ETV Bharat / bharat

ଗୋଆରେ ଜୁନ 7 ଯାଏଁ ବଢିଲା ଲକଡାଉନ ଅବଧି - ଗୋଆ ମୁଖ୍ୟମନ୍ତ୍ରୀ ହେମନ୍ତ ସାଓ୍ବାନ୍ତ

ଗୋଆରେ ଜାରି ରହିଥିବା ଲକଡାଉନ ଅବଧିକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଅଧିକ ପଢନ୍ତୁ...

ଗୋଆରେ ଜୁନ 7 ଯାଏ ବଢିଲା ଲକଡାଉନ ଅବଧି
ଗୋଆରେ ଜୁନ 7 ଯାଏ ବଢିଲା ଲକଡାଉନ ଅବଧି
author img

By

Published : May 29, 2021, 7:08 PM IST

ପାଣାଜୀ: ଗୋଆରେ ଜାରି ରହିଥିବା ଲକଡାଉନ ଅବଧିକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଜୁନ୍ 7 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଟ୍ବିଟ କରି କହିଛନ୍ତି 7 ଜୁନ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମେ 17ରେ ଗୋଆରେ କୋଭିଡ ମାମଲାରେ ତୀବ୍ର ବୃଦ୍ଧି ଘଟିବା ପରେ ମୁଖ୍ୟମନ୍ତ୍ରୀ ସାୱନ୍ତ ଗୋଆରେ ରାଜ୍ୟ ସ୍ତରୀୟ କର୍ଫ୍ୟୁ ଘୋଷଣା କରିଥିଲେ। ପରେ କର୍ଫ୍ୟୁକୁ ମେ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ଏହାକୁ ଜୁନ 7 ଯାଏଁ ବୃଦ୍ଧି କରିବା ନେଇ ନିଷ୍ପତ୍ତି ହୋଇଛି । ଏହି ଲକଡାଉନ ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ମଦ ଦୋକାନ ଗୁଡିକ ସକାଳ 7 ଟାରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦିଆଯାଇଛି | କର୍ଫ୍ୟୁ ଅବଧି ସମୟରେ ମେଡିକାଲ୍ ଷ୍ଟୋର ଏବଂ ରେସ୍ତାେରାଁ ଗୁଡିକ ସକାଳ 7ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି |

ଗୋଆରେ ବର୍ତ୍ତମାନ 15,326 ସକ୍ରିୟ ମାମଲା ଥିବାବେଳେ ମହାମାରୀ ଆରମ୍ଭରୁ କୋଭିଡ ସମ୍ବନ୍ଧୀୟ ଜଟିଳତା ହେତୁ 2570 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଗୋଆରେ 1,53,456 ଜଣଙ୍କୁ ଆକ୍ରାନ୍ତ ଭାବେ ଚିହ୍ନଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.