ETV Bharat / bharat

ଜାଲିଆନାୱାଲାବାଗର ଐତିହାସିକ ଶହୀଦ କୂଅରେ ଫିଙ୍ଗି ପାରିବେନି ମୁଦ୍ରା, ସରକାର ଜାରି କଲେ କଟକଣା - ଜଲିଆନୱାଲା ବାଗ ପାଇଁ ନୂଆ କଟକଣା

ଜଲିଆନୱାଲା ବାଗର ଐତିହାସିକ ଶହୀଦ କୂଅରେ ମୁଦ୍ରା ଫିଙ୍ଗିବା ଉପରେ ଲାଗିଲା କଟକଣା । ମୁଦ୍ରା ନଫିଙ୍ଗିବା ପାଇଁ ବୋର୍ଡ ଲଗାଇଲା ସଂସ୍କୃତି ମନ୍ତ୍ରଣାଳୟ । ଏବେ ନବୀକରଣ ପାଇଁ ବନ୍ଦ ରହିଛି ଏହି ଜାତୀୟ ଐତିହାସିକ ସ୍ମାରକ । ଅଧିକ ପଢନ୍ତୁ

ଜଲିଆନୱାଲା ବାଗର ଐତିହାସିକ ଶହୀଦ କୂଅରେ ଫିଙ୍ଗି ପାରିବେନି ମୁଦ୍ରା, କଟକଣା ଜାରି କଲେ ସରକାର

author img

By

Published : Jul 26, 2022, 10:38 PM IST

ଚଣ୍ଡିଗଡ: ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ସମୃଦ୍ଧ ଇତିହାସ ପୃଷ୍ଠା ମଣ୍ଡନ କରୁଥିବା ଅମୃତସର ଜାଲିଆନାୱାଲାବାଗ ପାଇଁ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏଣିକି ସେଠାରେ ଐତିହାସିକ ଶହୀଦ କୂଅରେ ଫିଙ୍ଗା ଯାଇପାରିବ ନାହିଁ ମୁଦ୍ରା । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ଦେଶ ନୁହେଁ ବରଂ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏହି ଜାତୀୟ ସ୍ମାରକୀକୁ ପରିଦର୍ଶନ କରିବାକୁ ଆସିଥାନ୍ତି ।

ତେବେ ଜାଲିଆନାୱାଲାବାଗ ଗୁଳିକାଣ୍ଡରେ ପ୍ରାଣବଳୀ ଦେଇଥିବା ଶହୀଦଙ୍କ ସମ୍ମାନାର୍ଥେ ପରିସରରେ ଥିବା ଏହି ଐତିହାସିକ ଶହୀଦ କୂପରେ ମୁଦ୍ରା ଫିଙ୍ଗିବାର ପରମ୍ପରା ମଧ୍ୟ ରହିଥିଲା । ତେବେ ଭାରତ ସରକାରଙ୍କ ପକ୍ଷରୁ ଏନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ସରକାରୀ କଟକଣା ନେଇ ସାଧାରଣରେ ଅବଗତି ପାଇଁ ଉକ୍ତ କୂଅ ନିକଟରେ ଏକ ସୂଚନା ଫଳକ ମଧ୍ୟ ଲଗାଯାଇଛି ।

ତେବେ ସୂଚନା ଅନୁସାରେ, ବର୍ତ୍ତମାନ ନବୀକରଣ କାର୍ଯ୍ୟ ଜାରି ରହିଥିବା କାରଣରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଏବେ ଏହି ଜାତୀୟ ସ୍ମାରକୀ ବନ୍ଦ ରହିଛି । ନବୀକରଣ କାର୍ଯ୍ୟ ସରିବା ପରେ ଆସନ୍ତା ମାସ (ଅଗଷ୍ଟ) 28 ତାରିଖରେ ଏହା ସାଧାରଣ ଦର୍ଶକଙ୍କ ପାଇଁ ଖୋଲାଯିବା ନେଇ ସୂତ୍ରରୁ ସୂଚନା ମିଳିଛି । ତେବେ ପରିସରରେ ଥିବା ଶହୀଦ କୂଅରୁ 8.5 ଲକ୍ଷ ଟଙ୍କା ମଧ୍ୟ ସଂଗ୍ରହ କରାଯାଇଛି । ଏହି ରାଶିକୁ ଜଲିଆନୱାଲା ବାଗ ମେମୋରିଆଲ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.