ଗାନ୍ଧୀନଗର: ଗୋଧ୍ରା ଏସଓଜି ଓ ଉତ୍ତରପ୍ରଦେଶ ଏଟିଏସ ପାକିସ୍ତାନକୁ ଭାରତୀୟ ସେନାର ଗୁଇନ୍ଦା ସୂଚନା ଦେବା ମାମଲାରେ ଜଣେ ଗିରଫ । ଅଭିଯୁକ୍ତକୁ ୟୁପି ଏଟିଏସ ରିମାଣ୍ଡରେ ନେଇଛି ।
ସୂଚନାଥାଉକି ଗୁଜୁରାଟ ଗୋଧ୍ରା ୱାଲି ଫାଲିଆ 3 ଅଞ୍ଚଳର ଅନସ ଗିତେଲି ନାମକ ବ୍ୟକ୍ତି ବୋଲି ଜଣାପଡିଛି । ଏହାପରେ ଅନସ ଗିତେଲି ୟୁପି ଏଟିଏସ ରିମାଣ୍ଡରେ ନେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅନସ ଗିତେଲି ନାମକ ଜଣେ ପୂର୍ବତନ ସେନାର ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । ସେହିପରି ଗତ ସେପ୍ଟେମ୍ବରରେ ଅନସ ଗିତେଲିଙ୍କ ଭାଇ ଇମ୍ରାନ ଗିତେଲିଙ୍କୁ ଏନଆଇଏ ଗିରଫ କରିଥିଲା । ଅନସ ଗିତେଲିଙ୍କ ଭାଇକୁ ପାକିସ୍ତାନ ନୌସେନାକୁ ଗୁପ୍ତଚର ପଠାଇବା ଅଭିଯୋଗରେ ଗିରଫ କରାଯାଇଥିଲା ।