ETV Bharat / bharat

Grand statue of Sachin: ହୋମଗ୍ରାଉଣ୍ଡ ୱାଙ୍ଖଡେରେ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

author img

By ETV Bharat Odisha Team

Published : Nov 1, 2023, 8:49 PM IST

ହୋମଗ୍ରାଉଣ୍ଡ ଓ୍ବାଙ୍ଖଡେରେ ଉନ୍ମୋଚିତ ହେଲା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ଭବ୍ୟ କାର୍ଯ୍ୟକ୍ରମରେ ସପରିବାର ସାମିଲ ହେଲେ ସଚିନ । 2013ରେ ଏହି ଗ୍ରାଉଣ୍ଡରେ 24 ବର୍ଷର କ୍ରିକେଟ କ୍ୟାରିୟରରୁ ନେଇଥିଲେ ବିଦାୟ । ଅଧିକ ପଢନ୍ତୁ

Grand statue of Sachin: ଓ୍ବାଙ୍ଖଡେରେ ସଚିନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

Grand statue of Sachin: ହୋମଗ୍ରାଉଣ୍ଡ ଓ୍ବାଙ୍ଖଡେରେ ସଚିନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ମୁମ୍ବାଇ: କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ତାଙ୍କ ହୋମଗ୍ରାଉଣ୍ଡ ମୁମ୍ବାଇର ଓ୍ବେଙ୍ଖଡେ ଷ୍ଟାଡିୟମରେ ଉନ୍ମୋଚିତ ହୋଇଛି । ଆଜି ଅପରାହ୍ନରେ ଏହାକୁ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ଉନ୍ମୋଚିତ କରିଥିବା ବେଳେ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସଚିନ ନିଜେ ମଧ୍ୟ ସପରିବାର ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ପୂର୍ବତନ କ୍ରୀଡା ପ୍ରଶାସକ ଶରଦ ପାଓ୍ବାର, ରାଜୀବ ଶୁକ୍ଳା, ବିସିସିଆଇ ସଚିବ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମୂର୍ତ୍ତିଟି 22 ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ଗ୍ୟାଲେରୀରେ ଶୋଭା ପାଇବ । ଏଥିରେ ସଚିନଙ୍କ ବ୍ୟାଟିଂ ଭଙ୍ଗୀ ପ୍ରଦର୍ଶିତ ହୋଇଛି । ଆସନ୍ତାକାଲି (୨ ତାରିଖ)ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ହେବାକୁ ଥିବା ମ୍ୟାଚ୍‌ରେ ସଚିନଙ୍କ ଏହି ପ୍ରତିମୂର୍ତ୍ତିର ଝଲକ ପାଇବେ କ୍ରିକେଟପ୍ରେମୀ ।

ସଚିନଙ୍କ ହୋମ ଗ୍ରାଉଣ୍ଡ ଓ୍ବେଙ୍ଖଡେ:-

ସଚିନ ଏହି ଗ୍ରାଉଣ୍ଡରେ ଏକାଧିକ ମ୍ୟାଚ ଖେଳିଛନ୍ତି । ସଚିନଙ୍କ ଏକାଧିକ ବିଶ୍ବ ରେକର୍ଡର ସାକ୍ଷୀ ମଧ୍ୟ ରହିଛି ଏହି ଗ୍ରାଉଣ୍ଡ । ଏହି ବର୍ଷ 50 ବର୍ଷରେ ପଦାର୍ପଣ କରିଥିବା ସଚିନଙ୍କ ସମ୍ମାନରେ ତାଙ୍କ ହୋମଗ୍ରାଉଣ୍ଡ ଓ୍ବେଙ୍ଖଡର ଗ୍ୟାଲେରୀରେ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ମହାରାଷ୍ଟ୍ର କ୍ରିକେଟ ଆସୋସିଏସ ନିଷ୍ପତ୍ତି ନେଇଥିଲା ।

2011 ମସିହା ଏପ୍ରିଲ 2 ତାରିଖରେ ଆଇସିସି ବିଶ୍ବକପ-2011ର ଫାଇନାଲ ମ୍ୟାଚ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯାଇଥିଲା । ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଏହି ମ୍ୟାଚରେ ସଚିନ ଖେଳିଥିଲେ । ଭାରତ ବିଜୟୀ ହେବା ପରେ ସଚିନଙ୍କୁ ଦଳର ଅନ୍ୟ ଖେଳାଳିମାନେ କାନ୍ଧରେ ବସାଇ ଗ୍ରାଉଣ୍ଡ ପରିକ୍ରମା କରିବାର ଦୃଶ୍ୟ ପ୍ରତ୍ୟେକ ଭାରତୀୟ ଓ ବିଦେଶୀ କ୍ରିକେଟପ୍ରେମୀଙ୍କୁ ମଧ୍ୟ ବିମୋହିତ କରିଥିଲା । 2013 ନଭେମ୍ବରରେ ସଚିନ ଏହି ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ସହ ଟେଷ୍ଟ ମ୍ୟାଚ ଖେଳିବା ପରେ ନିଜ 24 ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରୁ ଅବସର ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- କାଲି ମାଷ୍ଟର ବ୍ଲାଷ୍ଟରଙ୍କ ୨୨ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ, ହୋମଗ୍ରାଉଣ୍ଡ ବନିବ ସାକ୍ଷୀ

କ୍ରିକେଟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇସାରିଛନ୍ତି ସଚିନ । ସେ ନିଜ କ୍ୟାରିୟରରେ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ମୋଟ ୧୫,୮୨୧ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି ଏକଦିବସୀୟ ମ୍ୟାଚରେ ସେ ୧୮,୪୨୬ ରନ‌୍‌ କରିଛନ୍ତି । ଏକାଧିକ ବିଶ୍ବ ରେକର୍ଡର ଅଧିକାରୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି ମଧ୍ୟ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.