ଶିମଲା: ପାଠ ପଢି ବଡ ମଣିଷ ହେବ ବୋଲି ସେ ସ୍ବପ୍ନ ଦେଖିଥିଲା । ପିତାମାତଙ୍କ କହିବାନୁସାରେ ବହି ପାଖରେ ବସି ପାଠ ମଧ୍ୟ ପଢିଥିଲା । ଏହି ସମୟରେ ପେନସିଲ କାଟିବା ବେଳେ ଅକାଳରେ ଚାଲିଗଲା ଶିଶୁକନ୍ୟାର ଜୀବନ । ତଣ୍ଟିରେ ପେନସଲି ଗୁଣ୍ଡ ଲାଖିଯିବା ଫଳରେ ଶ୍ବାସସୁଦ୍ଧ ହୋଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି (Girl dies after Pencil get stuck in her neck)। ଏଭଳି ଦୁଃଖଦ ଘଟଣା ହିମାଚଳପ୍ରଦେଶର ହମିପୁର ଜିଲ୍ଲାରେ ଘଟିଛି ।
କୋତବାଲି ପାହାଡିବୀର ଗ୍ରାମର ନିବାସୀ ନନ୍ଦକିୋଶର କହିଛନ୍ତି ଯେ ତାଙ୍କର ୨ଟି ଝିଅ ଆଂଶିକା (୮), ଆର୍ତ୍ତିକା(୬) ଓ ଅଭିଷେକ (୧୨) ନାମରେ ୩ଟି ସନ୍ତାନ । ସେ ଚାଷକାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ କହିବାନୁସାରେ, ବୁଧବାର ଦିନ ପ୍ରାୟ ୫ଟା ସମୟରେ ତାଙ୍କ ପିଲାମାନେ ଛାତ ଉପରେ ପାଠ ପଢୁଥିଲେ। ଝିଅ ଆର୍ତ୍ତିକା ସ୍କୁଲ ହୋମୱାର୍କ କରିବା ପାଇଁ କଟରରୁ ପେନସିଲ କାଟୁଥିଲା । ଏହି ସମୟରେ ହଠାତ ପେନସିଲ ଗୁଣ୍ଡ ତା ତଣ୍ଟିରେ ଲାଖିଯାଇଥିଲା । ସେ ପାଟିରେ କଟର୍ ରଖି ପେନସିଲ କାଟୁଥିବା କହିଛନ୍ତି ପିତା ।
ଏହା ବି ପଢନ୍ତୁ- ଜନ୍ମ ନେଲା ୪ ହାତଗୋଡ ବିଶିଷ୍ଟ ଶିଶୁ, ଦେଖିବାକୁ ଜମିଲା ଲୋକଙ୍କ ଭିଡ
ତଣ୍ଟିରେ ଲାଖିଯିବା ପରେ ତାର ଶ୍ବାସରୁଦ୍ଧ ହୋଇଯାଇଥିଲା । ଶୀଘ୍ର ତାଙ୍କୁ CHC ରଥକୁ ନିଆଯାଇଥିଲା । ସେଠାରେ ଡ. ସତ୍ୟେନ୍ଦ୍ର ଯାଦବ ଝିଅକୁ ମୃତ ଘୋଷଣା କରିଥିଲେ । କୁନିଝିଅ ଆର୍ତ୍ତିକା ଗାଁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା । କୁନି ଝିଅର ମୃତ୍ୟୁ ପରେ ପରିବାର ଭାଙ୍ଗି ପଡିଛି । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି ପରିବାର ।