ETV Bharat / bharat

ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ମନା - DCGI

2 ରୁ 17ବର୍ଷ ପିଲାଙ୍କ ଉପରେ କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟୟ ପରୀକ୍ଷା ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆବେଦନ ବିପକ୍ଷରେ DCGI । ଅଧିକ ପଢନ୍ତୁ...

ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ମନା
ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ମନା
author img

By

Published : Jul 1, 2021, 11:04 AM IST

ନୂଆଦିଲ୍ଲୀ: ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ମନା । 2ରୁ 17ବର୍ଷ ପିଲାଙ୍କ ଉପରେ କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟୟ ପରୀକ୍ଷା ନେଇ DCGIକୁ ଆବେଦନ କରିଥିଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । 10ଟି ସ୍ଥାନରେ 920 ପିଲାଙ୍କ ଉପରେ କୋଭାଭାକ୍ସର ପରୀକ୍ଷା ପାଇଁ ଅନୁମତି ମାଗିଥିଲା SII ।

SIIର ଆବେଦନ ଉପରେ ବିଚାର କରିଥିଲା କେନ୍ଦ୍ରୀୟ ଡ୍ରଗ୍ କର୍ତ୍ତୃପକ୍ଷଙ୍କ ଏକ ବିଶେଷଜ୍ଞ ଦଳ । ବିଚାର ବିମର୍ଷ ପରେ ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ଉପରେ ରୋକ ଲଗାଇଛି DCGI । କୌଣସି ଦେଶରେ ଏହି ଟିକା ଅନୁମୋଦନ ହୋଇନାହିଁ । ପ୍ରଥମେ ବୟସ୍କଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ପାଇଁ SIIକୁ ପରାମର୍ଶ ଦେଇଛି ଦେଇଛି DCGI ।

ସେରମ୍ ଇନଷ୍ଟିଚ୍ୟୁଟ୍ ପୁଣେରେ କୋଭାଭାକ୍ସ ଉତ୍ପାଦନ ଆରମ୍ଭ କରିଥିଲା । ଆମେରିକୀୟ କମ୍ପାନୀ ନୋଭାଭାକ୍ସର ଭାରତୀୟ ସଂସ୍କରଣ କେଭାଭାକ୍ସ ଟିକା । ମାର୍ଚ୍ଚରେ ଭାରତରେ କୋଭାଭାକ୍ସର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଥିଲା । ବୟସ୍କମାନଙ୍କ ପାଇଁ ସେପ୍ଟେମ୍ବର ସୁଦ୍ଧା ଏହାକୁ ଆରମ୍ଭ କରିବାକୁ SII ଆଶା ରଖିଛି । ଜାନୁଆରୀରେ SII ଦେଶରେ କୋଭିସିଲ୍ଡ ଟିକା ବାହାର କରିଥିଲା । ଟିକା ପ୍ରସ୍ତୁତ କରିବା ପାଇଁ ଏହା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକାର ସହଯୋଗ ନେଇଥିଲା ସେରମ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.