ETV Bharat / bharat

ପୁନର୍ବାର ଜାତିସଂଘ ଏଡିଟର ପ୍ୟାନେଲର ଚେୟାରମ୍ୟାନ ହେଲେ ଗରିଶ ମୁର୍ମୁ - CAG Girish Murmu

ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ପୁଣି ଏକ ଗୁରୁଦାୟିତ୍ବ । ଅଧିକ ପଢନ୍ତୁ....

ପୁନର୍ବାର ଜାତିସଂଘ ଏଡିଟର ପ୍ୟାନେଲର ଚ୍ୟାୟେରମ୍ୟାନ ହେଲେ ଗରିଶ ମୁର୍ମୁ

author img

By

Published : Mar 9, 2021, 11:01 PM IST

ନୂଆଦିଲ୍ଲୀ: ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ପୁଣି ଏକ ଗୁରୁଦାୟିତ୍ବ । ଜାତିସଂଘର ଏଡିଟର ପ୍ୟାନେଲର ଚ୍ୟାୟେରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ପୁଣିଥରେ ଏହି ଦାୟିତ୍ବରେ ଅବସ୍ଥାପିତ ହୋଇଥିବା ଦେଖାଯାଇଛି । ଗତବର୍ଷ ମଧ୍ୟ ଶ୍ରୀ ମୁର୍ମୁ ମଧ୍ୟ ଏହି ଦାୟିତ୍ବରେ ଥିଲେ । ଜାତିସଂଘର ଏହି ପ୍ୟାନେଲରେ ଜର୍ମାନୀ , ଚିଲି,ଚାଇନା, ୟୁକେ , ଫ୍ରାନ୍ସ ,ଫିଲ୍ପିନ୍ସ , ସୁଇଜରଲ୍ୟାଣ୍ଡ, ଇଟାଲି ,ଘାନା,ସୁଇଜରଲ୍ୟାଣ୍ଡ, ଇଣ୍ଡୋନେସିଆ ଆଉ ରୁଷ ସଦସ୍ୟ ଅଛନ୍ତି । ମୁର୍ମୁ ବର୍ତ୍ତମାନ ଜେନେଭା ଏଡିଟର ପ୍ୟାନେଲ(2020 - 2023) ଏବଂ ଖାଦ୍ୟ ଏବଂ କୃଷି ସଂଗଠନ, ରୋମ୍ (2020 - 2025) ଏବଂ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍ (2020-2022) ର ଏକ୍ସଟରନାଲ ଅଡିଟର ଭାବେ ମଧ୍ୟ ଦାୟିତ୍ବରେ ଅଛନ୍ତି ।

1959 ରେ ମିଳିତ ଜାତିସଂଘ ସାଧାରଣ ସଭା ଏକ୍ସଟରନାଲ ଅଡିଟର ପ୍ୟାନେଲ ପ୍ରତିଷ୍ଠା କରିଥିଲା । ଏଥିରେ ସଦସ୍ୟ ଥିବା ରାଷ୍ଟ୍ରମାନଙ୍କ କମ୍ପ୍ଟ୍ରୋଲର ଏବଂ ଅଡିଟର୍ସ ଜେନେରାଲର ମୁଖ୍ୟମାନେ ପ୍ୟାନେଲର ସଦସ୍ୟ ଅଟନ୍ତି | ସେହି କ୍ରମରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି ମୁର୍ମୁ । ଗତବର୍ଷ ମଧ୍ୟ ସେ ଏହି ଗୁରୁଦାୟିତ୍ବରେ ଥିଲେ । ମୁର୍ମୁ 21 ନଭେମ୍ବର 1959 ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.