ETV Bharat / bharat

Golden Temple Sacrilege Case: ମୃତ ବ୍ୟକ୍ତିଙ୍କ ମିଳିନି ସ୍ପଷ୍ଟ ପରିଚୟ, ମାମଲା ରୁଜୁ

author img

By

Published : Dec 19, 2021, 2:32 PM IST

Updated : Dec 19, 2021, 3:56 PM IST

ସ୍ବର୍ଣ୍ଣମନ୍ଦିରରେ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ଗ୍ରନ୍ଥ 'ଗୁରୁଗ୍ରନ୍ଥ ସାହିବ'କୁ ଅପମାନିତ ଘଟଣା । ଏହାର ପଛରେ ଥିବା ଅଜ୍ଞାତ ବ୍ୟକ୍ତିଙ୍କ ଚିହ୍ନଟ ହୋଇନଥିବା ବେଳେ ମାମଲା ରୁଜୁ କରିଛି ପୋଲିସ । ଅଧିକ ପଢନ୍ତୁ

Golden Temple sacrilege case: ଅଜ୍ଞାତ ବ୍ୟକ୍ତିଙ୍କ ହୋଇନି ଚିହ୍ନଟ, ମାମଲା ରୁଜୁ

ଚଣ୍ଡିଗଡ଼: ଶନିବାର ପଞ୍ଜାବର ଅମୃତସରରେ ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପରିସରରେ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ଗ୍ରନ୍ଥ 'ଗୁରୁଗ୍ରନ୍ଥ ସାହିବ'କୁ ଅପମାନିତ ଘଟଣା । ଏପରି ଉଦ୍ୟମ କରିଥିବା ଅଜ୍ଞାତ ବା ମୃତ ବ୍ୟକ୍ତିଙ୍କ ବିରୋଧରେ 295-A ଏବଂ 307 IPC ଅଧୀନରେ ଏକ FIR ଦାଏର ହୋଇଛି । ଘଟଣା ସମୟରେ ଡ୍ୟୁଟିରେ ଥିବା ସେବକ ସଦା ସିଂଙ୍କ ବୟାନ ଆଧାରରେ ଏହି FIR ଦାଏର ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ: Sacrilege Attempt At Golden Temple: ସ୍ବର୍ଣ୍ଣ ମନ୍ଦିରରେ ଶିଖ ଧର୍ମଗ୍ରନ୍ଥକୁ ଅପମାନିତ କରିବାକୁ ଉଦ୍ୟମ, ଯୁବକଙ୍କୁ ପିଟିପିଟି ହତ୍ୟା

ଏହି ଘଟଣାକୁ ନେଇ ACP ସଞ୍ଜୀବ କୁମାର କହିଛନ୍ତି ଯେ, ଗତକାଲିର ଘଟଣା ପରେ ଆମେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛୁ । ଚଳିତ ସପ୍ତାହ ଅନେକ ସଙ୍ଗତ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ଏହି ଘଟଣାରେ ପଞ୍ଜାବ ପୋଲିସ କହିଛି ଯେ ଏହାର ତଦନ୍ତ ଜାରି ରହିଛି । ଏପରି ଉଦ୍ୟମ କରିଥିବା ବ୍ୟକ୍ତିର ପ୍ରକୃତ ଘର କେଉଁଠି ଏବଂ ଏପରି କାଣ୍ଡ କରିବା ପଛରେ ତା'ର ସହଯୋଗ କିଏ କରିଥିଲେ ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତିକୁ ନେଇ ତଦନ୍ତ କରୁଛି ପୋଲିସ ।

ତେବେ ସୂଚନା ଥାଉ କି ଗତକାଲି(ଶନିବାର) ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ କରି ଜଣେ ବ୍ୟକ୍ତି ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ଗ୍ରନ୍ଥ 'ଗୁରୁଗ୍ରନ୍ଥ ସାହିବ'କୁ ଅପମାନିତ କରିବାକୁ ଚେଷ୍ଟା କରିବାରୁ ତାକୁ ପିଟିପିଟି ହତ୍ୟା କରାଯାଇଥିଲା । ସନ୍ଧ୍ୟା ପ୍ରାୟ ୬ ସମୟରେ ଅଭିଯୁକ୍ତ ଯୁବକ ଜଣଙ୍କ ଗ୍ରୀଲ୍ ପାର ହୋଇ ‘ଗୁରୁଗ୍ରନ୍ଥ ସାହିବ’ ନିକଟରେ ପହଞ୍ଚିଥିବାବେଳେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ ସେଠାରେ ଉପସ୍ଥିତ ଥିବା ଲୋକ । ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲେ ସୁଦ୍ଧା କ୍ରୋଧିତ ଶିଖମାନେ ଉକ୍ତ ଯୁବକକୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2021, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.