ETV Bharat / bharat

Fathers Day: ଗୁଗୁଲ ଡୁଡୁଲ ପାଳୁଛି ପିତୃ ଦିବସ - ଆନ୍ତର୍ଜାତୀୟ ପିତୃ ଦିବସ

ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ଅନ୍ତର୍ଜାତୀୟ ପିତୃ ଦିବସ । ସ୍ବତନ୍ତ୍ର ଡୁଡୁଲ ପ୍ରସ୍ତୁତ କରି ପିତୃ ଦିବସ ପାଳିଛି Google । ଅଧିକ ପଢନ୍ତୁ

Father's Day: ଗୁଗୁଲ ଡୁଡୁଲ ପାଳୁଛି ପିତୃ ଦିବସ

author img

By

Published : Jun 19, 2022, 8:31 AM IST

Updated : Jun 19, 2022, 9:56 AM IST

ହାଇଦ୍ରାବାଦ: ପିଲାଙ୍କ ପାଇଁ ପ୍ରଥମ ଆଦର୍ଶ ଓ ହିରୋ ହେଉଛନ୍ତି ବାପା । ସନ୍ତାନ ପ୍ରତି ବାପାଙ୍କର ତ୍ୟାଗ ଓ ବଳିଦାନ ଅତୁଳନୀୟ । ତେଣୁ ପ୍ରତିବର୍ଷ ଜୁନ ମାସ ତୃତୀୟ ରବିବାରରେ ଅନ୍ତର୍ଜାତୀୟ ପିତୃ ଦିବସ (Father's Day)ପାଳନ କରାଯାଏ । ଆଜି ହେଉଛି ସେହି ପିତୃ ଦିବସ । ଗୁଗୁଲ ଡୁଡୁଲରେ ମଧ୍ୟ ଆଜି ଏହି ଦିବସ ସ୍ଥାନ ପାଇଛି । ଗୁଗୁଲ କିଛି ଆନିମେଟେଡ ଡୁଡୁଲ କରି ଜଣେ ସନ୍ତାନ ଜୀବନରେ ତା'ର ବାପାଙ୍କ ବିଶେଷତ୍ବ ଦର୍ଶାଇଛି ।

ଗୁଗୁଲ ଜଣେ ଛୋଟି ପିଲା ଏବଂ ତା'ର ବାପାଙ୍କ ହାତର ଡୁଡୁଲ ପ୍ରସ୍ତୁତ କରିଛି । ଏହା ଉପରେ କ୍ଲିକ୍ କଲେ, କେତେବେଳେ ପିଲାଟି ବାପାଙ୍କ ହାତ ଧରି ଚାଲୁଥିବାର ଦେଖାଯାଉଛି ତ ପୁଣି କେତେବେଳେ ଏକ ବୃଦ୍ଧ ବାପାଙ୍କ ହାତ ଉପରେ ପୁଅ ନିଜ ହାତ ରଖିଥିବାର ଦେଖିବାକୁ ମିଳୁଛି । ସର୍ବପ୍ରଥମେ ପିତୃ ଦିବସ ୧୯୧୦ ମସିହା ଜୁନ ୧୯ ତାରିଖରେ ୱାଶିଂଟନରେ ପାଳନ କରାଯାଇଥିଲା ।

୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ ପାଇଁ ଘୋଷଣା କରାଗଲା । ବାପାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆମେରିକାରେ ଏହି ଦିନଟିକୁ ଛୁଟି ଦିନ ଭାବେ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହି ଦିନଟି କ୍ରମଶଃ ଭାରତରେ ମଧ୍ୟ ପ୍ରଚାର ଓ ପ୍ରସାର ହେଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ଏହି ଦିବସ ବିଶ୍ବବ୍ୟାପୀ ପାଳନ କରାଯାଉଛି ।

Last Updated : Jun 19, 2022, 9:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.