ଡେରାଡୁନ: ସ୍ଥଗିତ ରହିଲା ଚାରିଧାମ ଯାତ୍ରା । ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ । ଏନେଇ ଆଜି ଟ୍ବିଟ କରି ସୂଚନା ଦେବା ସହ ଭକ୍ତଙ୍କୁ ଘରେ ରହି ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଟ୍ବିଟ କରି କହିଛନ୍ତି ଯେ କୋଭିଡ-19 ମହାମାରୀ ହେତୁ ଚାରିଧାମ ଯାତ୍ରା ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି ଯେ ସମସ୍ତେ ଘରେ ରହି ଭଗବାନଙ୍କୁ ପ୍ରାର୍ଥନା କର । ତେବେ ମନ୍ଦିରରେ କେବଳ ରୀତିନୀତି ଅନୁଯାୟୀ ପୂଜା କରାଯିବ ଓ କୌଣସି ତୀର୍ଥଯାତ୍ରୀଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ତରଫରୁ କୁହାଯାଉଛି ।
-
कोरोना महामारी के कारण अस्थायी तौर पर चार धाम यात्रा स्थगित है। मेरा सभी से अनुरोध है कि भगवान के वर्चुअली दर्शन करें तथा अपने घरों में ही पूजा-अर्चना करें और धार्मिक परम्पराओं का निर्वहन करें। श्री बदरीनाथ धाम के कपाट खुलने की आप सभी को हार्दिक शुभकामनाएं।
— Tirath Singh Rawat (@TIRATHSRAWAT) May 18, 2021 " class="align-text-top noRightClick twitterSection" data="
">कोरोना महामारी के कारण अस्थायी तौर पर चार धाम यात्रा स्थगित है। मेरा सभी से अनुरोध है कि भगवान के वर्चुअली दर्शन करें तथा अपने घरों में ही पूजा-अर्चना करें और धार्मिक परम्पराओं का निर्वहन करें। श्री बदरीनाथ धाम के कपाट खुलने की आप सभी को हार्दिक शुभकामनाएं।
— Tirath Singh Rawat (@TIRATHSRAWAT) May 18, 2021कोरोना महामारी के कारण अस्थायी तौर पर चार धाम यात्रा स्थगित है। मेरा सभी से अनुरोध है कि भगवान के वर्चुअली दर्शन करें तथा अपने घरों में ही पूजा-अर्चना करें और धार्मिक परम्पराओं का निर्वहन करें। श्री बदरीनाथ धाम के कपाट खुलने की आप सभी को हार्दिक शुभकामनाएं।
— Tirath Singh Rawat (@TIRATHSRAWAT) May 18, 2021
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୋମବାର କେଦାରନାଥ ମନ୍ଦିର ଖୋଲିଛି । ରୀତିନୀତି ଅନୁଯାୟୀ ସକାଳ 5 ଟାରେ ମନ୍ଦିରର ଫାଟକ ଖୋଲା ଯାଇଥିବାବେଳେ ମେ 14 ରେ ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ମନ୍ଦିର ଖୋଲାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ