ETV Bharat / bharat

ଆଜି ଗୃହମନ୍ତ୍ରୀ ଓ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କୁ ଭେଟିବେ ଗୋଆ CM - Dhangar Community

ଅମିତ ଶାହାଙ୍କ ସହ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ତାଙ୍କୁ ଆଜି ଭେଟିବେ ଗୋଆର ମୁଖ୍ୟମନ୍ତ୍ରୀ । ଦଙ୍ଗର ଗୋଷ୍ଠୀକୁ ଆଦିବାସୀ ଶ୍ରେଣୀରେ ଅର୍ନ୍ତଭୁକ୍ତ କରିବା ନେଇ କରିବେ ଆଲୋଚନା । ଅଧିକ ପଢନ୍ତୁ...

Goa CM to meet Amit Shah, Arjun Munda tomorrow over inclusion of Goa's Dhangar community in ST Category
ଶାହାଙ୍କ ସହ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କୁ ଭେଟିବେ ଗୋଆ CM
author img

By

Published : Jul 19, 2021, 7:31 AM IST

Updated : Jul 19, 2021, 7:41 AM IST

ପାଣାଜୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ତାଙ୍କୁ ଆଜି ଭେଟିବେ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାଓ୍ବନ୍ତ । ଗୋଆରେ ଥିବା ଦଙ୍ଗର ଗୋଷ୍ଠୀକୁ ଆଦିବାସୀ ଶ୍ରେଣୀରେ ଅର୍ନ୍ତଭୁକ୍ତ କରିବା ନେଇ ଆଲୋଚନା କରିବେ ପ୍ରମୋଦଙ୍କ ଏକ ପ୍ରତିନିଧି ଦଳ । ଦଙ୍ଗର ଗୋଷ୍ଠୀ ଆଦିବାସୀ ଶ୍ରେଣୀରେ ସାମିଲ ହେଲେ କେନ୍ଦ୍ର ସରକାରଙ୍କର ଆଦିବାସୀ ମାନଙ୍କ ପାଇଁ ଥିବା ସମସ୍ତ ଯୋଜନାରେ ଲାଭବାନ ହେବେ ।

ଏହି ଗୋଷ୍ଠୀ ଆଦିବାସୀ ଶ୍ରେଣୀରେ ସାମିଲ ହେବା ନେଇ ଦୀର୍ଘ ଦିନଧରି ଦାବି ହୋଇ ଆସୁଥିଲା । ଯାହାକୁ ନେଇ ଦୀର୍ଘ ଦିନ ପରେ ଆଜି ଗୋଆ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।ଏନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳରେ ଉପମୁଖ୍ୟମନ୍ତ୍ରୀ ବାବୁ କଭଲେକର ଏବଂ ନଗର ଉନ୍ନୟନ ମନ୍ତ୍ରୀ ମିଲିନ୍ଦ ନାଏକ ଏବଂ ବାଚସ୍ପତି ରାଜେଶ ପାଟନେକର ରହିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ପିଡବ୍ଲ୍ୟୁଡି ମନ୍ତ୍ରୀ ଦୀପକ ପାଉସର, ମନ୍ତ୍ରୀ ମିଲିନ୍ଦ ନାଏକ ଗଡକରୀଙ୍କୁ ଭେଟି ଗୋଆରେ ଜାତୀୟ ରାଜପଥ ପ୍ରକଳ୍ପ ସହ ଜଡିତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

@ANI

Last Updated : Jul 19, 2021, 7:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.