ଚେନ୍ନାଇ: ପଣ୍ଡ ହେଲା ଚୋରାରେ ସୁନା ଚାଲାଣ। ମଙ୍ଗଳବାର ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କ ଠାରୁ 420 ଗ୍ରାମର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ । ଯାହାର ବଜାର ମୂଲ୍ୟ 22ଲକ୍ଷ ଟଙ୍କା ହେବ ବୋଲି ଅନୁମାନ ହୋଇଛି ।
ବିମାନବନ୍ଦରରେ ଅନେକ କଟକଣା ସତ୍ତ୍ବେ ବି କମିବାର ନାଁ ନେଉ ନାହିଁ ଚୋରା ସୁନା କାରବାର । ସୟଦ ଅବଥାହିର ନାମକ ଜଣେ ଯାତ୍ରୀଙ୍କ ସୁନା ଚାଲାଣ ଅଭିଯୋଗରେ କଷ୍ଟମ ବିଭାଗ ଅଟକ ରଖିଥିବା ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି । ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବା ଫଳରେ ତାଙ୍କ ପାଖରୁ 260ଗ୍ରାମ ଓଜନର ଦୁଇ ବଣ୍ଡଲ ସୁନା ପେଷ୍ଟ ସହ 24କ୍ୟାରେଟ ବିଶିଷ୍ଟ 221ଗ୍ରାମର ସୁନା ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ 11ଲକ୍ଷ ହେବ ବୋଲି କହିଛି କଷ୍ଟମ ବିଭାଗ । ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛନ୍ତି ପୋଲିସ ।
ସେହିପରି ଏମିରେଟ୍ସ ବିମାନରେ ଦୁବାଇରୁ ଆସିଥିବା ଅନ୍ୟ ଜଣେ ଯାତ୍ରୀ ରାଜ ମହମ୍ମଦଙ୍କଠାରୁ 224 ଗ୍ରାମ ସୁନା ଜବତ ହୋଇଛି । ଯାହାର ମୂଲ୍ୟ 10ଲକ୍ଷ ଟଙ୍କା ହେବ ।
@IANS