋନିସ୍ ଇଭିମ୍ ମେସିନ୍ ପ୍ରତିଷ୍ଠା ହୋଇଛି । ଆସନ୍ତା ଏପ୍ରିଲ 6ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟରଙ୍କୁ ସଚେନତା କରିବା ପାଇଁ ଏହାକୁ ଲଗାଇଛି ସ୍ଥାନୀୟ ପ୍ରଶାସନ ।
ଏହା ସହିତ କୋରନାର ଦ୍ବିତୀୟ ଲହରି ସମୟରେ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୋଟର ନିର୍ବାଚନ ପର୍ବରେ ସାମିଲ ହେବାକୁ ଅପିଲ୍ କରିଛି ସ୍ଥାନୀୟ ପ୍ରଶାସନ । ଇଭିମ୍ ପ୍ରତିକୃତି ସଦୃଶ ଏହି ଡିଜିଟାଲ୍ ଭୋଟିଙ୍ଗ ମେସନ୍ ରଙ୍ଗିନ ଆଲୋକରେ ଝଟକୁଛି । ଭୋଟଦାନ ପ୍ରତି ଭୋଟରଙ୍କୁ ଆକୃଷ୍ଟ କରିବା ଦିଗରେ ଏହା ସହାୟକ ହେବ ବୋଲି ଆଶା ରଖିଛି ପ୍ରଶାସନ ।
ପ୍ରକାଶ ଯେ, ଆସନ୍ତା ମାସ 6 ତାରିଖରେ ଗୋଟିଏ ପର୍ଯ୍ୟାୟରେ ତାମିଲନାଡୁରେ 234 ସିଟରେ ମତଦାନ ହେବ ।
ଭୋଟଦାନ ନେଇ ସଚେତନତା, ରାସ୍ତାରେ ଝଟକୁଛି ଡିଜିଟାଲ୍ EVM - Greater Chennai Corporation
ରାସ୍ତାରେ ଛିଡା ହୋଇଛି ବୃହତ ଡିଜିଟାଲ୍ ଭୋଟିଙ୍ଗ୍ ମେସିନ୍ (ଇଭିମ୍) । ଗ୍ରେଟର ଚେନ୍ନାଇ କର୍ପୋରେସନ୍ ପକ୍ଷରୁ ପେରାମ୍ବର ଅଞ୍ଚଳର ବାରାକସ୍ ରୋଡରେ ଏହି ଇଲେକ୍ଟ୍ରୋନିସ୍ ଇଭିମ୍ ମେସିନ୍ ପ୍ରତିଷ୍ଠା ହୋଇଛି । ଅଧିକ ପଢନ୍ତୁ...