ETV Bharat / bharat

ଉତ୍ତରାଧିକାରୀ ସୁପାରିଶ ପାଇଁ ପ୍ରଧାନ ବିଚାରପତିଙ୍କୁ କେନ୍ଦ୍ରର ଚିଠି - ଏନ ଭି ରମଣାଙ୍କ ଉତ୍ତରାଧିକାରୀ

ଉତ୍ତରାଧିକାରୀ ଚୟନ କରିବେ ପ୍ରଧାନ ବିଚାରପତି ଏନ.ଭି ରମଣା । ଚିଠି ଲେଖିଲା କେନ୍ଦ୍ର ଆଇନ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଉତ୍ତରାଧିକାରୀ ସୁପାରିଶ ପାଇଁ ପ୍ରଧାନ ବିଚାରପତିଙ୍କୁ କେନ୍ଦ୍ରର ଚିଠି

author img

By

Published : Aug 3, 2022, 11:03 PM IST

ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ଉତ୍ତରାଧିକାରୀ ସୁପାରିଶ କରିବା ପାଇଁ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କୁ ଚିଠି ଲଖିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଲେଖା ଯାଇଥିବା ଏହି ଚିଠି ପ୍ରଧାନ ବିଚାରପତିଙ୍କ ସେକ୍ରେଟେରିଏଟ ଗ୍ରହଣ କରିଥିବା ଜଣାପଡିଛି । ଏଥିରେ ନ୍ୟାୟିକ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜର ଉତ୍ତରାଧିକାରୀ ସୁପାରିଶ କରିବାର ପରମ୍ପରା ଅନୁସାରେ, ନାମ ସୁପାରିଶ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

2021 ମସିହା ଏପ୍ରିଲ 24 ତାରିଖରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଜଷ୍ଟିସ ଏନ.ଭି ରମଣା । ତେବେ ତାଙ୍କ କାର୍ଯ୍ୟକାଳ ଚଳିତ ମାସ (ଅଗଷ୍ଟ) 26 ତାରିଖରେ ଶେଷ ହେବାକୁ ଯାଉଛି । ସେ ତାଙ୍କ ଉତ୍ତରାଧିକାରୀ ଭାବେ କେହି ଜଣେ ବରିଷ୍ଠ ବିଚାରପତିଙ୍କ ନାମ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିବା ପରେ ପରବର୍ତ୍ତୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ତେବେ ପ୍ରଧାନ ବିଚାରପତି ରମଣା ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ୟୁ.ୟୁ ଲଲିତଙ୍କ ନାମ ସୁପାରିଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବରିଷ୍ଠତା ଭିତ୍ତିରେ ସବୁଠୁ ଆଗରେ ରହିଛନ୍ତି ଜଷ୍ଟିସ ୟୁ.ୟୁ ଲଲିତ । 2014 ମସିହା ଅଗଷ୍ଟ 13 ତାରିଖରୁ ସେ ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.