ETV Bharat / bharat

Parliament Monsoon Session: ସରକାର ଡାକିଲେ ସର୍ବଦଳୀୟ ବୈଠକ - ସରକାର ଡାକିଲେ ସର୍ବଦଳୀୟ ବୈଠକ

ଆସନ୍ତା ସଂସଦ ମୌସୁମୀ ଅଧିବେଶନ ପାଇଁ 17 ତାରିଖ ଦିନ ବସିବ ସର୍ବଦଳୀୟ ବୈଠକ । ସଂସଦର ସୁପରିଚାଳନା ଓ ବିରୋଧୀଙ୍କ ସହଯୋଗ ପାଇଁ ସରକାର ଡାକିଛନ୍ତି ବୈଠକ । ଅଧିକ ପଢନ୍ତୁ

ସରକାର ଡାକିଲେ ସର୍ବଦଳୀୟ ବୈଠକ
ସରକାର ଡାକିଲେ ସର୍ବଦଳୀୟ ବୈଠକ
author img

By

Published : Jul 12, 2022, 5:19 PM IST

ନୂଆଦିଲ୍ଲୀ: ଆସନ୍ତା ସଂସଦ ମୌସୁମୀ ଅଧିବେଶନ (Parliament Monsoon Session) ପାଇଁ 17 ତାରିଖ (ରବିବାର) ଦିନ ବସିବ ସର୍ବଦଳୀୟ ବୈଠକ । ସଂସଦର ସୁପରିଚାଳନା ଓ ବିରୋଧୀଙ୍କ ସହଯୋଗ ପାଇଁ ସରକାର ଡାକିଛନ୍ତି ବୈଠକ । ପୂର୍ବାହ୍ନ 11 ଟା ରେ ବସିବ ବୈଠକ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Parliamentary Affairs Ministers Pralhad Joshi) ଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ସମସ୍ତ ଦଳର ପ୍ରତିନିଧି ବୈଠକରେ ସାମିଲ ହେବେ ।

  • ସଂସଦ ମୌସୁମୀ ଅଧିବେଶନ ପାଇଁ ଆସନ୍ତା 17 ତାରିଖ ରବିବାର ଦିନ ବସିବ ସର୍ବଦଳୀୟ ବୈଠକ । ସଂସଦର ସୁପରିଚାଳନା ଓ ବିରୋଧୀଙ୍କ ସହଯୋଗ ପାଇଁ ସରକାର ଡାକିଛନ୍ତି ବୈଠକ । ପୂର୍ବାହ୍ନ 11 ଟା ରେ ବସିବ ବୈଠକ । #MonsoonSession #EtvBharat #EtvBharatOdisha #BharatNews pic.twitter.com/x4x8VwUVcD

    — ETVBharat Odisha (@ETVBharatOD) July 12, 2022 " class="align-text-top noRightClick twitterSection" data=" ">

ବୈଠକରେ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ସାମିଲ ହେବେ । ସଂସଦ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ବସୁଥିବା ଏହି ବୈଠକର ଗୁରୁତ୍ବ ବଢିଯାଇଛି । କାରଣ ଆସନ୍ତା ଅଧିବେଶନ ବେଳେ ଉଭୟ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନ ହେବ । ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ସରକାର ଅଧିବେଶନରେ ଆଣିବାକୁ ଥିବା ଏଜେଣ୍ଡା ଓ ବିଲ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଉଭୟ ଗୃହରେ ବିରୋଧୀଙ୍କ ସହଯୋଗ ଲୋଡିବେ ।

ସଂସଦ ମୌସୁମୀ ଅଧିବେଶନ 18 ଜୁଲାଇରୁ ଆରମ୍ଭ ହୋଇ 12 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜୁଲାଇ 18 ରେ ରାଷ୍ଚ୍ରପତି ନିର୍ବାଚନ ହେବ (Presidential poll ) । ଏହାସହ 21 ଜୁଲାଇରେ ଭୋଟ ଗଣତି ହେବ । ନୂଆ ରାଷ୍ଚ୍ରପତି 25 ଜୁଲାଇରେ ଦାୟିତ୍ବ ଗ୍ରହଣ କରିବେ । ଏହାବାଦ ଉପରାଷ୍ଟ୍ରପତି ପାଇଁ ମଧ୍ୟ ନିର୍ବାଚନ ହେବ । ଉପରାଷ୍ଟ୍ରପତି ପଦ ପାଇଁ 19 ଜୁଲାଇରେ ନାମାଙ୍କନ ଦାଖଲର ଅନ୍ତିମ ଦିନ ଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଉଭୟ ସରକାରୀ ଓ ବିରୋଧୀ ଦଳ କୌଣସି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ଯଦି ସହମତି ଭିତ୍ତିରେ ପ୍ରାର୍ଥୀ ଦିଅନ୍ତି ତେବେ ନିର୍ବାଚନ ହେବ ନାହିଁ, ନଚେତ ଅଗଷ୍ଟ 6 ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.