ETV Bharat / bharat

ଉଚ୍ଚତା କମ ଯୋଗୁଁ ଭାଙ୍ଗିଲା ବିବାହ, ଯୁବତୀଙ୍କ ଆତ୍ମହତ୍ୟା

ବିବାହ ଭାଙ୍ଗିବା ପରେ ଚରମ ନିଷ୍ପତ୍ତି ନେଲେ ଝାଡ଼ଖଣ୍ଡର ଝିଅ ଶ୍ବେତା । କଲେ ଆତ୍ମହତ୍ୟା । ଅଧିକ ପଢନ୍ତୁ

author img

By

Published : Jun 9, 2023, 10:52 PM IST

Girls committed suside
Girls committed suside

ରାଞ୍ଚି: ବିବାହ ଭାଙ୍ଗିବା ପରେ ଆତ୍ମହତ୍ୟା କଲେ ୨୨ବର୍ଷୀୟ ଯୁବତୀ ଶ୍ବେତା । ତେବେ ତାଙ୍କ ଉଚ୍ଚତା କମ ଥିବାରୁ ବିବାହ ଭାଙ୍ଗିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଏଭଳି ଦୁଃଖଦ ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଅଞ୍ଚଳରେ ଘଟିଛି । ସେ ପୂର୍ବରୁ ମଧ୍ୟ ଉଚ୍ଚତା ଯୋଗୁଁ ଅବସାଦଗ୍ରସ୍ତ ରହୁଥିଲେ । ଆଉ ବିବାହ ଭାଙ୍ଗିବା ପରେ ସେ ଅଧିକ ଚିନ୍ତାଗ୍ରସ୍ତ ହୋଇ ଏହି ନିଷ୍ପତ୍ତି ନେଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ଶ୍ବେତାଙ୍କ ଆତ୍ମହତ୍ୟା ପରେ ତାଙ୍କ ଉଚ୍ଚତାକୁ ନେଇ ଚର୍ଚ୍ଚା ହେଉଛି । ସେ ନିଜ ଉଚ୍ଚତାକୁ ନେଇ ପୂର୍ବରୁ ମଧ୍ୟ ଚିନ୍ତିତ ରହୁଥିଲେ । ବେଳେ ବେଳେ ସେ ଡିପ୍ରେସନକୁ ମଧ୍ୟ ଚାଲିଯାଉଥିଲେ ବୋଲି ପରିବାର ସଦସ୍ୟ କହିଛନ୍ତି । ତେବେ ଏ ନେଇ ପରିବାର ସଦସ୍ୟ ତାଙ୍କୁ ସବୁବେଳେ ବୁଝାସୁଝା କରୁଥିଲେ । ଉଚ୍ଚତା କମ ହେବା କୌଣସି ବଡ଼ କଥା ନୁହେଁ । ସମାଜରେ କମ ଉଚ୍ଚତା ବିଶିଷ୍ଟ ଅନେକ ଲୋକ ରହିଥିବା ତାଙ୍କୁ କୁହାଯାଉଥିଲା । ଏହା ସତ୍ତ୍ବେ ବି ସେମାନେ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ପରିବାର ଏମିତି ଅନେକ ଉଦାହରଣ ଦେଇ ତାଙ୍କୁ ବୁଝାସୁଝା କରୁଥିଲେ ।

ଏହା ବି ପଢନ୍ତୁ-ସର୍ତ୍ତ ମାନିଲାନି ବର, ବିଦାଇ ବେଳେ ଭାଙ୍ଗିଲା ବିବାହ

ଏହା ସତ୍ତ୍ବେ ଉଚ୍ଚତାକୁ ନେଇ ଶ୍ବେତାଙ୍କ ମନ ବୁଝୁନଥିଲା । ସେ ଦୁଃଖିତ ରହୁଥିଲେ । ତାଙ୍କ ମନରେ ଏହି ଅବଶୋଷ ରହିଥିଲା । ଯେତେବେଳେ ଶ୍ବେତାଙ୍କ ବିବାହ ବୟସ ହୋଇଥିଲା, ସେତେବେଳେ ପରିବାର ଉତ୍ତମ ବରପାତ୍ର ଖୋଜିବା ଆରମ୍ଭ କରିଥିଲେ । ହେଲେ ଶ୍ବେତାଙ୍କ ୩ଟି ପ୍ରସ୍ତାବ କମ ଉଚ୍ଚତା ଯୋଗୁଁ ଭାଙ୍ଗିଯାଇଥିଲା । ଯାହାକୁ ଶ୍ବେତା ସହଜରେ ଗ୍ରହଣ କରିପାରିନଥିଲେ । ଏହାପରେ ସେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ ।

ରାଞ୍ଚି ଓପି ଅଞ୍ଚଳରେ ଶ୍ବେତା ବଡ ଭଉଣୀ ଶିଳ୍ପାଙ୍କ ସହିତ ଦଶରଥ ଏନକ୍ଲେଭ ଫ୍ଲାଟ ନଂ ୬୦୩ରେ ରହୁଥିଲେ । ଶ୍ବେତାଙ୍କ ପିତାମାତା ବିହାରର ଅରବଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଶିଳ୍ପା ଗୁରୁବାର ରାତିରେ କୌଣସି ପାରିବାରିକ କାର୍ଯ୍ୟ ଲାଗି ବାହାରକୁ ଯାଇଥିଲେ । ଘରେ ଏକା ଥିବା ଶ୍ବେତା ଏହି ସମୟରେ ଆତ୍ମହତ୍ୟା କରିଥିଲେ । ଶ୍ବେତାଙ୍କ ଆତ୍ମହତ୍ୟା ଖବର ପଡୋଶୀ ଶିଳ୍ପାଙ୍କୁ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ବେତାଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.