ETV Bharat / bharat

ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟଣା: ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିବ କଂଗ୍ରେସ

author img

By

Published : May 14, 2021, 8:00 PM IST

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିବ ରାଜ୍ୟ କଂଗ୍ରେସ । ଗୋଆରେ ଗତ 24 ଘଣ୍ଟାରେ 76 ଜଣ ପ୍ରାଣ ହରାଇଲେଣି । ଅଧିକ ପଢନ୍ତୁ...

ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟଣା: ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିବ କଂଗ୍ରେସ
ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟଣା: ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିବ କଂଗ୍ରେସ

ପାନାଜୀ: ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ମୃତ୍ୟୁକୁ ନେଇ ଟାର୍ଗେଟକୁ ଆସିଛନ୍ତି ଗୋଆ ସରକାର । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିବ ରାଜ୍ୟ କଂଗ୍ରେସ । ଗୋଆରେ ଗତ 24 ଘଣ୍ଟାରେ 76 ଜଣ ପ୍ରାଣ ହରାଇଲେଣି ।

ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏକ ପ୍ରେସ ବିବୃତ୍ତିରେ ଗୋଆ କଂଗ୍ରେସ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ କରିବା ସହ ଜିଏମଏଚସିର ଡିନ ଏବଂ ଗୋଆ ସ୍ବାସ୍ଥ୍ୟ ସଚିବଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛି ।

ଅକ୍ସିଜେନ ସଙ୍କଟ ଯୋଗୁଁ ଘଡିକରେ ଚାଲିଯାଉଛି ଜୀବନ । ଗୋଆରେ ଗତ 24 ଘଣ୍ଟାରେ 76 ଜଣ ପ୍ରାଣ ହରାଇଲେଣି । ଏମାନଙ୍କ ମଧ୍ୟରୁ 63 ରୋଗୀ କୋରୋନା ସଂକ୍ରମିତ ଥିଲେ । ତେବେ ଏ ସମସ୍ତଙ୍କ ମୃତ୍ୟୁ ଅକ୍ସିଜେନ ଅଭାବରୁ ହୋଇଛି ।

‘ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ’ ଅକ୍ସିଜେନ ସଙ୍କଟ ଘନେଇବାରେ ଲାଗିଛି । ଫଳରେ ଗୋଟିଏ ପରେ ଗୋଟିଏ ରୋଗୀଙ୍କ ଜୀବନ ଅକାଳରେ ଚାଲିଯାଉଛି । ରାଜ୍ୟ ସରକାରଙ୍କ ଦ୍ବାରା ଜାରି ତଥ୍ୟ ଅନୁସାରେ ରାଜ୍ୟରେ ମେ 13 ରେ କୋରୋନାର 2,491 ନୂଆ ମାମଲା ସାମ୍ନାକୁ ଆସିଥିଲା । ମେ 13 ରାତି ଆଉ 13 ରୋଗୀଙ୍କ ମୃତ୍ୟୁ ଖବର ମିଳିଛି ।

ଗତ ମେ 13 ରାତିରେ ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ 24 ଘଣ୍ଟାରେ ଏବେ ସୁଦ୍ଧା 76 ଲୋକଙ୍କ ମୃତ୍ୟୁ ହେଲାଣି । ଏପଟେ ଏପ୍ରିଲ 30 ରୁ ମେ 11 ଯାଏଁ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ 378 ରୋଗୀଙ୍କ ଅକ୍ସିଜେନ ଅଭାବ କାରଣରୁ ମୃତ୍ୟୁ ହୋଇଥିବା ନେଇ ମେଡିକାଲ କଲେଜ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.