ETV Bharat / bharat

କେରଳରେ ସାମ୍ବିଧାନିକ ସଙ୍କଟ: ମୁଖ୍ୟମନ୍ତ୍ରୀ ବିଜୟନ କହିଲେ RSS ଏଜେଣ୍ଡାରେ କାମ କରୁଛନ୍ତି ରାଜ୍ୟପାଳ - Governor Arif Khan acting like tool of RSS

କେରଳରେ ସାମ୍ବିଧାନିକ ସଙ୍କଟ । ୯ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଠାରୁ ରାଜ୍ୟପାଳ ଇସ୍ତଫା ମାଗିବା ଘଟଣାରେ ହାଇକୋର୍ଟରେ ମାମଲା (Pinarayi Vijayan on Kerala Governor order) । ଆଜି ସଂଧ୍ୟାରେ ହାଇକୋର୍ଟରେ ଶୁଣାଣି । ମୁଖ୍ୟମନ୍ତ୍ରୀ ବିଜୟନ କହିଲେ ରାଜ୍ୟପାଳ RSS ତନ୍ତ୍ର ପରି କାମ କରୁଛନ୍ତି । ଅଧିକ ପଢନ୍ତୁ

କେରଳରେ ସାମ୍ବିଧାନିକ ସଙ୍କଟ: ରାଜ୍ୟପାଳ RSS ତନ୍ତ୍ର ପରି କାମ କରୁଥିବା ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଅଭିଯୋଗ

author img

By

Published : Oct 24, 2022, 4:48 PM IST

ଥିରୁଅନନ୍ତପୁରମ୍: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜ୍ୟର ୯ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଇସ୍ତଫା ମାଗିବା ପରେ ରାଜ୍ୟରେ ବିବାଦ ଦେଖିବାକୁ ମିଳିଛି । ରାଜ୍ୟପାଳ ଓ ସରକାର ମଧ୍ୟରେ ସାମ୍ବିଧାନିକ ସଙ୍କଟ ପରି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଲାଣି । ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ସିଧା ସାମାଲୋଚନା କରିବା ସେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ତନ୍ତ୍ର ପରି କାମ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି (Pinarayi Vijayan on Kerala Governor order) ।

ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ବିଜେପି ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଧ୍ୱଂସ କରିବାକୁ ଚାହୁଁଛି । ସାମ୍ବିଧାନିକ ପରମ୍ପରା ଅନୁସାରେ ରାଜ୍ୟପାଳ ସମସ୍ତ ରାଜ୍ୟ ପରିଚାଳିତ ବିଶ୍ବବିଦ୍ୟାଳୟର କୁଳାଧିପତି ହୋଇଥିଲେ ସୁଦ୍ଧା କୁଳପତିମାନଙ୍କ ଠାରୁ ଇସ୍ତଫା ମାଗିବା ପାଇଁ କ୍ଷମତାସୀନ ନୁହନ୍ତି । ଗୋଟିଏ ପଟେ କୁଳପତିଙ୍କୁ ଇସ୍ତଫା ଦେବା ପାଇଁ ରାଜଭବନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇ ଚିଠି ଲେଖା ଯାଇଥିବା ବେଳେ କୁଳପତିମାନେ କିନ୍ତୁ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ମନା କରି ଦେଇଛନ୍ତି । ସେମାନେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ମାମଲା ଏବେ କେରଳ ହାଇକୋର୍ଟରେ ପହଞ୍ଚିଛି ।

କ୍ଷମତାର ଅପବ୍ୟବହାର କରୁଛନ୍ତି ରାଜ୍ୟପାଳ:-

ମୁଖ୍ୟମନ୍ତ୍ରୀ ବିଜୟନ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ । ରାଜ୍ୟପାଳ ଆରିଫ ମହମ୍ମଦ ଖାନ କିନ୍ତୁ ନିଜ କ୍ଷମତାର ଅପବ୍ୟବହାର କରିବାରେ ଲାଗିଛନ୍ତି । ରାଜ୍ୟପାଳଙ୍କ ଏପରି ବ୍ୟବହାର ଅଗଣତାନ୍ତ୍ରିକ । ରାଜ୍ୟପାଳ ପଦ ସରକାର ବିରୋଧୀ ନୁହେଁ ବରଂ ସମ୍ବିଧାନର ସମ୍ମାନ ରକ୍ଷା କରିବା ପାଇଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁପିସି) ନିୟମକୁ ଅଣଦେଖା କରି ଏ.ପି.ଜେ ଅବଦୁଲ କଲାମ ବୌଷୟିକ ବିଶ୍ୱବିଦ୍ୟାଳୟର କୁଳପତି (ଭିସି) ନିଯୁକ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆକ୍ସନ ମୋଡକୁ ଆସିଥିଲେ ରାଜ୍ୟପାଳ । ରାଜ୍ୟର ୯ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଠାରୁ ସେ ତୁରନ୍ତ ଇସ୍ତଫା ମାଗିଥିଲେ । ଆଜି (ସୋମବାର) 11:30 ସୁଦ୍ଧା ସମ୍ପୃକ୍ତ କୁଳପତିମାନେ ଇସ୍ତଫା ଦାଖଲ କରିବାକୁ ରାଜଭବନ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଥିଲା । ହେଲେ କୁଳପତିମାନେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅଗଣତାନ୍ତ୍ରିକ ଦର୍ଶାଇବା ସହ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଆଜି ସଂଧ୍ୟାରେ ହାଇକୋର୍ଟର ଶୁଣାଣି:-

ରାଜ୍ୟପାଳଙ୍କ ଇସ୍ତାଫା ଆଦେଶକୁ ଚ୍ୟାଲେଞ୍ଜ କରି କୁଳପତିମାନେ କେରଳ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଅପରାହ୍ନ 4 ଟାରେ ଆବେଦନ ଉପରେ ଶୁଣାଣି ପାଇଁ ହାଇକୋର୍ଟ ସମୟ ମଧ୍ୟ ଧାର୍ଯ୍ୟ କରିଛନ୍ତି । କେରଳ ବିଶ୍ୱବିଦ୍ୟାଳୟ, ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କୋଚିନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ, କେରଳ ମତ୍ସ୍ୟ ଓ ମହାସାଗର ବିଶ୍ୱବିଦ୍ୟାଳୟ, କନ୍ନୁର ବିଶ୍ୱବିଦ୍ୟାଳୟ, ଏ.ପି.ଜେ ଅବଦୁଲ କଲାମ ବୈଷୟିକ ବିଶ୍ୱବିଦ୍ୟାଳୟ, ଶ୍ରୀ ଶଙ୍କରାଚାର୍ଯ୍ୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, କାଲିକ୍କଟ ଏବଂ ଥୁନାଚାଟ୍ ଏଜୁଥାଚାନ୍ ମାଲାୟାଲମ୍ ବିଶ୍ୱବିଦ୍ୟାଳୟର କୁଳପତିମାନେ ରାଜ୍ୟପାଳଙ୍କ ଏହି ବିବାଦୀୟ ନିଷ୍ପତ୍ତି ବିରୋଧରେ ଏହି ମାମଲା ଦାଏର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.