ETV Bharat / bharat

କୃଷକ ଆନ୍ଦୋଳନ: ଆଜି ସରକାର-ଚାଷୀଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା - ଚାଷୀ ଆନ୍ଦୋଳନ

ଆଜି କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ହେବ ସପ୍ତମ ପର୍ଯ୍ୟାୟ ଆଲୋଚନା । ବାହାରିପାରେ ନିଷ୍କର୍ସ । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ: ଆଜି ସରକାର-ଚାଷୀଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା
କୃଷକ ଆନ୍ଦୋଳନ
author img

By

Published : Jan 4, 2021, 7:25 AM IST

Updated : Jan 4, 2021, 8:47 AM IST

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଧାରଣାରେ ବସିଛନ୍ତି କୃଷକ । ଆଉ ଏହାର ସମାଧାନ ପାଇଁ ଆଜି ପୁଣି ଥରେ କେନ୍ଦ୍ର ସରକାର ଓ 40 କୃଷକ ସଙ୍ଗଠନର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି ।

ସପ୍ତମ ଥର ପାଇଁ ସରକାର କୃଷକ ସଙ୍ଗଠନର ନେତାଙ୍କ ସହିତ ଆଜି ବୈଠକ କରିବେ । ବୈଠକରେ କିଛି ନିଷ୍କର୍ସ ବାହାରିପାରିବା ନେଇ ଆଶା ରଖିଛନ୍ତି ଉଭୟ ସରକାର ଓ କୃଷକ । ପାଖାପାଖି 40 ଦିନ ହେବ ନୂଆ କୃଷି ସମ୍ବନ୍ଧୀୟ ତିନୋଟି ଆଇନକୁ ବିରୋଧ କରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ।

ଆଜିର ବୈଠକରେ ନିଷ୍କର୍ସ ବାହାରିବ ଓ କୌଣସି ସମାଧାନର ରାସ୍ତା ଦେଖାଯିବ ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ବୈଠକ ପୂର୍ବରୁ ଆଶା ବାନ୍ଧିଛନ୍ତି । ଚାଷୀମାନେ ଉତ୍ତର ଓଡିଶାର ପ୍ରଚଣ୍ଡ ଶୀତରେ ବି ଆନ୍ଦୋଳନ ଜାରି ରଖିଛନ୍ତି । ଏପରିକି ଶନିବାର ବର୍ଷା ହୋଇଥିବା ସତ୍ତ୍ବେ ମଧ୍ୟ ଚାଷୀମାନେ ଆନ୍ଦୋଳନରୁ ହଟିନାହାଁନ୍ତି ।

କୃଷକମାନେ ତିନୋଟି ଆଇନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବାକୁ ଚାହୁଁଥିବାବେଳେ ଏଥିରେ କିଛି ସଂଶୋଧନ କରିବାକୁ ରାଜି ହେଉଛନ୍ତି ସରକାର । ଯାହାକୁ ନେଇ କୌଣସି ନିଷ୍କର୍ସ ବାହାରିପାରୁନାହିଁ । ଏହା ପୂର୍ବରୁ ଛଅ ଥର ବୈଠକ ବସିଥିଲେ ମଧ୍ୟ ସରକାର ସେପ୍ଟେମ୍ବରରେ ସଂସଦରେ ପାରିତ କରିଥିବା ଏହି ଆଇନକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନାହିଁ ।

ସୂଚନାଥାଉକି, ଡିସେମ୍ବର 30 ତାରିଖରେ ବସିଥିବା ଷଷ୍ଠ ପର୍ଯ୍ୟାୟ ବୈଠକରେ ଚାଷୀଙ୍କ ଦୁଇଟି ଦାବି ପରିବେଶ ଓ ବିଦ୍ୟୁତ୍‌ ବିଲ୍‌ ପ୍ରସଙ୍ଗରେ ସହମତ ପ୍ରକାଶ ପାଇଥିଲା । କିନ୍ତୁ ଅନ୍ୟଦୁଇଟି ଦାବି ଆଇନ ପ୍ରତ୍ୟାହାର ଓ ଏମଏସପି ଉପରେ ପ୍ରତିଶ୍ରୁତି ଉପରେ ସହମତି ହୋଇପାରିନାହିଁ ।

ସେପଟେ ଦାବି ପୂରଣ ନହେଲେ ଜାନୁଆରୀ 26 ତାରିଖରେ ଚାଷୀମାନେ ଟ୍ରାକ୍ଟର ପ୍ୟାରେଡ କରିବେ ବୋଲି 2 ତାରିଖରେ ସମସ୍ତ ଚାଷୀ ସଙ୍ଗଠନ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2021, 8:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.