ETV Bharat / bharat

Manipur violence: ଶାନ୍ତି ପ୍ରତିଷ୍ଠା ପାଇଁ କମିଟି ଗଠନ କଲା କେନ୍ଦ୍ର - ମଣିପୁରରେ ପୁଣି ହିଂସା

ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ଗଠନ କଲା କମିଟି । ରାଜ୍ୟପାଳ କରିବେ ଅଧ୍ୟକ୍ଷତା, ସଦସ୍ୟ ରହିବେ ମୁଖ୍ୟମନ୍ତ୍ରୀ, ସାଂସଦ ବିଧାୟକ, ବିଭିନ୍ନ ରାଜନୈତିକ ଦଳ ଓ ସିଭିଲ ସୋସାଇଟି ପ୍ରତିନିଧି । ଅଧିକ ପଢନ୍ତୁ

Manipur violence: ଶାନ୍ତି ପ୍ରତିଷ୍ଠା ପାଇଁ ଗଠନ ହେଲା କମିଟି

author img

By

Published : Jun 10, 2023, 4:50 PM IST

ନୂଆଦିଲ୍ଲୀ: ମଣିପୁରରେ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ସୁଗମ କରିବା ପାଇଁ କେନ୍ଦ୍ର ସରକାର ଶାନ୍ତି କମିଟି ଗଠନ କରିଛନ୍ତି । ରାଜ୍ୟପାଳ ଏହି ଶାନ୍ତି କମିଟିର ମୁଖ୍ୟ ଭାବେ ଦାୟିତ୍ବରେ ରହିଥିବା ଏଥିରେ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ସିଭିଲ ସୋସାଇଟିର ପ୍ରତିନିଧି ସଦସ୍ୟ ରହିଛନ୍ତି । ଏହି କମିଟି ଦୁଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଦ୍ବନ୍ଦ୍ବକୁ ନେଇ ଆଲୋଚନା କରିବା ସହ ସମାଧାନର ରାସ୍ତା ବାହାର କରିବା ପାଇଁ ପ୍ରୟାସ କରିବେ ।

ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, କେନ୍ଦ୍ର ପକ୍ଷରୁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଛି । ଏହି କମିଟିରେ ମୁଖ୍ୟମନ୍ତ୍ରୀ, ରାଜ୍ୟର କିଛି ମନ୍ତ୍ରୀ, ସାଂସଦ, ବଧାୟକଙ୍କ ସହ ରାଜନୈତିକ ଦଳ ଓ ସିଭିଲ ସୋସାଇଟ ସଦସ୍ୟଙ୍କ ପ୍ରତିନିଧିତ୍ବ ରହିବ । ମଣିପୁରରେ ଥିବା ବିଭିନ୍ନ ଜାତି ସମୂହଙ୍କ ମଧ୍ୟରେ ଆଲୋଚନା କରି ଶାନ୍ତି ଫେରାଇବା ପ୍ରକ୍ରିୟାକୁ ସୁଗମ କରିବା ପାଇଁ ପ୍ରୟାସ କରାଯିବା ଏହି କମିଟିର ମୁଖ୍ୟ କାର୍ଯ୍ୟ ହେବ ।

ବିଭିନ୍ନ ଜନଜାତି ସମୂହରୁ ପ୍ରତିନିଧିତ୍ବ କୁରଥିବା ବୁଦ୍ଧୀଜୀବୀ, ପ୍ରଶାସକ, ସାହିତ୍ଯିକ, କଳାକାର ଓ ସମାଜସେବୀଙ୍କ ମତାମତ ଗ୍ରହଣ କରାଯିବ । ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେ‘ 29 ରୁ ଜୁନ 1 ତାରିଖ ପର୍ଯ୍ୟନ୍ତ ମଣିପୁର ଗସ୍ତ କରିଥିଲେ । ସେତେବେଳେ ସେ ଦୁଇ ବିରୋଧୀ ସମ୍ପ୍ରଦାୟକୁ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିବା ସହ ଏକ ଶାନ୍ତି କମିଟି ଗଠନ କରାଯିବା ନେଇ ଘୋଷଣା ମଧ୍ୟ କରିଥିଲେ । ସେହିପରି ଦଙ୍ଗାରେ ପ୍ରଭାବିତ ହୋଇଥିବା ସମସ୍ତ ପୀଡିତଙ୍କୁ ନ୍ୟାୟ ମିଳିବା ନେଇ ମଧ୍ୟ ଶାହ ମଣିପୁରବାସୀଙ୍କୁ ଆଶ୍ବାସନା ଦେଇଥିଲେ ।

ଗତମାସ ମେ’ 3 ତାରିଖରେ ହୋଇଥିବା ସାମ୍ପ୍ରାଦାୟିକ ଦଙ୍ଗାରେ ସମଗ୍ର ମଣିପୁର ପ୍ରଭାବିତ ହୋଇଥିଲା । ଏଥିରେ ପ୍ରାୟ 80 ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ 30 ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପଡିଥିଲା । ରାଜ୍ୟରେ ଗୃହଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଥିଲା । ସେନା, ପାରା ମିଲାଟାରୀ ଫୋର୍ସ ମୁତୟନ ହୋଇଥିଲେ । ହେଲେ ଏବେ ସୁଦ୍ଧା ମଧ୍ୟ ଏହି ଜାତି ସଂରକ୍ଷଣ ପ୍ରସଙ୍ଗରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି । ନିକଟରେ ପାହାଡି ଉଗ୍ରବାଦୀଙ୍କ ବିରୋଧରେ ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । 40 ରୁ ଅଧିକ ସଶସ୍ତ୍ର ଉଗ୍ରବାଦୀ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.