ଲକ୍ଷ୍ନୌ: କାଳ ହେଲା ଲୁଚକାଳି ଖେଳ । ଖେଳୁଥିଲା ବେଳେ ନିକଟରେ ରଖାଯାଇଥିବା ବାପାଙ୍କ କାର୍ରେ ଲୁଚିଗଲା 4 ବର୍ଷୀୟା ଶିଶୁକନ୍ୟା । ହେଲେ ଡୋର୍ ଅଟୋମେଟିକ ଲକ୍ ହୋଇଯିବା କାରଣରୁ ଶ୍ବାସରୁଦ୍ଧ ହୋଇ ଗାଡି ଭିତରେ ଶିଶୁର ପ୍ରାଣ ଚାଲିଗଲା । ଏପରି ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ବରେଲିରେ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ବରେଲୀ ବିସରତଗଞ୍ଜ ଥାନା ଏରିଆର ଭଗବନ୍ତପୁର ଗ୍ରାମରେ ମଙ୍ଗଳବାର ସଂଧ୍ୟାରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଜଣେ ଠିକାଦାର କୁମ୍ବର ସେନଙ୍କ 4 ବର୍ଷୀୟା ଶିଶୁକନ୍ୟା ମଧୁ ମଙ୍ଗଳବାର ସଂଧ୍ୟାରେ ଅନ୍ୟ କିଛି ପଡୋଶୀ ଶିଶୁଙ୍କ ସହ ଲୁଚକାଳି ଖେଳ ଖେଳୁଥିଲା । ଏହି ସମୟରେ ସେ ନିକଟରେ ପାର୍କିଂ ହୋଇଥିବା ବାପାଙ୍କ ବୋଲେର ଗାଡିରେ ସେ ଲୁଚି ଯାଇଥିଲା । ଗାଡ଼ିର ଡୋର ଅଟୋ-ଲକ ହୋଇଯିବା କାରଣରୁ ସେ ଆଉ ବାହାରି ପାରିନଥିଲା ।
ଏହା ମଧ୍ୟ ପଢନ୍ତୁ:-ଅଟକିନି ଜୀବନ ଗାଡି; ଗୋଟିଏ ଗୋଡରେ ଆଟୋ ଚଲାଇ ପୋଷୁଛନ୍ତି ପରିବାର
କିଛି ସମୟ ପାଇଁ ମଧୁକୁ ପାଇନଥିଲେ ତାର ସାଙ୍ଗମାନେ । ଏକଥା ଘର ଲୋକଙ୍କ କାନକୁ ଆସିବା ପରେ ସେମାନେ ତାକୁ ଆଖପାଖରେ ଖୋଜିଖୋଜି କରିଥିଲେ । କିଛି ଘଣ୍ଟାର ଖୋଜାଖୋଜି ପରେ ମଧୁକୁ ନପାଇ କୁମ୍ବର ସେନ ସନ୍ଦେହବଶତଃ ନିକଟରେ ଥିବା ତାଙ୍କ ବୋଲେର ଗାଡିର ଡୋର ଖୋଲି ଚେକ କରିଥିଲେ । ମଧୁକୁ ଗାଡି ମଧ୍ୟରୁ ମଧୁକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତୁରନ୍ତ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ସୁଦ୍ଧା, ଡାକ୍ତର ସଠାରେ ତାକୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ:-‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’
ତେବେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ସୂଚନା ଅନୁସାରେ, ମଧୁ କାରରେ ଲୁଚିଯାଇଥିବା ବେଳେ ଗାଡିଟି ଲକ୍ ହୋଇଯାଇଥାଇ ପାରେ । ସେ ଗାଡି଼ି ଭତିରେ ପ୍ରାୟ ଘଣ୍ଟାଧିକ କାଳ ଫସି ରହିବା ଫଳରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛି । ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ଗ୍ରାମରେ ପହଞ୍ଚି ତଦନ୍ତ କରିଛି । ଖେଳୁଖେଳୁ ଏପରି ଏକ ଅଭାବନୀୟ ଘଟଣାରେ ଶିଶୁ ମୃତ୍ୟୁ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏପରି ଘଟଣା ନେଇ ଅନ୍ୟ ଅଭିଭାବକମାନେ ମଧ୍ୟ ପିଲାଙ୍କ ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ