ETV Bharat / bharat

ଏକ୍ସପ୍ରେସ୍‌ ଟ୍ରେନ ଶୌଚାଳୟରୁ ମିଳିଲା ଯୁବତୀଙ୍କ ମୃତଦେହ - ଶ୍ରମଜୀବି ଏକ୍ସପ୍ରେସ ଯୁବତୀ ମୃତ

ଟ୍ରେନର ଶୌଚାଳୟ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ନୂଆଦିଲ୍ଲୀରୁ ରାଜଗିରି ଆସୁଥିବା ଟ୍ରେନ ନମ୍ବର 12392 ଶ୍ରମଜୀବି ଏକ୍ସପ୍ରେସରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ଅଧିକ ପଢ଼ନ୍ତୁ

ଟ୍ରେନ ଶୌଚାଳୟରୁ ମିଳିଲା ଯୁବତୀଙ୍କ ମୃତଦେହ
ଟ୍ରେନ ଶୌଚାଳୟରୁ ମିଳିଲା ଯୁବତୀଙ୍କ ମୃତଦେହ
author img

By ETV Bharat Odisha Team

Published : Sep 2, 2023, 5:39 PM IST

ପାଟଣା: ଟ୍ରେନରୁ ମିଳିଲା ଯୁବତୀଙ୍କ ମୃତଦେହ। ଟ୍ରେନର ଶୌଚାଳୟ ଭିତରୁ ମୃତ ଅବସ୍ଥାରେ ମିଳିଲେ ଯୁବତୀ। ନୂଆଦିଲ୍ଲୀରୁ ରାଜଗିରି ଆସୁଥିବା ଟ୍ରେନ ନମ୍ବର 12392 ଶ୍ରମଜୀବି ଏକ୍ସପ୍ରେସରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ତେବେ ଘଟଣାର ସୂଚନା ମିଳିବା ପରେ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଠାରେ।

ସୂଚନା ଅନୁସାରେ, ଦିଲ୍ଲୀରୁ ବିହାରର ନାଳନ୍ଦା ଠାରେ ଥିବା ରାଜଗିରିକୁ ଆସୁଥିବା ଶ୍ରମଜୀବି ଏକ୍ସପ୍ରେସ ଦିନ 10.30 ସମୟରେ ରାଜଗିଗି ଷ୍ଟେସନରେ ପହଞ୍ଚିଥିଲା। ଏହାପରେ 11.30ରେ ଟ୍ରେନର ସଫେଇ ଏବଂ ମେଣ୍ଟେନାନ୍ସ କରିବା ପାଇଁ ଟ୍ରେନକୁ ପିଟ ଲାଇନକୁ ନିଆଯାଇଥିଲା। ତେବେ ଟ୍ରେନରେ ସଫେଇ ଚାଲିଥିବା ସମୟରେ ସଫା କରୁଥିବା କର୍ମଚାରୀ ଟ୍ରେନର ବାଥରୁମରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲେ। ତେବେ ଏନେଇ କର୍ମଚାରୀ ଜଣଙ୍କ ପଦାଧୀକାରୀଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଓ୍ବାଗନ ଓ କ୍ୟାରେଜ ବିଭାଗ ତୁରନ୍ତ ଏସମ୍ପର୍କରେ ଆରପିଏଫ ଓ ଜିଆରପି ସହିତ ଷ୍ଟେସନ ପ୍ରବନ୍ଧକଙ୍କୁ ଜଣାଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ.....ପତ୍ନୀଙ୍କୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଲା ସ୍ବାମୀ, CCTV କଏଦ ଛାତିଥରା ଦୃଶ୍ୟ

ତେବେ ଶ୍ରମଜୀବି ଏକ୍ସପ୍ରେସ୍‌ର କୋଚ ସଂଖ୍ୟା EC16414C ର ବାଥରୁମ୍‌ରୁ ଯୁବତୀଙ୍କ ମୃତଦେହ ମିଳିଛି। ମୃତଦେହଟି ବାଥରୁମ୍‌ରେ ବସିଥିବା ଅବସ୍ଥାରେ ମିଳିଥିଲା। ଯୁବତୀଙ୍କୁ ବାଥରୁମ୍‌ରେ ଲାଗିଥିବା ଏକ ହ୍ୟାଙ୍ଗରରେ ଓଢ଼ଣୀ ସାହାର୍ଯ୍ୟରେ ବନ୍ଧାହୋଇ ରଖାଯାଇଥିଲା। ତେବେ ଯୁବତୀଙ୍କୁ ହତ୍ୟା କରାଯାଇ ବାଥରୁମ୍‌ରେ ରଖାଯାଇଛି ଏବଂ ଓଢ଼ଣୀକୁ ବାନ୍ଧି ହ୍ୟାଙ୍ଗରେ ଓହଳାଇ ଏହାକୁ ଆତ୍ମହତ୍ୟାର ରୁପ ଦିଆଯିବା ପାଇଁ ପ୍ରୟାସ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.....West Bengal: ପତ୍ନୀ ଓ ଝିଅକୁ ହତ୍ୟା କରି ଜୀବନ ହାରିଲେ ଅବସରପ୍ରାପ୍ତ ଯବାନ

ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଜିଆରପି ବିଭାଗ ଆକ୍ସନ ମୋଡକୁ ଆସିଥିଲା। ତେବେ ଜିଆରପି ଥାନା ପ୍ରଭାରୀଙ୍କ କହିବା ଅନୁସାରେ, ଯୁବତୀଙ୍କ ବୟସ ପାଖାପାଖି 25 ବର୍ଷ ହେବା ନେଇ ଅନୁମାନ କରାଯାଉଛି। ଏହାସହ ଏବେ ପର୍ଯ୍ୟନ୍ତ ତାଙ୍କର କୌଣସି ପରିଚୟ ମିଳି ନାହିଁ। ଏହାସହ ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବାର ପ୍ରକ୍ରିୟା କରାଯାଇଛି। ତେବେ ବ୍ୟବଚ୍ଛେଦ ପରେ ଯୁବତୀଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସଠିକ ଭାବରେ ଜଣାପଡିବ। ଏହାସହ ଏହାକୁ ନେଇ ଜିଆରପି ଅଧିକ ତହନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.