ETV Bharat / bharat

କୃଷକଙ୍କ ସୁରକ୍ଷା ପାଇଁ କୃଷି ଆଇନ ପ୍ରଣୟନ କରାଯାଇଛି: ତୋମାର - ସେପ୍ଟେମ୍ବରରେ ପ୍ରଣୀତ କୃଷି ଆଇନକୁ ରଦ୍ଦ

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ତିନୋଟି ଚାଷୀ ଆଇନ ରଦ୍ଦ କରିବାକୁ ଦିଲ୍ଲୀରେ ଡେରା ପକାଇଛନ୍ତି କୃଷକ ସଂଘ । ତେବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଏହି ନିୟମ ଚାଷୀଙ୍କ ହିତ ପାଇଁ ସଂଶୋଧିତ ହୋଇଛି। ଅଧିକ ପଢନ୍ତୁ...

କୃଷକଙ୍କ ସୁରକ୍ଷା ପାଇଁ କୃଷି ଆଇନ ପ୍ରଣୟନ କରାଯାଇଛି: ତୋମାର

author img

By

Published : Dec 12, 2020, 6:41 PM IST

ନୁଆଦିଲ୍ଲୀ: ଶନିବାର କୃଷକ ଆନ୍ଦୋଳନ 17 ଦିନରେ ପହଞ୍ଚିଛି । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କେନ୍ଦ୍ର ସରକାର କୃଷକଙ୍କ କଲ୍ୟାଣ ପାଇଁ ସମସ୍ତ ପଦକ୍ଷେପ ନେଉଛି ବୋଲି ନୂତନ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଯେ ସରକାର ଆଣିଥିବା 3ଟି କୃଷି ଆଇନ କୃଷକ ମାନଙ୍କ ଫାଇଦାକୁ ସୁରକ୍ଷିତ କରିବା ସହିତ କୃଷି କ୍ଷେତ୍ରକୁ ଆହୁରି ବିସ୍ତୃତ ଏବଂ ସମୃଦ୍ଧ କରିବ।

ସଂସଦର ମୌସୁମୀ ଅଧିବେଶନରେ ସେପ୍ଟେମ୍ବରରେ ପ୍ରଣୀତ ତିନୋଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବାକୁ କୃଷକମାନେ ସେମାନଙ୍କର ପ୍ରଥମ ତଥା ପ୍ରମୁଖ ଦାବି ଉପରେ ଜିଦ ଧରିଥିବାରୁ କୃଷକଙ୍କ ଜୀବନରେ ପ୍ରମୁଖ ପରିବର୍ତ୍ତନ ଆଣିବା ପାଇଁ ନୂତନ ଆଇନ ଅଣାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, କୃଷକଙ୍କ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ, ଆୟ ବୃଦ୍ଧି ଏବଂ ସେମାନଙ୍କ ଜୀବନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ସରକାର ଏହି ଆଇନ ଆଣିଛନ୍ତି।

2022 ସୁଦ୍ଧା କୃଷକଙ୍କ ଆୟକୁ ଦ୍ବିଗୁଣିତ କରିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ବୋଲି ଦୋହରାଇ ତୋମାର କହିଛନ୍ତି ଯେ, କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାର କେବଳ ନୂତନ ଯୋଜନା ମାଧ୍ୟମରେ ପଦକ୍ଷେପ ନେଉନାହାଁନ୍ତି ବରଂ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ 1 ଲକ୍ଷ କୋଟି ଟଙ୍କା ସାରା ଦେଶରେ 10 କୋଟି ପାଞ୍ଚ ଲକ୍ଷରୁ ଅଧିକ କୃଷକଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ଡାଟା ବ୍ୟାଙ୍କରୁ ସମସ୍ତ ଆବଶ୍ୟକୀୟ ସୂଚନା କୃଷକମାନେ ଘରେ ରହି ଜାଣିପାରିବେ ବେଲି ସେ କହିଛନ୍ତି।

ତିନି ଦିନିଆ ଦଶମ ‘‘ଇଣ୍ଟେଲିଜେନ୍ସ ନଲେଜ୍ ଏକ୍ସଚେଞ୍ଜ୍ ସମ୍ମିଳନୀ’’ରେ ଉଦବୋଧନ ଦେଇ ତୋମାର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କୃଷକଙ୍କୁ ଲାଭ ପହଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ତୋମାର କହିଛନ୍ତି ଯେ, ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହିତ କୃଷି କ୍ଷେତ୍ରକୁ ଲାଭ ପ୍ରଦାନ କରିବା ଏବଂ ନୂତନ ପିଢିଙ୍କୁ ଚାଷ ପ୍ରତି ଆକର୍ଷିତ କରିବା। କୃଷକମାନେ ବର୍ଷ ବର୍ଷ ଧରି ଦେଶର ମେରୁଦଣ୍ଡ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ଗାଁ ଗୁଡିକରେ କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ ଆତ୍ମନିର୍ଭର ଭାରତ ଅଧୀନରେ 1 ଲକ୍ଷ କୋଟି ଟଙ୍କା ପାଣ୍ଠିର ଘୋଷଣା କରିଛନ୍ତି |

ଏହି ପାଣ୍ଠି ଶୀତଳ ଭଣ୍ଡାର, ଗୋଦାମ ଘର, ଗ୍ରେଡିଂ ଏବଂ ପ୍ୟାକେଜିଂ ୟୁନିଟ୍ ପ୍ରତିଷ୍ଠା ପାଇଁ ମଧ୍ୟ ବ୍ୟବହୃତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ସରକାର 10,000 କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛନ୍ତି ଯାହା, କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ସଠିକ୍ ସମୟରେ ବିକ୍ରି କରିବାରେ ସାହାଯ୍ୟ କରିବ।

ଏହି ପ୍ରକଳ୍ପ ବିଷୟରେ ବର୍ଣ୍ଣନା କରି ମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କୁ ଉପକୃତ କରିବା ପାଇଁ ଗ୍ରାମରେ ଛୋଟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଖୋଲାଯିବ। "କୃଷକମାନେ ସେମାନଙ୍କର ଉତ୍ପାଦକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଷ୍ଟକ୍ କରିପାରିବେ ଏବଂ ଯେତେବେଳେ ସେମାନେ ଭଲ ମୂଲ୍ୟ ପାଇବେ ସେତେବେଳେ ବିକ୍ରୟ କରିପାରିବେ। ଏହି ୟୁନିଟ୍ ଗୁଡିକ ନିଯୁକ୍ତି ସୃଷ୍ଟି କରିବ ଏବଂ କୃଷକମାନେ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପାଇପାରିବେ।" ଟୋମର ଆହୁରି କହିଛନ୍ତି ଯେ, ସରକାର କୃଷି କ୍ଷେତ୍ର ତଥା କୃଷକଙ୍କ କଲ୍ୟାଣ ପାଇଁ 50,000 କୋଟି ଟଙ୍କା ପ୍ୟାକେଜ୍ ପ୍ରଣୟନ କରିଛନ୍ତି ଏବଂ ପ୍ୟାକେଜ୍ ଅଧୀନରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.