ନୂଆଦିଲ୍ଲୀ: କେନ୍ଦ୍ରର ବିକାଶ କମିଶନର (ହସ୍ତଶିଳ୍ପ) ଙ୍କ କାର୍ଯ୍ୟାଳୟ ଅନଲାଇନ ପୋର୍ଟାଲ ମାଧ୍ୟମରେ ମାର୍କେଟିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଏହା ହସ୍ତଶିଳ୍ପ କାରିଗରମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ମାର୍କେଟିଂ ପ୍ଲାଟଫର୍ମ ପ୍ରଦାନ କରିବ ।
କାରିଗରମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାରେ ସହାୟତା କରିବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ଅଂଶରେ ପ୍ରତି ବର୍ଷ 200 ଘରୋଇ ମାର୍କେଟିଂ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଏଥିରେ ବିନା କୌଣସି ମାନବୀୟ ହସ୍ତକ୍ଷେପରେ ଆବେଦନ ଠାରୁ ନେଇ ଚୟନ ପର୍ଯ୍ୟନ୍ତର ଅନଲାଇନ ପ୍ରକ୍ରିୟା ଏବଂ ପରିଶେଷରେ ଷ୍ଟଲ ଆବଣ୍ଟନ ସମ୍ପୂର୍ଣ୍ଣ ଭାବରେ କମ୍ପ୍ୟୁଟରକୃତ ହେଉଛି । ଏହି ଅନଲାଇନ ପ୍ରକ୍ରିୟା ସମସ୍ତ କାରିଗରମାନଙ୍କୁ ସମାନ, ନିରପେକ୍ଷ ଏବଂ ପାରଦର୍ଶି ସୁଯୋଗ ପ୍ରଦାନ କରିବ । କାରିଗରମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଆବେଦନ ଜମା କରିବା ବିଷୟରେ ସମସ୍ତ ସମ୍ବନ୍ଧିତ ମାନଙ୍କୁ ବ୍ୟାପ ଗାଇଡଲାଇନ ପ୍ରଦାନ କରାଯାଇଛି।
ବିକାଶ କମିଶନର (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଭାରତୀୟ ହସ୍ତଶିଳ୍ପ ପୋର୍ଟାଲ (http://indian.handicrafts.gov.in) ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ସମସ୍ତ ଯୋଗ୍ୟ କାରିଗର ବିପଣନ କାର୍ଯ୍ୟକ୍ରମ ପାଇଁ ଅନଲାଇନ ଆବେଦନ କରିପାରିବେ । ଏହା କାରିଗର ପରିଚୟ କାର୍ଡ ସଂଖ୍ୟା ସହିତ ଲଗ ଇନ କରିପାରିବେ । ଏହା ପରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ପଠା ଯାଇଥିବା ଓଟିପି ସହିତ ଏହାକୁ ସଂଲଗ୍ନ କରି ପାରିବେ । ଦିଲ୍ଲୀ ହାଟ ସହିତ ସମସ୍ତ ବିପଣନ ଆୟୋଜନ ପାଇଁ ଆବେଦନ ପ୍ରାପ୍ତି, ଚୟନ ଏବଂ ଆବଣ୍ଟନର ପ୍ରକ୍ରିୟ ଏହି ପୋର୍ଟାଲ ମାଧ୍ୟମରେ ହିଁ କରାଯିବ ।