ETV Bharat / bharat

ମୁମ୍ବାଇ ବିମାନ ବନ୍ଦରରେ 2 କେଜି ସୁନା ପାଉଡର ଜବତ, ସିଙ୍ଗାପୁରରୁ ଫେରିଥିଲା ପରିବାର - ମୁମ୍ବାଇ ବିମାନ ବନ୍ଦର କଷ୍ଟମ ବିଭାଗ

ମୁମ୍ବାଇ ବିମାନ ବନ୍ଦରରେ 2 କେଜି ସୁନା ପାଉଡର ସହ ଧରା ପଡିଲେ ସିଙ୍ଗାପୁରରୁ ଫେରିଥିବା ପରିବାର । ଜବତ ସାମଗ୍ରୀର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ । ଅଧିକ ପଢନ୍ତୁ

ମୁମ୍ବାଇ ବିମାନ ବନ୍ଦରରେ 2 କେଜି ସୁନା ପାଉଡର ଜବତ, ସିଙ୍ଗାପୁରରୁ ଫେରିଥିଲା ପରିବାର

author img

By ETV Bharat Odisha Team

Published : Sep 14, 2023, 10:52 PM IST

ମୁମ୍ବାଇ: ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନ୍ତର୍ଜାତୀୟ ସୁନା ତସ୍କରୀର ବଡ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ଏୟାର ଇଣ୍ଟେଲଜେନ୍ସି ୟୁନିଟ । ସିଙ୍ଗାପୁରରୁ ମୁମ୍ବାଇ ଫେରିଥିବା ଏକ ପରିବାରଠାରୁ ବିପୁଳି ପରିମାଣର ସୁନା ପାଉଡର ଜବତ କରାଯାଇଛି । ଜବତ ସୁନା ପାଉଡର 24 କ୍ଯାରେଟ ବର୍ଗର । ପରିମାଣ ପ୍ରାୟ 2 କେଜି ହେବା ସହ ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ହେବା ନେଇ ପ୍ରାଥମିକ ଭାବେ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ ମଧ୍ୟ କରାଯାଇଛି ।

ମୁମ୍ବାଇ ବିମାନ ବନ୍ଦରରେ 2 କେଜି ସୁନା ପାଉଡର ଜବତ, ସିଙ୍ଗାପୁରରୁ ଫେରିଥିଲା ପରିବାର
ମୁମ୍ବାଇ ବିମାନ ବନ୍ଦରରେ 2 କେଜି ସୁନା ପାଉଡର ଜବତ, ସିଙ୍ଗାପୁରରୁ ଫେରିଥିଲା ପରିବାର

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହି ଘଟଣାଟି 11 ତାରିଖର । 2 ଶିଶୁଙ୍କ ସମେତ 4 ଜଣିଆ ସଦସ୍ୟ ବିଶିଷ୍ଟ ଏକ ପରିବାର ସିଙ୍ଗାପୁରରୁ ଇଣ୍ଡିଗୋ ବିମାନ (6E 1012)ରେ ମୁମ୍ବାଇ ଫେରୁଥିଲେ । ତେବେ ଏହି ପରିବାର ସାଙ୍ଗରେ ସୁନା ଆଣିଥିବା କୌଣସି ସୂତ୍ରରୁ ଏୟାର ଇଣ୍ଟେଲଜେନ୍ସି ୟୁନିଟକୁ ସୂଚନା ମିଳିଥିଲା । ବିମାନ ଅବତରଣ କରିବା ପୂର୍ବରୁ ସମସ୍ତ ପୂର୍ବ ପ୍ରସ୍ତୁତି କରିଥିଲେ ଇଣ୍ଟେଲଜେନ୍ସି ୟୁନିଟ ଅଧିକାରୀ । ଟର୍ନିନାଲରେ ଏହି ପରିବାର ସଦସ୍ୟଙ୍କୁ ରୋକାଯିବା ସହ ତନଖି କରାଯାଇଥିଲା । ସେମାନଙ୍କ ଲଗେଜରୁ 2ଟି ପ୍ଯାକେଟରେ ପ୍ରାୟ 2 କେଜି ସୁନା ପାଉଡର ଜବତ କରାଯାଇଥିଲା ।

ଏହି ପରିବାରରେ ଦମ୍ପତି ଓ ସେମାନଙ୍କର ଦୁଇ ଶିଶୁ ରହିଛନ୍ତି । ଦମ୍ପତିଙ୍କୁ ପୋଲିସ ହେପାଜତକୁ ନେଇଛି । ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ଜୁଡିସିଆଲ କଷ୍ଟଡିକୁ ପଠାଯାଇଛି । ଜବତ ସୁନାର ପ୍ରାଥମିକ ଆକଳନ ଅନୁସାରେ ଏହାର ମୂଲ୍ୟ 1 କୋଟି 27 ଲକ୍ଷ 331 ଟଙ୍କା ବୋଲି ଜଣାପଡିଛି । ସେମାନଙ୍କ ପୂର୍ବ ଟ୍ରାଭେଲ୍‌ ରେକର୍ଡ ମଧ୍ୟ ଏବେ ଯାଞ୍ଚ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-Delhi Liquor Scam: ପୁଣି ଡାକିଲା ED, କବିତା କହିଲେ ‘ମୋଦି ନୋଟିସ୍‌’

ତେବେ ନିକଟ ଅତୀତରେ ଦେଶର ଏକାଧିକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁନା ତସ୍କରୀ ଘଟଣା ସାମ୍ନାକୁ ଆସିଛି । ବିଶେଷ କରି ମଧ୍ୟପ୍ରାଚ୍ୟ ଓ ସୁଦାନ ପରି ଦେଶରୁ ଭାରତକୁ ସୁନା ଚାଲାଣ ହେଉଥିବାର ସର୍ବାଧିକ ନଜିର ରହିଛି । ଏପରି ଘଟଣା ବାରମ୍ବାର ଘଟିବା ପରେ ଏବେ ରାଜସ୍ବ ଗୁଇନ୍ଦା ଓ ଏୟାର ଇଣ୍ଟେଲଜେନ୍ସି ୟୁନିଟ ମଧ୍ୟ ବିଶେଷ ପ୍ରସ୍ତୁତି କରିଛି । ଏକାଧିକ ଅପରେସନରେ ସଫଳତା ମିଳିଛି । କେତେବେଳେ ଯାତ୍ରୀ ନିଜ ଲଗେଜରେ ତ, କେତେବେଳେ ଅଭିନବ ଉପାୟରେ ନିଜ ଶରୀରରେ ସୁନା ବିସ୍କୁଟ ଓ ସୁନା ପାଉଡର ତସ୍କରୀ କରୁଛନ୍ତି । ବିଭିନ୍ନ ଅପରେସନରେ ବିଦେଶୀ ନାଗରିକ ମଧ୍ୟ ଗିରଫ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.