ନୂଆଦିଲ୍ଲୀ: ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ, ଜିମେଲ ସମେତ ଗୁଗଲର ଅନେକ ଆପ୍ସ କାମ କରିବା ବନ୍ଦ କରିଦେଇଛି । ସୋମବାର ଅଚାନକ ଗୁଗଲ ଆପ୍ସ ଗୁଡିକ ଡାଉନ ହୋଇଯାଇଛି । ଏହାପରେ ଟ୍ବିଟରରେ ଗୁଗଲ ଡାଉନ ଟ୍ରେଣ୍ଡ କରିବାରେ ଲାଗିଛି । ଗୁଗଲ ଆପ୍ସ ଡାଉନ ନେଇ ଉପଭୋକ୍ତାମାନେ ଟ୍ବିଟ କରି ଅଭିଯୋଗ କରିଛନ୍ତି ।
ୟୁଟ୍ୟୁବ, ଜିମେଲ କାମ ନ କରିବାରୁ ଉପଭୋକ୍ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଛି । ଡାଉନ ହୋଇଥିବା ଆପ୍ସ ମଧ୍ୟରେ ଜିମେଲ ସମେତ ଗୁଗଲ ଡ୍ରାଇଭ, ଗୁଗଲ ମିଟ ଭଳି ଜରୁରୀ ଆପ୍ସ ସାମିଲ ରହିଛି ।