ETV Bharat / bharat

ବନ୍ୟା ପାଣିକୁ ବେଖାତିର, ଡଙ୍ଗା ଚଲାଇ ସ୍କୁଲ ଯାଉଛନ୍ତି ସନ୍ଧ୍ୟା ସାହାଣୀ - up news

ଉତ୍ତର ପ୍ରଦେଶର ଏକାଦଶରେ ପଢୁଥିବା ଜଣେ ଛାତ୍ରୀ ବନ୍ୟା ପାଣିକୁ ଅତିକ୍ରମ କରି ନିଜେ ଡଙ୍ଗା ଚଲାଇ ପ୍ରତିଦିନ ସ୍କୁଲ ଯାଉଛନ୍ତି । ଅଧିକ ପଢନ୍ତୁ...

ଡଙ୍ଗା ଚଲାଇ ସ୍କୁଲ ଯାଉଛନ୍ତି ସନ୍ଧ୍ୟା ସାହାଣୀ

author img

By

Published : Sep 6, 2021, 2:44 PM IST

ଗୋରଖପୁର: ଦୃଢ ଇଚ୍ଛାଶକ୍ତି ବଳରେ ଯେ କେହିବି ହୋଇପାରେ ବଳିୟାନ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ 15 ବର୍ଷୀୟ ଛାତ୍ରୀ । ବନ୍ୟା ପାଣିକୁ ଚିରି ନିଜେ ଡଙ୍ଗା ଚଲାଇ ପ୍ରତିଦିନ ପାଠ ପଢିବାକୁ ସ୍କୁଲ ଯାଉଛନ୍ତି ସନ୍ଧ୍ୟା ସାହାଣୀ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଅନୁସାରେ, ଗୋରଖପୁର ବହରାମପୁର ନିକଟ ଏକ ଗାଁରେ ସନ୍ଧ୍ୟାଙ୍କ ଘର । କିଛିଦିନ ହେବ ସେହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଘେରରେ ରହି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ହେଲେ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀ ସନ୍ଧ୍ୟା ଏହି ସମସ୍ୟାର ସାମ୍ନା କରି ସମାଧାନର ରାସ୍ତା ବି କାଢିଛନ୍ତି । ପ୍ରତିଦିନ ଡଙ୍ଗାରେ ଅତିକ୍ରମ କରି ସ୍କୁଲକୁ ପଢିବାକୁ ଯାଉଛନ୍ତି ସନ୍ଧ୍ୟା । ସ୍କୁଲ ଯିବାକୁ ପ୍ରତିଦିନ ପ୍ରାୟ ୨୦ମିନିଟ ଡଙ୍ଗା ଚଲାଇବା ପରେ ସେ ସ୍କୁଲରେ ପହଞ୍ଚୁଛନ୍ତି । ବାସ୍ତବରେ ସନ୍ଧ୍ୟାଙ୍କ ଏପରି ପ୍ରୟାସ ବେଶ ପ୍ରଶଂସନୀୟ ।

୬ ବର୍ଷ ବୟସରୁ ଡଙ୍ଗା ଚଳାଇବା ଶିଖିଛନ୍ତି ସନ୍ଧ୍ୟା । ସେତେବେଳେ ଶିଖିଥିଲେ ବୋଲି ଆଜି ତାହା କାମରେ ଲଗାଇ ପାରିଛନ୍ତି ସେ । ସନ୍ଧ୍ୟାଙ୍କ ପାଠପଢା ପ୍ରତି ଏପରି ନିଷ୍ଠାକୁ ଦେଖି ତାଙ୍କୁ ସମସ୍ତେ ସଲାମ କରୁଛନ୍ତି ।

ଅନଲାଇନ କ୍ଲାସ ପାଇଁ ନାହିଁ ମୋବାଇଲ....

ସନ୍ଧ୍ୟା ଏଡି ସରକାରୀ ବାଳିକା ଇଣ୍ଟର କଲେଜରେ ଏକାଦଶ ଶ୍ରେଣୀରେ ପଢନ୍ତି | କୋରୋନା ସମୟରେ ସ୍କୁଲ ବନ୍ଦ ହୋଇଯାଇଥିଲା ଯେଉଁଥିପାଇଁ ତାଙ୍କ ପାଠପଢା ବି ବନ୍ଦ ହୋଇଯାଇଥିଲା । ତାଙ୍କ ପାଖରେ ମୋବାଇଲ୍ ନଥିବାରୁ ସେ ଅନଲାଇନ୍ କ୍ଲାସ୍ ମଧ୍ୟ କରିପାରିନଥିଲେ ।

ସରକାରଙ୍କ ନିଷ୍ପତ୍ତି ପରେ ଯେତେବେଳେ ସ୍କୁଲ ଖୋଲିବାର ଖବର ଆସିଲା ସେତେବେଳେ ତାଙ୍କ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ସନ୍ଧ୍ୟା ହାର ମାନି ନଥିଲେ । ପ୍ରତିଦିନ ଡଙ୍ଗାରେ ସ୍କୁଲ ଯିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲେ ।

ଗାଁ ସହିତ ଘରେ ବି ପାଣି...

ସନ୍ଧ୍ୟାଙ୍କ ଗାଁରେ ବନ୍ୟା ପରିସ୍ଥିତି ପାଇଁ ତାଙ୍କ ଘରେ ଆଣ୍ଠୁଏ ଲେଖାଏଁ ପାଣି ପଶିଛି । ଫଳରେ ପରିବାର ଲୋକ ଛାତ ଉପରେ ରହୁଛନ୍ତି । ରୋଷେଇ ବି ଛାତ ଉପରେ ହେଉଛି । ସନ୍ଧ୍ୟାଙ୍କ ପିତା ଦିଲୀପ ସାହଣୀ ଜଣେ କାଠ କାରିଗର ହୋଇଥିବାବେଳେ ତାଙ୍କର ଚାରି ଭାଇ ଭଉଣୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.