ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (Indian Air Force) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (Weapon Systems)(ଡବ୍ଲ୍ୟଏସ) ଶାଖା ଗଠନକୁ ଅନୁମୋଦନ କରିଛନ୍ତି ।
ଡବ୍ଲ୍ୟଏସ (Weapon Systems) ଶାଖା ସୃଷ୍ଟି ହେବା ଦ୍ୱାରା ଭୂପୃଷ୍ଠ-ଆଧାରିତ ତଥା ବିଶେଷ ବାୟୁବାହୀ ଅସ୍ତ୍ର ପ୍ରଣାଳୀ କାର୍ଯ୍ୟକ୍ଷମ ପାଇଁ ଗୋଟିଏ ସଂସ୍ଥା ଅଧୀନରେ ସମସ୍ତ ଅସ୍ତ୍ର ପ୍ରଣାଳୀ ଅପରେଟରଙ୍କ ଏକୀକରଣ ହେବ ।
ଏହି ଶାଖା ଭୂପୃଷ୍ଠରୁ- ଭୂପୃଷ୍ଠ କ୍ଷେପଣାସ୍ତ୍ର, ଭୂପୃଷ୍ଠରୁ -ଆକାଶ କ୍ଷେପଣାସ୍ତ୍ର, ରିମୋଟ ପରିଚାଳିତ ବିମାନ ଏବଂ ଦୁଇ/ ବହୁ ଚାଳକ ବିମାନରେ ଅସ୍ତ୍ରଶସ୍ତ୍ର ଚାଳନା କରୁଥିବା ଅପରେଟରମାନଙ୍କୁ ଅନ୍ତର୍ଭୁକ୍ତ କରିବ । ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି କରିବାରେ ଏହା ସହାୟକ ହେବ ।