ETV Bharat / bharat

ଆୟକର ପୋର୍ଟାଲ ସମସ୍ୟା, Infosys CEO ସଲିଲ ପାରେଖଙ୍କୁ କେନ୍ଦ୍ରର ସମନ - Infosys CEO

ଦେଶର ମୁଖ୍ୟ ସଫ୍ଟୱେର କମ୍ପାନୀ ଇନଫୋସିସ(Infosys) ସିଇଓ ତଥା ମହାନିର୍ଦ୍ଦେଶକ ସଲିଲ ପାରେଖଙ୍କୁ ସମନ ଜାରି କରିଛି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ । ଆୟକର ଦାଖଲ ବ୍ୟବସ୍ଥାର ବିକାଶ ପାଇଁ ଇନଫୋସିସକୁ 2019ରେ ଏହାର ଦାୟିତ୍ବ ଦିଆଯାଇଥିଲା । ଅଧିକ ପଢନ୍ତୁ...

ଆୟକର ପୋର୍ଟାଲ ସମସ୍ୟା, Infosys CEO ସଲିଲ ପାରେଖଙ୍କୁ କେନ୍ଦ୍ରର ସମନ

author img

By

Published : Aug 22, 2021, 5:39 PM IST

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ( Income Tax) ବିଭାଗର ନୂଆ ପୋର୍ଟାଲରେ ଅନେକ ସମସ୍ୟାକୁ ନେଇ ସାମ୍ନାକୁ ଆସୁଛି ଅଭିଯୋଗ । ଏହାରି ମଧ୍ୟରେ ଦେଶର ମୁଖ୍ୟ ସଫ୍ଟୱେର କମ୍ପାନୀ ଇନଫୋସିସ(Infosys) ସିଇଓ ତଥା ମହାନିର୍ଦ୍ଦେଶକ ସଲିଲ ପାରେଖଙ୍କୁ ସମନ ଜାରି କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ପୋର୍ଟାଲରେ ସମସ୍ୟାର ସୂଚନା ଦେବାକୁ ଇନଫୋସିସ ସିଇଓଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।

  • Ministry of Finance has summoned Sh Salil Parekh,MD&CEO @Infosys on 23/08/2021 to explain to hon'ble FM as to why even after 2.5 months since launch of new e-filing portal, glitches in the portal have not been resolved. In fact,since 21/08/2021 the portal itself is not available.

    — Income Tax India (@IncomeTaxIndia) August 22, 2021 " class="align-text-top noRightClick twitterSection" data=" ">

ଇନକମ ଟ୍ୟାକ୍ସ ଇଣ୍ଡିଆ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ଅର୍ଥ ମନ୍ତ୍ରଣାଳୟ ଇନଫୋସିସ ଏମଡି ସଲିଲ ପାରେଖଙ୍କୁ ୨୩ ଅଗଷ୍ଟ ପାଇଁ ରିପୋର୍ଟ ତଲବ କରାଯାଇଛି । ପୋର୍ଟାଲ ଆରମ୍ଭର ଦୀର୍ଘ ଦିନ ପରେ ଇ-ଫାଇଲିଂରେ କଣ ପାଇଁ ସମସ୍ୟା ଦେଖାଦେଉଛି, ଏନେଇ ପାରେଖକୁ ଏହାର ଉତ୍ତର ରଖିବାକୁ ସମନରେ କୁହାଯାଇଛି । କରଦାତାମାନେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଗଷ୍ଟ 21ରୁ ଏହି ପୋର୍ଟାଲ୍ ଟିକସଦାତାମାନଙ୍କ ପାଇଁ ଉପଲବ୍ଧ ନାହିଁ । କାରଣ ଏଥିରେ କିଛି ବୈଷୟିକ ତ୍ରୁଟି ନେଇ ଅଭିଯୋଗ ହେଉଛି ।

ଆୟକର ଦାଖଲ ବ୍ୟବସ୍ଥାର ବିକାଶ ପାଇଁ ଇନଫୋସିସକୁ 2019ରେ ଏହାର ଦାୟିତ୍ବ ଦିଆଯାଇଥିଲା । ଏହା ପଛରେ ଉଦ୍ଦେଶ୍ୟ ଥିଲା ରିଟର୍ଣ୍ଣ ଯାଞ୍ଚ ସମୟକୁ 63 ଦିନରୁ ଗୋଟିଏ ଦିନକୁ ହ୍ରାସ କରିବା ଏବଂ ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।

ଗତ ଜୁନ୍ 7ରେ ନୂଆ ଆୟକର ପୋର୍ଟାଲ୍ www.incometax.gov.in ଆରମ୍ଭ କରାଯାଇଥିଲା । ଆରମ୍ଭରୁ ପୋର୍ଟାଲରେ ବୈଷୟିକ ସମସ୍ୟା ରହିଆସିଛି । ଏହି କାରଣରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 22 ଜୁନରେ ଇନଫୋସିସ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଇନଫୋସିସ ଏହି ନୂତନ ୱେବସାଇଟ ପ୍ରସ୍ତୁତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.