ETV Bharat / bharat

ଦିଲ୍ଲୀ ବିମାନବନ୍ଦରରୁ ୩ କେଜି ସୁନା ଜବତ

author img

By

Published : Aug 8, 2021, 7:24 PM IST

ଦିଲ୍ଲୀ ଏୟାରପୋର୍ଟରୁ ୩ କେଜି ଓଜନର ସୁନା ଜବତ । ୨ ଗିରଫ । ଅଧିକ ପଢନ୍ତୁ...

Delhi airportରୁ ୩ କେଜି ସୁନା ଜବତ
Delhi airportରୁ ୩ କେଜି ସୁନା ଜବତ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିପୁଳ ପରିମାଣର ସୁନା ଜବତ ହୋଇଛି । ଏହି ସୁନା ଚୋରା ଚାଲାଣ ହେଉଥିବା ବେଳେ କଷ୍ଟମ ବିଭାଗ ୨ ଜଣ ଯାତ୍ରୀଙ୍କୁ ଗିରଫ କରିଛି । ଦୁବାଇରୁ ଦିଲ୍ଲୀକୁ ଚାଲାଣ ହେଉଥିଲା ଏହି ସୁନା ।

ଜବତ ହୋଇଥିବା ସୁନାର ଓଜନ ୩ କେଜି ୩୦୦ ଗ୍ରାମ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୧.୪୬ କୋଟି ଟଙ୍କା ବୋଲି ଜଣାପଡିଛି । ୨ ଜଣ ବିମାନ ଯାତ୍ରୀ ଦୁବାଇରୁ ଦିଲ୍ଲୀକୁ ବିମାନ ନମ୍ବର EK ୫୧୨ ଯୋଗେ ଏହି ସୁନା ଚାଲାଣ କରୁଥିଲେ । କଷ୍ଟମ ବିଭାଗ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

ଏହି ଘଟଣାରେ ଗିରଫ ବ୍ୟକ୍ତି ଦ୍ବୟ ଉଜବେକିସ୍ତାନର ହୋଇଥିବା ଜଣାପଡିଛି । ତେବେ ପୂର୍ବରୁ ମଧ୍ୟ ଅନେକ ଥର ଦୁବାଇରୁ ଭାରତର ବିଭିନ୍ନ ଅଞ୍ଚଳକୁ ସୁନା ଚୋରା ଚାଲାଣ ହେଉଥିବା ଘଟଣା ସାମନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.