ETV Bharat / bharat

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବ୍ୟାହତ

author img

By

Published : Oct 24, 2022, 12:25 PM IST

ମହାରାଷ୍ଟ୍ରରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଅମରାବତୀର ମାଲଖେଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

Goods train derail near Malkhed in Amravati Maharashtra
ମହାରାଷ୍ଟ୍ରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ

ମୁମ୍ବାଇ: ଦୀପାବଳିରେ ମହାରାଷ୍ଟ୍ରର ଅମରାବତୀରେ ଟ୍ରେନ ଦୁର୍ଘଟଣା । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଟ୍ରେନର 20 ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଛି । ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଛି ।

ସୂଚନା ଅନୁଯାୟୀ ଏକ କୋଇଲା ଭର୍ତ୍ତି ମାଲବାହୀ ଟ୍ରେନଟି ବଲ୍ଲାରଶା ଠାରୁ ଭୁସାୱାଲ ଅଭିମୁଖେ ଯାଉଥିଲା । ରବିବାର ରାତି 11ଟା ସମୟରେ ଅମରାବତୀ ସହରର ମାଲଖେଡ ଗ୍ରାମ ନିକଟରେ ଲାଇନଚ୍ୟୁତ ହେବା ଯୋଗୁଁ ଟ୍ରେନର 60 ବଗିରୁ 20ଟି ବଗି ଓଲଟି ପଡ଼ିଥିଲା । ଖବର ପାଇ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନ ବାଧାପ୍ରାପ୍ତ ହେବା ସହ କିଛି ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଦୀପାବଳି ପାଳନ କରିବାକୁ ଅପେକ୍ଷାରତ ସମଗ୍ର ଦେଶ, ପୂର୍ବ ସଂଧ୍ୟାରେ ଆଲୋକମାଳାରେ ଝଲସିଲା ଜାତୀୟ ଐତିହ

ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ରେଳ ଧାରଣାରେ ବିପୁଳ ପରିମାଣର କୋଇଲା ପଡ଼ିରହିଛି । ସେଠାରୁ କୋଇଲା ଉଠାଇବା କାର୍ଯ୍ୟ ଜାରି ରହିଛି । ସମସ୍ତ କାର୍ଯ୍ୟ ଶେଷ କରି ପୁନଃ ରେଳ ଧାରଣାକୁ ଠିକ କରିବା ପାଇଁ ପ୍ରାୟ 24ରୁ ଅଧିକ ସମୟ ଲାଗିବ ବୋଲି ରେଳ ଅଧିକାରୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନ ତିନିରୁ ଚାରି ଘଣ୍ଟା ବିଳମ୍ବରେ ଯାତ୍ରା କରିଛି । ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.