ETV Bharat / bharat

ବିଲ୍‌ ଉପରେ ଶିଘ୍ର ନିଷ୍ପତ୍ତି ନିଅନ୍ତୁ ରାଜ୍ୟପାଳ: ସୁପ୍ରିମକୋର୍ଟ

ବିଲ୍‌ ଉପରେ ରାଜ୍ୟପାଳମାନେ ଯଥା ଶିଘ୍ର ବିଚାର କରିବା ଉଚିତ । ଯଦି ପୁନର୍ବାର ବିଚାର ଚାହାନ୍ତି, ତେବେ ଶିଘ୍ର ଫେରାଇ ଦେବାକୁ କହିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ବିଲ୍‌ ଉପରେ ଶିଘ୍ର ନିଷ୍ପତ୍ତି ନିଅନ୍ତୁ ରାଜ୍ୟପାଳ: ସୁପ୍ରିମକୋର୍ଟ
ବିଲ୍‌ ଉପରେ ଶିଘ୍ର ନିଷ୍ପତ୍ତି ନିଅନ୍ତୁ ରାଜ୍ୟପାଳ: ସୁପ୍ରିମକୋର୍ଟ
author img

By

Published : Apr 24, 2023, 10:14 PM IST

ନୂଆଦିଲ୍ଲୀ: ବିଧାନସଭାରେ ପାରିତ ହେବା ପରେ ଅନୁମୋଦନ ପାଇଁ ରାଜଭବନ ଆସୁଥିବା ବିଲ୍‌କୁ ଅନୁମୋଦନ ଦେବାରେ ରାଜ୍ୟପାଳମାନେ ବିଳମ୍ବ କରିବା ଉଚିତ ନୁହେଁ । ସେମାନେ ଯଥାସମ୍ଭବ ଏହା ଉପରେ ବିଚାର କରିବା ଉଚିତ । ଯଦି ସେମାନେ ଏହି ବିଲ୍‌ ଉପରେ ପୁନର୍ବିଚାର ଚାହାନ୍ତି, ତେବେ ସେ ଏହାକୁ ଅଧିକ ସମୟ ବିଳମ୍ବ ନକରି ପଣି ଫେରାଇ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ତେଲେଙ୍ଗାନାରେ ରାଜ୍ୟପାଳ ଓ ସରକାର ମଧ୍ୟରେ ଜାରି ରହିଥିବା ସାମ୍ବାଧାନିକ ବିବାଦ ସମ୍ପର୍କିତ ଏକ ମାମଲାର ବିଚାର କରି ସର୍ବୋଚ୍ଚ କୋର୍ଟ ଏପରି ଟିପ୍ପଣି ଦେଇଛନ୍ତି ।

ତାମିଲନାଡୁ ରାଜ୍ୟପାଳ ଡ.ତାମିଲସାହି ସୁନ୍ଦରରାଜନଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା କେସିଆର ସରକାର । ବିଧାନସଭାରେ ପାରିତ ହେବା ପରେ ମଧ୍ୟ ରାଜ୍ୟପାଳ ବିଲକୁ ଅନୁମୋଦିତ କରିବାରେ ବିଳମ୍ବ କରୁଛନ୍ତି । ରାଜଭବନରେ ବିଲ୍‌ ମଞ୍ଜୁରୀ ଦେବା ପ୍ରସଙ୍ଗରେ ସାମ୍ବିଧାନିକ ଗତିରୋଧ ସୃଷ୍ଟି କରୁଛି । କେତେକ ପାରିତ ବିଲକୁ ଅନୁମୋଦନ ଦେବା ପାଇଁ ରାଜ୍ୟପାଳ ବିଳମ୍ବ କରିବାରୁ ସାମ୍ବିଧାନିକ ସଙ୍କଟ ମଧ୍ୟ ସୃଷ୍ଟି ହେଉଥିବା ପିଟିସନରେ ଦର୍ଶାଇଥିଲା କେସିଆର ସରକାର । ଯାହାର ଶୁଣାଣି ସମୟରେ ସର୍ବୋଚ୍ଚ କୋର୍ଟ ଏପରି ଟିପ୍ପଣି କରିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବଧୀନ ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ପିଏସ ପର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡିପୀଠ ଏହି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ କହିଥିଲେ, ଯଦି ରାଜ୍ୟପାଳଙ୍କ ବିଚାର ପାଇଁ ଆସିଥିବା ବିଲ କୌଣସି ଆର୍ଥିକ ବିଲ ନୁହେଁ ତେବେ ସେ ଏହାକୁ ତୁରନ୍ତ ଅନୁମୋଦିତ କରି ଫେରାଇ ଦେବାର ଆବଶ୍ୟକତା ରହିଛି । ଯଦି ପୁନର୍ବିଚାର କରିବାର ଆବଶ୍ୟକତା ଥିବା ରାଜ୍ୟପାଳ ଅନୁଭବ କରନ୍ତି, ତେବେ ସେ ବିଳମ୍ବ ନକରି କିମ୍ବା ଅଟକାଇ ନରଖି ବିଲକୁ ଫେରାଇଦେବାର ଆବଶ୍ୟକତା ରହିଛି ।

ଏହି ମାମଲାରେ ପକ୍ଷ ରଖି ସଲିସେଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ବର୍ତ୍ତମାନ ସୁଦ୍ଧା କୌଣସି ବିଲ ରାଜ୍ୟପାଳଙ୍କ ନିକଟରେ ପେଣ୍ଡିଂ ନାହିଁ । ଯାହା ରାଜ୍ୟପାଳଙ୍କ ପକ୍ଷରୁ ସୂଚନା ମିଳିଛି, ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପ୍ରେରିତ କୌଣସି ବିଲ୍‌ ରାଜଭବନରେ ପେଣ୍ଡିଂ ରହିନାହିଁ । ଅନ୍ୟପଟେ ବରିଷ୍ଠ ଆଇନଜୀବୀ ଦୁଷ୍ଯନ୍ତ ଦେବ ଏହି ମାମଲାରେ କୋର୍ଟ ସମସ୍ତ ରାଜ୍ୟ ପାଇଁ ଏକ ଏକକ ନିର୍ଦ୍ଦେଶ ଜାରି କରନ୍ତୁ, ଯେପରି ଏହି ମାମଲାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.