ETV Bharat / bharat

Goa BJP ବିଧାୟକ ଦଳ ବୈଠକ ଆରମ୍ଭ, ମୁଖ୍ୟମନ୍ତ୍ରୀ ସସପେନ୍ସରୁ ହଟିବ ପରଦା

author img

By

Published : Mar 21, 2022, 6:10 PM IST

ଗୋଆରେ ଆରମ୍ଭ ହୋଇଛି ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ପଦ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପଡିବ ପୂର୍ଣ୍ଣଚ୍ଛେଦ । ଅଧିକ ପଢନ୍ତୁ

ଗୋଆ ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ, ସ୍ପଷ୍ଟ ହେବ ମୁଖ୍ୟମନ୍ତ୍ରୀ ପଦ
ଗୋଆ ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ, ମୁଖ୍ୟମନ୍ତ୍ରୀ ସସପେନ୍ସରୁ ହଟିବ ପରଦା

ପାନାଜୀ: ଗୋଆରେ ଆରମ୍ଭ ହୋଇଛି ବିଜେପି ବିଧାୟକ ଦଳ ବୈଠକ । ବସିଥିବା ବୈଠକରେ ଲାଗି ରହିଥିବା ମୁଖ୍ୟମନ୍ତ୍ରୀ ଦ୍ବନ୍ଦ ନେଇ ଚିତ୍ର ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । କିଛି ସମୟ ପୂର୍ବରୁ ବର୍ତ୍ତମାନର କାମଚଳା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ଆଜିର ଏହି ବୈଠକରେ ଗୋଆ ବିଜେପି ଅଧ୍ୟକ୍ଷ ସଦାନନ୍ଦ ତାତାଭଡେ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଏଲ.ମୁରୁଗନଙ୍କ ସମତେ କାମଚଳା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ସହ ଅନ୍ୟ ସମସ୍ତ ନିର୍ବାଚିତ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।

ତେବେ ନିର୍ବାଚନରେ ବହୁମତ ମିଳିବା ପରେ ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ନେଇ ଦ୍ବନ୍ଦ ଆରମ୍ଭ ହୋଇଥିଲା । ଗତଥରର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଦାବିଦାରଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି । ତେଣୁ ପ୍ରମୋଦଙ୍କ ନାମରେ ମୋହର ଲାଗିବାର ସର୍ବାଧିକ ସମ୍ଭାବନା ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବୈଠକ ଆରମ୍ଭ ହୋଇ ସାରିଥିବା ବେଳେ ଆଉ କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସସପେନ୍ସରୁ ପରଦା ହଟିବ ।

ତେବେ କିଛି ସମୟ ପୂର୍ବରୁ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ବୀରେନ ସିଂ ଶପଥ ନେଇଥିବାବେଳେ ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବିଜେପି ସ୍ପଷ୍ଟ କରିଛି । ବିଜେପି ସରକାର ଗଠନ କରିବାକୁ ଥିବା ରାଜ୍ୟମାନଙ୍କରେ ଲାଗି ରହିଥିବା ମୁଖ୍ୟମନ୍ତ୍ରୀ ଦ୍ବନ୍ଦର ଅବସାନ ଘଟିସାରିଥିବା ବେଳେ କେବଳ ଗୋଆର ଚୂଡାନ୍ତ ନିଷ୍ପତ୍ତି ଆସିବା ବାକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.