ETV Bharat / bharat

UP Crime: ଅସଦାଚାରଣକୁ ବିରୋଧ କଲେ, ଛାତ୍ରୀଙ୍କୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲା ଦୁର୍ବୃତ୍ତ - ଉତ୍ତରପ୍ରଦେଶ ବରେଲିରେ ଅପରାଧ

ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ହୃଦୟ ବିଦାରକ ଘଟଣା । ଅସଦାଚଣକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ଚଳନ୍ତା ଟ୍ରେନ୍‌ ଆଗକୁ ଫିଙ୍ଗିଦେଲା ଯୁବକ । ଛାତ୍ରୀଙ୍କର ଗୋଟିଏ ହାତ ଓ 2ଟି ଗୋଡ କଟିଯାଇଥିବା ବେଳେ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ।ଅଧିକ ପଢନ୍ତୁ

ତ୍ତରପ୍ରଦେଶ ବରେଲି ଅଞ୍ଚଳରେ ହୃଦୟ ବିଦାରକ ଘଟଣା ।

author img

By ETV Bharat Odisha Team

Published : Oct 11, 2023, 11:10 AM IST

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଅସଦାଚଣକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲା ଯୁବକ । ଖବର ପାଇ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ରେଳ ଧାରଣାରୁ ଉଦ୍ଧାର କଲା ପୋଲିସ । ଛାତ୍ରୀଙ୍କ ଗୋଟିଏ ହାତ ଓ 2ଟି ଗୋଡ଼ କଟିଯାଇଥିବା ବେଳେ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀଜଣକ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ଅନୁୟାୟୀ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗୁରୁତର ଛାତ୍ରୀ ଜଣକ ବରେଲି ଅଞ୍ଚଳର ଏକ କୋଚିଂ କ୍ଲାସକୁ ପ୍ରତିଦିନ ପଢ଼ିବାକୁ ଯାଆନ୍ତି । ହେଲେ ଗତ 2 ମାସ ହେଲା ଜଣେ ଅସାମାଜିକ ଯୁବକ ତାଙ୍କୁ ଅସଦାଚରଣ କରିବା ସହ ନାନା ପ୍ରକାର ହଇରାଣ କରି ଆସୁଥିଲା । ବାରମ୍ବାର ଏଭଳି ଘଟିବା ପରେ ଛାତ୍ରୀଜଣକ ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା । ପରିବାର ଲୋକେ ଏନେଇ ସମ୍ପୃକ୍ତ ଯୁବକଙ୍କ ଘରେ ମଧ୍ୟ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ପ୍ରେମ ପାଇଁ ନୃଶଂସ ପାଲଟିଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ବାମୀକୁ ଭୁଜାଲିରେ କଲା ୫୦ ଥର ଆକ୍ରମଣ

ତେବେ ମଙ୍ଗଳବାର ଦିନ ଛାତ୍ରୀ ଜଣକ କୋଚିଂ କ୍ଲାସ ଯାଇଥିବା ବେଳେ ତାଙ୍କୁ ଟ୍ରେନ୍‌ ଲାଇନରୁ ଗୁରୁତର ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଛାତ୍ରୀଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଗୋଟିଏ ହାତ ଓ 2 ଟା ଯାକ ଗୋଡ ଟ୍ରେନରେ କଟି ଯାଇଥିବା ବେଳେ ଶରୀରର ଅନେକ ହାଡ ଭାଙ୍ଗିଯାଇଛି । ହସ୍ପିଟାଲରେ ବେଡ୍‌ରେ ପଡ଼ି ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀ ଜଣକ । ତେବେ ପରିବାର ଲୋକଙ୍କ କହିବା ଅନୁୟାୟୀ, ସେହି ଯୁବକ ଜଣକ ଟ୍ରେନ ଆଗକୁ ଧକ୍କା ଦେଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛି। ଏନେଇ ଛାତ୍ରୀ ଜଣକ ପରିବାର ବର୍ଗଙ୍କୁ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପ୍ରେମିକକୁ ଦେଖା କରିବାକୁ ମନା କରିବାକୁ ମାଆକୁ ବିଷ ଦେଇଦେଲା ଝିଅ

ଅନ୍ୟପଟେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ଏନେଇ ସିବିଗଞ୍ଜ ଥାନା ଇନ୍‌ସପେକ୍ଟର ଅଶୋକ କୁମାରଙ୍କ କହିଛନ୍ତି ଯେ, ଯୁବକଜଣକ ପ୍ରେମ ବ୍ୟାପାରରୁ ଏଭଳି କାଣ୍ଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏପର୍ଯ୍ୟନ୍ତ ପରିବାର ପକ୍ଷରୁ ଏନେଇ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ । ତେବେ ଖୁବଶୀଘ୍ର ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯିବ ।

ଉତ୍ତରପ୍ରଦେଶରେ ଚରମସୀମାରେ ପହଞ୍ଚିଲାଣି ଅପରାଧିକ କାର୍ଯ୍ୟକଳାପ । ଅପରାଧିମାନେ ବେଧଡ଼କ ଅପରାଧ ଘଟାଇ ଚାଲିଛନ୍ତି । ଏହାପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.