ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର (Parliament winter session) 16 ଦିନ । ଆଜି କିଛି ବିଲକୁ ନେଇ କମ୍ପିପାରେ ଗୃହ । ବିଶେଷ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)ଓ ସିବିଆଇ (Central Bureau of Investigation) ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତରେ ଥିବା ବିଲ ଆଦି ସଂସଦରେ ପାରିତ ହୋଇପାରେ । ଏହି ବିଲ ଉପରେ ଡିସେମ୍ବର ୯ରେ ଲୋକସଭାରେ ଆଲୋଚନା ହୋଇଥିଲା । ଏହାବାଦ ରାଜ୍ୟ ସଭାରେ ବିରୋଧୀ ଦଳ ସାଂସଦ ୧୨ ନିଲମ୍ବିତ ସାଂସଦ ଘଟଣାକୁ ବିରୋଧ କରି ଦିନ ତମାମ ଧାରଣା ଦେବାକୁ ଯୋଜନା କରୁଛନ୍ତି ।
କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କେନ୍ଦ୍ର ଭିଜିଲାନ୍ସ କମିଶନ ଆମେଣ୍ଡମେଣ୍ଟ ବିଲ୍ ୨୦୨୧ ଏବଂ ଦିଲ୍ଲୀ ସ୍ପେସିଆଲ ପୋଲିସ ଏଷ୍ଟାବ୍ଲିସ୍ ଆମେଣ୍ଡମେଣ୍ଟ ବିଲ ୨୦୨୧ ଉପସ୍ଥାପନ କରିଥିଲେ। ବିରୋଧୀ ଏହି ବିଲକୁ ବିରୋଧ କରି ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଦୁଇ ବିଲ ପଛରେ ସରକାରଙ୍କ ସ୍ବାର୍ଥ ରହିଥିବା କହିଛି ବିରୋଧୀ । କଂଗ୍ରେସ ଏବଂ ଟିଏମସି ପରି ଦଳ କାର୍ଯ୍ୟକାଳ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିରୋଧ କରିବେ । 24 ଜଣ ବିରୋଧୀ ସାଂସଦ ଏହି ବିଲ୍ ଉପରେ ବୈଧାନକି ସଂକଳ୍ପ ନେଇ ସାରିଛନ୍ତି । ପୂର୍ବରୁ ଏହି ବିଲକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ରଣଦୀପ ସୁରଜୱାଲା ସୁପ୍ରିମକୋର୍ଟ ଯାଇଛନ୍ତି । ଏହି ଦୁଇଟି ବିଲ୍ ଲୋକସଭାରେ ଡିସେମ୍ବର 9ରେ ପୃଥକ ଗୃହୀତ ହୋଇଥିଲା । ଏହି ବିଲ୍ ଗୁଡିକ ଗତ ମାସରେ ଜାରି କରାଯାଇଥିବା ଦୁଇଟି ଅଡିନାନ୍ସକୁ ପୁନଃସ୍ଥାପନ କରିପାରେ । ବର୍ତ୍ତମାନ ଇଡି ମୁ୍ଖ୍ୟଙ୍କୁ ୨ ବର୍ଷ ପାଇଁ ନିଯୁକ୍ତ କରାଯାଉଛି ।
କେନ୍ଦ୍ର ସରକାର ସିବିଆଇ ଏବଂ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରିବାକୁ ଚାହୁଁଛନ୍ତି । ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ୨୦୨୧ ନାମକ ଏହି ନିୟମକୁ କେନ୍ଦ୍ର ସରକାର ଆଣିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଧ୍ୟାଦେଶକୁ ମଞ୍ଜୁର କରିଛନ୍ତି । ଲୋକସଭାରେ ବିଜେପି ନେତୃତ୍ବାଧୀନ ସରକାରଙ୍କ ସଂଖ୍ୟା ରହିଛି ତେଣୁ ବିରୋଧ ସତ୍ତ୍ବେ ଏହି ଦୁଇଟି ବିଲ୍ ପାରିତ ହେବ ବୋଲି ଆଶା କରାଯାଉଛି । ଏହାବାଦ ଆଜି ଲୋକସଭାରେ ହୋହାଲ୍ଲା ଓ ବିରୋଧୀଙ୍କ ଦ୍ବାରା ଧାରଣା ଦେବାର ଆଶଙ୍କା କରାଯାଉଛି ।
@ANI