ETV Bharat / bharat

ମିଶନ ଗୋଆ ଲକ୍ଷ୍ୟରେ କେଜ୍ରିୱାଲ, କହିଲେ କ୍ଷମତାକୁ ଆସିଲେ ନିର୍ମାଣ ହେବ ନୂଆ ଗୋଆ

ଆସନ୍ତାବର୍ଷ ଦେଶର 7 ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜୋରଦାର ପ୍ରସ୍ତୁତି । ଏ ନେଇ ଦୁଇ ଦିନିଆ ଗୋଆ ଗସ୍ତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

author img

By

Published : Jul 13, 2021, 5:52 PM IST

ଅରବିନ୍ଦ କେଜ୍ରିୱାଲ
ଅରବିନ୍ଦ କେଜ୍ରିୱାଲ

ପାଣାଜି: ଆସନ୍ତା ବର୍ଷ ଦେଶର 7 ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଯୋରଦାର ପ୍ରସ୍ତୁତି । ଦଳ ଦିଲ୍ଲୀ ଦଖଲ ପରେ ଏବେ ଜାତୀୟ ରାଜନୀତିରେ ପ୍ରବେଶ ପାଇଁ ଚଳାଇଛି ରଣନୀତି । ଏ ନେଇ ଦୁଇ ଦିନିଆ ଗୋଆ ଗସ୍ତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ ।

  • Goa wants change.

    Enough of parties buying and selling MLAs. Enough of dirty politics. Goa wants development. There is no shortage of funds, only shortage of honest intent. Goa wants honest politics.

    See you in Goa tomorrow.

    — Arvind Kejriwal (@ArvindKejriwal) July 12, 2021 " class="align-text-top noRightClick twitterSection" data=" ">

ଦଳର ଆଗାମୀ ଲକ୍ଷ୍ୟ ପଞ୍ଜାବ, ଗୁଜୁରାଟ, ଉତ୍ତରାଖଣ୍ଡ, ୟୁପି ଓ ଗୋଆ ଉପରେ ରହିଛି । ଏହି ସମସ୍ତ ରାଜ୍ୟରେ ଦଳ ସଂଗଠନ ବଢାଇବା ସହ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛି । ଦଳର ବିଧାୟକ ସାଂସଦ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟକୁ ଯାଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏହାର ନେତୃତ୍ବ ନେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ପଞ୍ଜାବ, ଗୁଜୁରାଟ, ଉତ୍ତରାଖଣ୍ଡ, ୟୁପି ଗସ୍ତ ପରେ ଏବେ 2 ଦିନିଆ ଗୋଆ ଗସ୍ତରେ ଅଛନ୍ତି କେଜ୍ରିୱାଲ । ଦଳୀୟ ସଂଗଠନ ମଜବୁତ ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ କେଜ୍ରିୱାଲ । ଗୋଆରେ ନୂଆ ସକାଳ ହେବ । ଗୋଆ ସ୍ବଚ୍ଛ ରାଜନୀତି ଚାହେଁ ବୋଲି କହିଛନ୍ତି କେଜ୍ରିୱାଲ ।

ଏହି ଅବସରରେ କେଜ୍ରିୱାଲ ବିଜେପି ସରକାର ଉପରେ ବର୍ଷିବା ସହ ଗୋଆର ବିକାଶ ପାଇଁ ଜନତା ଭୋଟ ଦେଇଛନ୍ତି, ନିଚ ରାଜନୀତି ପାଇଁ ନୁହେଁ ବୋଲି ପରୋକ୍ଷରେ କଟାକ୍ଷ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଗୋଆର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଟଙ୍କାର ଅଭାବ ନାହିଁ, କେବଳ ଇଚ୍ଛା ଶକ୍ତିର ଅଭାବ ରହିଛି ବୋଲି କହିଛନ୍ତି ।

ସେହିପରି ଦଳ ଆଗାମୀ ନିର୍ବାଚନ ପୂରା ଶକ୍ତିର ସହ ଲଢିବ । କ୍ଷମତାକୁ ଆସିଲେ ଗୋଆର ଦ୍ରୁତ ବିକାଶ ହେବ । ନୂଆ ଗୋଆ ନିର୍ମାଣ ହେବ । ଲୋକଙ୍କ 3 ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଆଯିବ । 24 ଘଣ୍ଟା ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.