ETV Bharat / bharat

GMC Election Results: 58 ଆସନ ହାତେଇଲା BJP ଓ AGP ମେଣ୍ଟ

author img

By

Published : Apr 24, 2022, 10:08 PM IST

ଗୌହାଟୀ ପୌର ପରିଷଦ ନିର୍ବାଚନ ନିର୍ବାଚନରେ ବାଜି ମାରିଲା BJP, AGP ମେଣ୍ଟ । ଗୋଟିଏ ଲେଖାଏଁ ଓ୍ବାର୍ଡରେ ସୀମିତ ରହିଲେ ଆମ ଆଦମୀ ପାର୍ଟି ଓ ଆସାମ ଜାତୀୟ ପରିଷଦ । ଫଳାଫଳ ପରେ ଆସାମବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

GMC Election Results: 58 ଆସନ ହାତେଇଲା BJP ଓ AGP ମେଣ୍ଟ
GMC Election Results: 58 ଆସନ ହାତେଇଲା BJP ଓ AGP ମେଣ୍ଟ

ଗୌହାଟୀ: ଗୌହାଟୀ ପୌର ପରିଷଦ ନିର୍ବାଚନରେ (GMC) ବାଜିମାତ କରିଛି ବିଜେପି ଓ ସହଯୋଗୀ ଆସାମ ଗଣପରିଷଦ (AGP) ମେଣ୍ଟ । ମୋଟ 60 ଆସନରୁ 58 ଓ୍ବାର୍ଡରେ ବାଜିମାତ କରିଛି ମେଣ୍ଟ । ଆଜି ସକାଳୁ ମତ ଗଣନା ଆରମ୍ଭ ହୋଇଥିଲା । 60 ଓ୍ବାର୍ଡରେ ମୋଟ 197 ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ପ୍ରତିଦ୍ବନ୍ଦ୍ବୀତା କରିଥିଲେ । ପ୍ରାୟ 9 ବର୍ଷ ପରେ ଏହି ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

  • Thank you Guwahati! The people of this lovely city have given a resounding mandate to @BJP4Assam to build on the agenda of development. They have also blessed the hardwork of the state government under CM @himantabiswa. My gratitude to every BJP Karyakarta for the hardwork.

    — Narendra Modi (@narendramodi) April 24, 2022 " class="align-text-top noRightClick twitterSection" data=" ">

ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 52ଟି ଓ୍ବାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆସାମ ଗଣ ପରିଷଦ ଖାତାକୁ 6ଟି ଓ୍ବାର୍ଡ ଆସିଛି । ସେହିପରି ଆମ ଆଦମୀ ପାର୍ଟି (AAP) ଓ ଆସାମ ଜାତୀୟ ପରିଷଦ (AJP) ମାତ୍ର ଗୋଟିଏ ଲେଖାଏଁ ଓ୍ବାର୍ଡ ଜିତିବାରେ ସଫଳ ହୋଇଛନ୍ତି ।

  • #WATCH | Assam: BJP workers celebrate in Guwahati as the party sweeps the Guwahati Municipal Corporation polls

    Out of total 60 wards of GMC, BJP has won 52 wards while its ally party AGP won 6 wards. One each by AAP and Assam Jatiya Parishad (AJP): PG Jha, DC Kamrup (Metro) pic.twitter.com/LPmqmDLWr2

    — ANI (@ANI) April 24, 2022 " class="align-text-top noRightClick twitterSection" data=" ">

ବିଜୟ ପରେ BJP କର୍ମୀମାନେ ଉତ୍ସବ ପାଳନ ଆରମ୍ଭ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆସାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫଳାଫଳ ପାଇଁ ଦଳୀୟ କର୍ମକର୍ତ୍ତା ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.