ETV Bharat / bharat

PM Modi on World Radio Day: ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଯୋଗାଯୋଗର ମହାନ ମାଧ୍ୟମ - ବିଶ୍ବ ରେଡିଓ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ବିଶ୍ବ ରେଡିଓ ଦିବସରେ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଆଜିି ବି ରେଡିଓ ଯୋଗାଯୋଗର ମହାନ ମାଧ୍ୟମ । ସମାଜରେ ସବୁବେଳେ ସକରାତ୍ମକ ଭାବନା ପ୍ରସାର କରିଆସିଛି । ଅଧିକ ପଢନ୍ତୁ

PM Modi on World Radio Day: ରେଡିଓ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଯୋଗାଯୋଗର ମହାନ ମାଧ୍ୟମ

author img

By

Published : Feb 13, 2022, 8:48 PM IST

ନୂଆଦିଲ୍ଲୀ: ଆଜି ବିଶ୍ବ ରେଡିଓ ଦିବସରେ ରେଡିଓ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡିଓ ଏବେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ସହ ଲୋକଙ୍କ ମଧ୍ୟରେ ଯୋଗାଯୋଗର ଏକ ପ୍ରମୁଖ ଏବଂ ମହାନ ମାଧ୍ୟମ ହୋଇ ରହିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • World Radio Day greetings to all radio listeners and those who enrich this outstanding medium with their talent as well as creativity. Be it at home, during journeys and otherwise, the radio remains an integral part of people’s lives. It is an amazing medium to connect people.

    — Narendra Modi (@narendramodi) February 13, 2022 " class="align-text-top noRightClick twitterSection" data=" ">

୨୦୧୨ ମସିହା ଆଜିର ଦିନକୁ ଜାତିସଙ୍ଘ ସାଧାରଣ ପରିଷଦ ବିଶ୍ବ ରେଡିଓ ଦିବସ ଭାବେ ଘୋଷଣା କରିଥିଲା । ସେବେଠାରୁ ଫେବୃଆରୀ ୧୩ ତାରିଖକୁ ବିଶ୍ବବ୍ୟାପୀ ‘ବିଶ୍ବ ରେଡିଓ ଦିବସ’ ଭାବେ ପାଳନ କରାଯାଇ ଆସୁଛି । ଭାରତରେ ମଧ୍ୟ ରେଡିଓ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଖୁବ ବେଶୀ । ତେଣୁ ଏଠାରେ ମଧ୍ୟ ରେଡିଓକୁ ନେଇ ଲୋକଙ୍କ ମଧ୍ୟକେ ବେସ ଉତ୍ସୁକତା ଦେଖିବାକୁ ମିଳେ । ବର୍ତ୍ତମାନ ରେଡିଓର ବ୍ୟବହାର ପ୍ରାୟତଃ ବନ୍ଦ ହୋଇସାରିଥିବା ବେଳେ ସଂଗ୍ରହାଳୟରେ ଏକାଧିକ ପ୍ରକାରର ରେଡିଓ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯାତ୍ରା ହେଉକି ଅନ୍ୟାନ୍ୟ ସମୟରେ ରେଡିଓ ସର୍ବଦା ଲୋକଙ୍କ ସହଯୋଗୀ ଭାବେ ରହିଆସିଛି । ପ୍ରତ୍ୟେକ ପ୍ରତିକୂଳ ପରିବେଶରେ ଲୋକଙ୍କୁ ଉନ୍ନତ ସୂଚନା ପ୍ରଦାନ ଓ ଯୋଗାଯୋଗର ମାଧ୍ୟମ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ବର୍ତ୍ତମାନ ମଧ୍ୟ ମନ କି ବାତରେ ଦେଶବାସୀଙ୍କୁ ସିଧା ସମ୍ବାଦ କରିଥାନ୍ତି । ସେହି ଅଭିଜ୍ଞତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ଶୁଭେଚ୍ଛା ବାର୍ତ୍ତାରେ ମଧ୍ୟ ମନେ ପକାଇଛନ୍ତି ।

ରେଡିଓ ସମାଜରେ ଏକ ସକରାତ୍ମକ ପ୍ରଭାବ ଆଣିବାରେ ବେସ ପ୍ରଭାବୀ ଭାବେ କାର୍ଯ୍ୟ କରିଆସୁଛି । ଆଜିର ପରିବର୍ତ୍ତନରେ ମଧ୍ୟ ରେଡିଓ ତାର ଗୁରୁତ୍ବ ବଜାୟ ରଖିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.