ଶ୍ରୀନଗର: ଜମ୍ମୁକାଶ୍ମୀରର ଗୁପକାରଠାରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP)ର ଯୁବ ସମ୍ମିଳନୀ ପାଇଁ ସରକାର ଅନୁମତି ଦେବା ପାଇଁ ମନା କରିଦେଇଛନ୍ତି । ଏହାସହିତ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହବନ୍ଦୀରେ ରଖିବା ପାଇଁ କହିଥିବା ଜଣାପଡ଼ିଛି । ତେବେ କୋରୋନା ମହାମାରୀ ପାଇଁ ଏହି ସମ୍ମିଳନୀକୁ ବାରଣ କରାଯାଇଥିବା ଦକ୍ଷିଣ ଶ୍ରୀନଗରର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ସୂଚନା ଦେଇଛନ୍ତି ।
ଦକ୍ଷିଣ ଶ୍ରୀନଗରର ଅନେକ ଅଞ୍ଚଳରେ ବର୍ତ୍ତମାନ କୋଭିଡ଼ କଟକଣା ଜାରି ହୋଇଛି ବୋଲି ବରିଷ୍ଠ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି । ଏଥିଲାଗି ପୂର୍ବ ନିର୍ଦ୍ଧାରିତ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP)ର ଯୁବ ସମ୍ମିଳନୀ ଏଠାରେ ଅନୁଷ୍ଠିତ ହୋଇପାରିବନାହିଁ । ଏହି ସମ୍ମିଳନୀ ଆଜି(ରବିବାର) ଗୁପକାର ହେବାର ଯୋଜନା ରହିଥିଲା । ମାଜଷ୍ଟ୍ରେଟ ଆହୁରି କହିଛନ୍ତି ଯେ ଷ୍ଟେସନ ହାଉସ ଅଫିସର ହାମ ମୁନସୀ ବାଘ ନିର୍ଦ୍ଦେଶ ଦେଇଛନ୍ତି ଯେ ଦକ୍ଷ କର୍ତ୍ତୃପକ୍ଷ(Competent authority)ଙ୍କ ବିନା ଅନୁମତିରେ ଏଠାରେ କୌଣସି ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ।
ଏହି ଯୁବ ସମ୍ମିଳନୀ ପାଇଁ ମେହବୁବା ମୁଫତି ଗୃହବନ୍ଦୀରେ ରହିଛନ୍ତି । ଏହାସହିତ ପୋଲିସ ଗୁପକାରରେ ଥିବା ମେହବୁବାଙ୍କ ବାସଭବନକୁ ଥିବା ସମସ୍ତ ରାସ୍ତାକୁ ମଧ୍ୟ ସିଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ