ETV Bharat / bharat

ଶାହଙ୍କୁ ଭେଟିଲେ ବିଶ୍ବଶର୍ମା, ତ୍ରିପୁରା ଓ ନାଗାଲାଣ୍ଡ୍‌ର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ରୂପରେଖ ନେଇ ଆଲୋଚନା

author img

By

Published : Mar 5, 2023, 10:35 PM IST

Updated : Mar 5, 2023, 10:58 PM IST

ତ୍ରିପୁରା ଓ ନାଗାଲାଣ୍ଡରେ ସରକାର ଗଠନ ହେବା ପୂର୍ବରୁ ଅମିତ ଶାହଙ୍କୁ ଭେଟିଲେ ହିମନ୍ତ ବିଶ୍ବଶର୍ମା, ମୁଖ୍ୟମନ୍ତ୍ରୀ ଚେହେରା ଓ କ୍ୟାବିନେଟ ସମ୍ପର୍କରେ ଆଲୋଚନା । ଉପସ୍ଥିତ ଥିଲେ ନଡ୍ଡା । ଅଧିକ ପଢନ୍ତୁ

ଶାହଙ୍କୁ ଭେଟିଲେ ବିଶ୍ବଶର୍ମା
ଶାହଙ୍କୁ ଭେଟିଲେ ବିଶ୍ବଶର୍ମା

ନୂଆଦିଲ୍ଲୀ: ଦୁଇ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା ଓ ନାଗାଲାଣ୍ଡରେ ସରକାର ଗଠନ ହେବାକୁ ଯାଉଛି । ଆଜି(ରବିବାର) ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ଦିଲ୍ଲୀରେ ଶାହଙ୍କ ବାସଭବନରେ ଉଭୟଙ୍କ ସମତେ ଜେ.ପି ନଡ୍ଡା ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ରୁଦ୍ଧଦ୍ବାର ଆଲୋଚନା ହୋଇଛି । ଏଥିରେ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଓ କ୍ୟାବିନେଟର ରୂପରେଖ ନେଇ ଆଲୋଚନା ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।

ଏହି ବୈଠକରେ ଶାହଙ୍କ ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବ୍ୟତୀତ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିପ୍ୟୁ ରିଓଙ୍କ ସମେତ ଅନ୍ୟ କିଛି ବରିଷ୍ଠ ବିଜେପି ନେତାଙ୍କ ମଧ୍ୟ ସାମିଲ ଥିଲେ । ଏହି ବୈଠକରେ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ସହ କ୍ୟାବିନେଟରେ ସହଯୋଗୀ ଦଳଙ୍କୁ ମନ୍ତ୍ରୀପଦ ବଣ୍ଟନ ଓ ରୂପରେଖ ନେଇ ଆଲୋଚନା ହୋଇଛି ।

ତ୍ରିପୁରାରେ ଦଳ ଭଲ ପ୍ରଦର୍ଶନ କରିଛି । ଗତବର୍ଷ ବିପ୍ଳବ ଦେବଙ୍କ ପରିବର୍ତ୍ତେ ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଚଳିତ ଫଳାଫଳ ପରେ ମଧ୍ୟ ନବ ନିର୍ବାଚିତ ବିଧାୟକଙ୍କର ଏକ ଗୋଷ୍ଠୀ ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ରହିଛନ୍ତି । ସେହିପରି ଉତ୍ତର-ପୂର୍ବରେ ଦଳର ଅନ୍ୟଜଣେ ବରିଷ୍ଠ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାମ ମଧ୍ୟ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛି । ତ୍ରିପୁରାରେ ଦଳ ସରକାର ଗଠନ କରିବାକୁ ଯାଉଥିବା ବେଳେ ନାଗାଲାଣ୍ଡରେ ମୁଖ୍ୟମନ୍ତ୍ରୀ ନିପ୍ୟୁ ରିଓଙ୍କ ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (NDPP) ସହ ସରକାର ଗଠନ କରିବ । ହେଲେ ନାଗାଲାଣ୍ଡରେ ନିପ୍ୟୁ ରିଓ ମୁଖ୍ୟମନ୍ତ୍ରୀ ଭାବେ ପଦ ବଜାୟ ରଖିବାର ସର୍ବାଧିକ ସମ୍ଭାବନା ରହିଛି । ସେହିପରି ତୃତୀୟ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଦଳ ସେତେଟା ସଫଳତା ପାଇନଥିଲେ ସୁଦ୍ଧା ସରକାରୀ ମେଣ୍ଟର ଭାଗିଦାରୀ ଦଳ ଭାବେ କନରାଡ ସାଙ୍ଗମା ସରକାରରେ ରହିବ ।

ଏହା ମଧ୍ୟ ପଢନ୍ତୁ:- ୩ ଉତ୍ତର-ପୂର୍ବ ରାଜ୍ୟର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ମାର୍ଚ୍ଚ ୭ ତାରିଖରେ ନାଗାଲାଣ୍ଡ ଓ ମେଘାଳୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୮ ତାରିଖରେ ତ୍ରିପୁରାରେ ଶପଥ ଗ୍ରହଣ ସମାରୋହ ରହିଛି । ସମସ୍ତ ତିନି ରାଜ୍ୟର ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳ ମୁଖ୍ୟ ଜେ.ପି ନଡ୍ଡା ଓ ଉତ୍ତର-ପୂର୍ବ ଡେମୋକ୍ରାଟିକ୍ସ ଆଲିଆନ୍ସର (NEDA) ଆବହକ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଯୋଗଦାନ କରିବା ନେଇ ଦଳ ପକ୍ଷରୁ ସୂଚନା ମିଳିସାରିଛି । ଉତ୍ତର ପୂର୍ବ ଜନାଦେଶ ପରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କୁ ଧନ୍ୟବାଦ ଦେଇଥିଲେ । ଏବେ ଉତ୍ତର-ପୂର୍ବ ଅଧିବାସୀ ଦିଲ୍ଲୀରୁ କିମ୍ବା ଦିଲ୍‌ରୁ ଦୂରରେ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 5, 2023, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.