ETV Bharat / bharat

'ଟୀକାକରଣ ଡ୍ରାଇଭ ପାଇଁ WHOର ଗାଇଡଲାଇନ ମାନିନାହାନ୍ତି କେନ୍ଦ୍ର ସରକାର'

ଦେଶରେ ଟିକା ଗଚ୍ଛିତ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡଲାଇନକୁ କେନ୍ଦ୍ର ସରକାର ମାନି ନାହାନ୍ତି ବୋଲି ସେରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି । ଅଧିକ ପଢନ୍ତୁ...

'ଟୀକାକରଣ ଡ୍ରାଇଭ ପାଇଁ WHOର ଗାଇଡଲାଇନ ମାନିନାହାନ୍ତି କେନ୍ଦ୍ର ସରକାର'
'ଟୀକାକରଣ ଡ୍ରାଇଭ ପାଇଁ WHOର ଗାଇଡଲାଇନ ମାନିନାହାନ୍ତି କେନ୍ଦ୍ର ସରକାର'
author img

By

Published : May 22, 2021, 12:35 PM IST

ମୁମ୍ବାଇ: ଦେଶରେ କୋରୋନାର ଦ୍ବିତୀୟ ଲହର ସଂକ୍ରମଣ ଜାରି ରହିଥିବା ବେଳେ କୋରୋନା ଟୀକାକରଣ ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ପୁଣେ ଠାରେ ଥିବା ସେରମ ଇନଷ୍ଟିଚ୍ୟୁଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଯାଦବ ଟିକା ଗଚ୍ଛିତ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡ ଲାଇନକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । କେନ୍ଦ୍ର ସରକାର ଡବ୍ଲୁଏଚଓର ଗାଇଡଲାଇନକୁ ପାଳନ କରିନଥିବା ସେ ଅଭିଯୋଗ କରିଛନ୍ତି ।

ଦେଶରେ ବର୍ତ୍ତମାନ ଟିକାର ଅଭାବ ଦେଖାଯାଉଥିବା ବେଳେ ସେ ଏଭଳି ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାରଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମସ୍ତ ଗାଇଡଲାଇନ ମାନିବାର ଆବଶ୍ୟକତା ରହିଥିଲା । WHOର ନିର୍ଦ୍ଦେଶ ମୁତାବକ ସରକାର ଦେଶରେ ଟୀକାକରଣ କରିନଥିଲେ । ଟୀକାକରଣ ଅଭିଯାନ ଆରମ୍ଭରୁ ସରକାରଙ୍କୁ 300 ମିଲିୟନ ବା 30 କୋଟି ଲୋକଙ୍କୁ ଟିକା ଦେବାର ଯୋଜନା ରହିଥିଲା । ତେବେ ଏଥିଲାଗି 600 ମିଲିୟନ ବା 60 କୋଟି ଟିକା ରହିଥିଲା ।

କେନ୍ଦ୍ର ସରକାରଙ୍କୁ ଏକା ସମୟରେ 45 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଓ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ କରିବା ଉଚିତ ନଥିଲା । କାରଣ ସରକାର 2 ବର୍ଗର ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିବା ସମୟରେ ଟିକା ନଥିବା ସମ୍ପର୍କରେ ସରକାର ଅବଗତ ଥିଲେ । ଏଭଳି କରିବା ଦ୍ବାରା ଆମକୁ ଶିକ୍ଷା ମିଳିଲା ଯେ ଉପଲବ୍ଧତା ପ୍ରତି ଧ୍ୟାନ ଦେବା ଆବଶ୍ୟକ ଏବଂ ନ୍ୟାୟସଙ୍ଗତ ଅନୁସାରେ ଏହାର ଉପଯୋଗ କରିବା ଦରକାର ।

ଅନ୍ୟପଟେ ଟୀକାକରଣ ପରେ ମଧ୍ୟ ଲୋକମାନେ ସଂକ୍ରମଣ ହେଉଥିବାରୁ ସେମାନଙ୍କୁ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି । ଟୀକାକରଣ ପରେ ମଧ୍ୟ କୋଭିଡର ସମସ୍ତ ନିୟମ ପାଳନ କରିବା ଦରକାର । ବର୍ତ୍ତମାନ ଦେଶରେ ରହିଥିବା କୋରୋନା ଟିକା ମଧ୍ୟରୁ କେଉଁଟି ଅଧିକ ପ୍ରଭାବିତ ସେ ସମ୍ପର୍କରେ ନିଷ୍ପତ୍ତି ନେବା ବ୍ୟତୀତ ଯେଉଁ କୋରୋନା ଟିକା ଉପଲବ୍ଧ ସେଇ ଟିକା ନେବା ଉଚିତ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.