ETV Bharat / bharat

ହାଇଦ୍ରାବାଦ ଲଢେଇ: ହାର ସତ୍ତ୍ବେ ବାଜିଗର ପାଲଟିଲା ବିଜେପି, 4ରୁ 40 ପାର୍‌ର ଯାତ୍ରା...

author img

By

Published : Dec 4, 2020, 11:06 PM IST

ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ ଦିନେ ଖାତା ଖୋଲିପାରୁନଥିବା ବିଜେପି 4ରୁ 40 ପାର୍‌ର ଯାତ୍ରା ସହ ଶୂନ୍ୟରୁ ଶିଖରକୁ ଚଢିବାରେ ହୋଇଛି ସକ୍ଷମ । ଅଧିକ ପଢନ୍ତୁ...

ହାଇଦ୍ରାବାଦ ଲଢେଇ: ହାର ସତ୍ତ୍ବେ ବାଜିଗର ପାଲଟିଲା ବିଜେପି,  4ରୁ 40 ପାର୍‌ର ଯାତ୍ରା...
ହାଇଦ୍ରାବାଦ ଲଢେଇ: ହାର ସତ୍ତ୍ବେ ବାଜିଗର ପାଲଟିଲା ବିଜେପି, 4ରୁ 40 ପାର୍‌ର ଯାତ୍ରା...

ହାଇଦ୍ରାବାଦ: 2016 ମସିହା.. ହାତରେ ଥିଲା ମାତ୍ର 4 ଆସନ । ଆଉ ଏବେ 2020 । ତଫାତ ମାତ୍ର 5 ବର୍ଷର । ଆଉ ଏହି 5 ବର୍ଷ ଭିତରେ 40ରୁ ଊର୍ଦ୍ଧ୍ବ ସିଟ୍‌ ଦଖଲ କରି ନବାବ ସହର ହାଇଦ୍ରାବାଦରେ ନିଜର ଦମ ଦେଖାଇଛି ବିଜେପି । ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ ଦିନେ ଖାତା ଖୋଲିପାରୁନଥିବା ବିଜେପି 4ରୁ 40 ପାର୍‌ର ଯାତ୍ରା ସହ ଶୂନ୍ୟରୁ ଶିଖରକୁ ଚଢିବାରେ ହୋଇଛି ସକ୍ଷମ ।

4 ଡିସେମ୍ବର 2020...ସର୍ବବୃହତ ନଗର ନିଗମ ହାଇଦ୍ରାବାଦର ହାଇଭୋଲ୍ଟେଜ ନିର୍ବାଚନ ଫଳାଫଳ ଉପରେ ରହିଥିଲା ସାରା ଦେଶର ନଜର । ପ୍ରାଥମିକ ଟ୍ରେଣ୍ଡରେ ବହୁମତ ପାର କରିଯାଇଥିଲା ବିଜେପି । ହେଲେ ଧିରେ ଧିରେ ଭାରି ପଡିଥିଲା ରାଜ୍ୟରେ କ୍ଷମତାସୀନ ଟିଆରଏସ । ଆଉ ଅସଦୁଦ୍ଦିନ ଓୱେସୀଙ୍କ AIMIM ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର । ଟ୍ରେଣ୍ଡରେ ବଡ ଓଲଟପାଲଟ ପରେ ଜଦିଓ ଟିଆରଏସ ଆଗେଇ ଯିବାରେ ସଫଳ ହୋଇଥିଲା, ତଥାପି କେସିଆର ଗଡରେ ବାଜିଗର ହୋଇ ଉଦ୍ଭା ହୋଇଛି ବିଜେପି । ନିର୍ବାଚନ ତ କେବଳ ମାତ୍ର ଗୋଟିଏ ଗନର ନିଗମର ଥିଲା, ହେଲେ ରୋମାଞ୍ଚକ କୌଣସି ଲୋକସଭା ଓ ବିଧାନସଭା ନିର୍ବାଚନ ଠୁ କମ ନଥିଲା । ଯେତେବେଳେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲା, ସେତେବେଳେ ସାଥ୍ ଦେବାକୁ ଲାଗିଲା ଫଳାଫଳ । ଆଉ ଦକ୍ଷିଣ ଭାରତର ଦୁର୍ଗରେ ଦ୍ବିତୀୟ ଦ୍ବାର ଖୋଲିବା ନେଇ କାମ କରିଗଲା ବିଜେପିର ରଣନୀତି ।

ଗ୍ରେଟର ହାଇଦ୍ରାବାଦ ନଗର ନିଗମର ଭୌଗଳିକ ରାଜନୀତିର ସ୍ଥିତିକୁ ଦେଖିଲେ ଏହା 4 ଜିଲ୍ଲାକୁ ବ୍ୟାପିଛି ଏହି ନଗରନିଗମ । ଯେଉଁଥିରେ ହାଇଦ୍ରାବାଦ ସହର ସମେତ ସାମିଲ ରହିଛି ମେଡଚଲ ମଲକଜଗିରି, ସଙ୍ଗାରେଡ୍ଡୀ ଓ ରଙ୍ଗାରେଡ୍ଡୀ ଜିଲ୍ଲା । ସମ୍ପୂର୍ଣ୍ଣ ଅଞ୍ଚଳ ଅଧିନରେ 23 ବିଧାସଭା କ୍ଷେତ୍ର ଆସୁଥିବା ବେଳେ ସାମିଲ ରହିଛି ତେଲେଙ୍ଗାନାର 5 ଲୋକସଭା ଆସନ ।

ଏହି କାରଣରୁ GHMC ନିର୍ବାଚନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କଠୁ ନେଇ ବିଜେପି, କଂଗ୍ରେସ ଓ ଅସଦୁଦ୍ଦିନ ଓୱେସିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ କରିଦେଇଥିଲେ ଦିନରାତି । ଗତ ଥର 4 ସିଟ୍‌ ସହ ସବୁଠୁ ପଛରେ ଥିବା ବିଜେପି ଏଥର କମାଲ କରିଦେଖାଇଛି । ବିଜେପିର ଏହି ସାନଦାର ଫରଫରମାନ୍ସର ପ୍ରଭାବ ଏବେଠୁ ଆକଳନ କରିବା ବଡ କଷ୍ଟ । ଦକ୍ଷିଣ ଭାରତରେ ପାଦ ପକାଇବାକୁ ସୁଯୋଗ ଖୋଜୁଥିବା ବିଜେପି ପାଇଁ କର୍ଣ୍ଣାଟକ ପରେ ଏବେ ତେଲେଙ୍ଗାନା, ତାମିଲନାଡୁ, କେରଳର ଅଭେଦ୍ୟ ଦୁର୍ଗ ଭେଦ କରିବା ନେଇ ମିଳିଛି ରାସ୍ତା ।

ହାଇଦ୍ରାବାଦ ନିର୍ବାଚନ ଫଳାଫଳ ପରେ ପ୍ରଶ୍ନ ଉଠିଛି ଯେ କଣ ଦକ୍ଷିଣର ଦୁର୍ଗରେ ପ୍ରବେଶ କରିବାକୁ ବିଜେପିକୁ ମିଳିବ ଦ୍ବିତୀୟ ଦ୍ବାର ? କର୍ଣ୍ଣାଟକ ପରେ ଦକ୍ଷିଣ ଭାରତର ଆଉ ଗୋଟିଏ ରାଜ୍ୟ ଦଖଲ କରିବାରେ ସଫଳ ହେବ କି ଦଳ? ଏଭଳି ସ୍ଥିତିରେ ହାଇଦ୍ରାବାଦର ନଗର ନିଗମ ନିର୍ବାଚନରେ ଅମିତ ଶାହା ଓ ଜେପି ନାଡ୍ଡାଙ୍କ ରଣନୀତିର ଫଳାଫଳ ଚମତ୍କାର ନଜର ଆସୁଛି । ଉଭୟ ନେତାଙ୍କ ନେତୃତ୍ବରେ ଦଳ ଛୋଟ ନିର୍ବାଚନକୁ ମଧ୍ୟ ହାଲୁକା ଭାବେ ଗ୍ରହଣ କରିନଥିଲା । ଏହି ନିର୍ବାଚନରେ ଜିତିବା ପାଇଁ ବିଜେପିର ଇଚ୍ଛାଶକ୍ତି ଶକ୍ତି ଦର୍ଶାଉଛି ଯେ, ଦଳ କେବଳ କଂଗ୍ରେସ ନୁହେଁ ଆଞ୍ଚଳିକ ନେତୃତ୍ବକୁ ମଧ୍ୟ ବଡ କ୍ଷତି ପହଞ୍ଚାଇବା ଲକ୍ଷ୍ୟ ନେଇ ଆଗକୁ ବଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.