ETV Bharat / bharat

ବ୍ରିଟିଶଙ୍କ ଭୟ ଥିଲେ ନେତାଜୀ, ଗୃହବନ୍ଦୀ ଥିଲାବେଳେ ଏମିତି ଦେଉଥିଲେ ବାର୍ତ୍ତା

ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସ ନେତାଜୀଙ୍କ ବିନା ଅଧାଅଧୁରା । ସେ ଜଣେ ଏଭଳି ବ୍ୟକ୍ତି ଥିଲେ, ଯିଏ ଏକାକୀ ବ୍ରିଟିଶର ଉପନିବେଶବାଦ ଶାସନ ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲେ । ଏହାସହ ସେ ଇଂରେଜମାନଙ୍କ ବ୍ରେକଫାଷ୍ଟକୁ ଭଲ ପାଉଥିଲେ । ଅଧିକ ପଢ଼ନ୍ତୁ

ବ୍ରିଟିଶଙ୍କ ଭୟ ଥିଲେ ନେତାଜୀ, ଗୃହବନ୍ଦୀ ଥିଲାବେଳେ ଏମିତି ଦେଉଥିଲେ ବାର୍ତ୍ତା
ବ୍ରିଟିଶଙ୍କ ଭୟ ଥିଲେ ନେତାଜୀ, ଗୃହବନ୍ଦୀ ଥିଲାବେଳେ ଏମିତି ଦେଉଥିଲେ ବାର୍ତ୍ତା
author img

By

Published : Nov 28, 2021, 6:04 AM IST

କୋଲକାତା: ପଶ୍ଚିମବଙ୍ଗର ଦାର୍ଜିଲିଂ ନିଜର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ ଜଣାଶୁଣା । ତା ସହିତ ଏହି ବଣ ପାହାଡ଼ ଘେରା ପର୍ଯ୍ୟଟନସ୍ଥଳୀ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀଙ୍କ କିଛି କାହାଣୀ ଲେଖି ରଖିଛି । ଏଠାରୁ ଆମକୁ ଜାଣିବାକୁ ମିଳିବ ଯେ ସେହି ସ୍ବାଧୀନତା ସଂଗ୍ରାମୀ ଇଂରେଜମାନଙ୍କ ବ୍ରେକଫାଷ୍ଟକୁ କିଛି ସମୟ ପାଇଁ କେତେ ଭଲ ପାଉଥିଲେ ।

ବ୍ରିଟିଶଙ୍କ ଭୟ ଥିଲେ ନେତାଜୀ, ଗୃହବନ୍ଦୀ ଥିଲାବେଳେ ଏମିତି ଦେଉଥିଲେ ବାର୍ତ୍ତା

ଦାର୍ଜିଲିଂ ରାସ୍ତାରେ ଯେତେ ଉଚ୍ଚକୁ ଯିବେ ଘନ କୁହୁଡ଼ି ସେତେ ବଢ଼ିବଢ଼ି ଯିବ । ଏଠାକୁ ଆସିବା ପରେ ପ୍ରକୃତିର ମୁକ୍ତ ବାୟୁ ଆପଣାର କରିନିଏ । ପାହାଡ଼ ମଧ୍ୟରେ ଏକ ନିଆରା ଗାଁ ଗିଦ୍ଦାପାହାଡ଼ । ଜଣେ ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ଦୃଢ଼ତା, ଅଦମ୍ୟ ସାହାସ ଓ ମନୋବୃତ୍ତିର ମୁକସାକ୍ଷୀ । ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମାତୃଭୂମି ପାଇଁ ବଳିଦାନ ଦେବାକୁ ଆହ୍ୱାନ ଦେଇଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗିଦ୍ଦାପାହାଡ଼ କିଛି ଏଭଳି ହିଁ ପରିଚୟ ରଖିଛି ।

ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସ ନେତାଜୀଙ୍କ ବିନା ଅଧାଅଧୁରା । ସେ ଜଣେ ଏଭଳି ବ୍ୟକ୍ତି ଥିଲେ, ଯିଏ ଏକାକୀ ବ୍ରିଟିଶର ଉପନିବେଶବାଦ ଶାସନ ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲେ । ଏଥାପାଇଁ ନେତାଜୀଙ୍କ ଉପରେ ଇଂରେଜମାନେ ସବୁବେଳେ ନଜର ରଖୁଥିଲେ । ଯାହାର ଫଳ ସ୍ବରୂପ ଗିଦ୍ଦାପାହାଡ଼ ଉପରେ ୧୯୩୬ ମସିହା ଜୁନ ମାସରେ ନେତାଜୀଙ୍କୁ ୬ ମାସ ନଜରବନ୍ଦୀ ହୋଇ ରହିବାକୁ ପଡ଼ିଥିଲା ।

ଭାରତର ସ୍ବାଧୀନତା ସଂଗ୍ରାମରେ ନେତାଜୀ ନିଜକୁ ଏକ ଅନୁଷ୍ଠାନ ରୂପରେ ଗଢ଼ି ନେଇଥିଲେ । ଗୋଟିଏ ପଟେ ୧୯୪୨ରେ ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ଲୋକ ଯୋଗ ଦେଉଥିଲେ । ଅନ୍ୟପଟେ ନେତାଜୀ ନିଜ ଅନ୍ଦାଜରେ ଇଂରେଜମାନଙ୍କୁ ମାତ୍‌ ଦେବାକୁ ପ୍ରୟାସ ଜାରି ରଖିଥିଲେ । ପ୍ରାପ୍ତ ହୋଇଥିବା ଦସ୍ତାବିଜ୍‌ ମୁତାବକ ଉପନିବେଶବାଦ ଶକ୍ତିମାନେ ମଧ୍ୟ ନେତାଜୀଙ୍କ ଉପରେ ନଜର ରଖୁଥିଲେ ।

ଗିଦ୍ଦାପାହାଡ଼ ଉପରେ ଥିବା ବିଶାଳ ବଙ୍ଗଳାକୁ ସୁଭାଷ ବୋଷଙ୍କ ବଡ଼ଭାଇ ଶରତ ବୋଷ ୧୯୨୨ ମସିହାରେ କିଣି ନେଇଥିଲେ । ଛୁଟି କାଟିବାକୁ ବୋଷ ପରିବାର ଏହି ବଙ୍ଗଳାକୁ ହିଁ ଆସୁଥିଲେ । ଏଥିରେ ପରିବାରରେ ସୁଭାଷ ବୋଷ ମଧ୍ୟ ସାମିଲ ରହୁଥିଲେ । କିନ୍ତୁ ୧୯୩୫ ମସିହାରେ ପରିସ୍ଥିତି ବଦଳିବା ଆରମ୍ଭ କଲା । ନେତାଜୀଙ୍କୁ ସେହି ଘରେ ହିଁ ବନ୍ଦୀ କରାଗଲା । ଏହି ସମୟରେ ତାଙ୍କ ବଟଲ୍‌ର୍‌ କାଳୁ ସିଂହ ଲାମା ବାହ୍ୟ ଦୁନିଆ ବିଷୟରେ ସୂଚନା ଦେଉଥିଲେ । ନେତାଜୀଙ୍କ ନୋଟ୍‌ ଓ ସନ୍ଦେଶକୁ ବ୍ରେଡ୍‌ ପୁଡିଂ ଭଳି ଖାଦ୍ୟ ମଧ୍ୟରେ ରଖାଯାଇ ନିର୍ଦ୍ଦିଷ୍ଟ ଲୋକଙ୍କୁ ପହଞ୍ଚାଉଥିଲେ ।

ନେତାଜୀ ଗୃହବନ୍ଦୀ ହୋଇ ରହିଥିବାବେଳେ ସେ କାହାକୁ ଭେଟିବାକୁ ଅନୁମତି ନଥିଲା । କେବଳ କାଳୁ ସିଂହ ଲାମା ହିଁ ତାଙ୍କୁ ଭେଟୁଥିଲେ । କାଳୁ ହାତରେ ହିଁ ନେତାଜୀ ସମସ୍ତ ଗୁପ୍ତ ତଥ୍ୟ ବା ଡକ୍ୟୁମେଣ୍ଟ ବାହାରକୁ ପଠାଉଥିଲେ । ଏଥିପାଇଁ କାଳୁ ସିଂହ ଏକ ଗୁପ୍ତ କଠୋରୀକୁ ଯାଇ ସମସ୍ତ ଗୁପ୍ତ ତଥ୍ୟକୁ ବ୍ରେଡ୍‌, ପୁଡିଂ ମଧ୍ୟରେ ସବୁ ତଥ୍ୟକୁ ନେଇ କୋଲକାତା ଆସୁଥିଲେ । ସେଠାରେ ତାଙ୍କୁ ଉତ୍ତର ମିଳିବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହୁଥିଲେ । ସେହି ସମୟରେ ବାହାର ଦୁନିଆ ସହ ଏଭଳି ଭାବେ ସମ୍ପର୍କ କରୁଥିଲେ ନେତାଜୀ ।

ନେତାଜୀ ଗୃହବନ୍ଦୀ ଥିବା ସମୟରେ ସେ ରବିନ୍ଦ୍ରନାଥ ଟାଗୋରଙ୍କୁ ପତ୍ର ଲେଖିଥିଲେ । ଏଥିପାଇଁ ବଙ୍କିମ ଚନ୍ଦ୍ର ଚଟ୍ଟପାଧ୍ୟାୟଙ୍କ ବନ୍ଦେମାତରମର କେତେକ ଶବ୍ଦ ବ୍ୟବହାର ହୋଇଥିଲା । ପରବର୍ତ୍ତୀ ସୟମରେ ଏହି ଘର ଏକ ସଂଗ୍ରହାଳୟ ପରିବର୍ତ୍ତିତ ହୋଇଛି । ନେତାଜୀ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଏସିଆନ ଷ୍ଟଡିସ୍‌ ପକ୍ଷରୁ ୧୯୯୬ ମସିହାରେ ଏହା ସରକାରଙ୍କ ହାତକୁ ଯାଇଥିଲା ।

ବଡ଼ଭାଇ ଶରତ ବୋଷଙ୍କୁ ଭେଟିବାକୁ ନେତାଜୀ ଗିଦ୍ଦାପାହାଡ଼କୁ ଆସୁଥିଲେ । ପରିବାର ସହ କିଛି ସମୟ ବିତାଇବା ପରେ ସେ ପୁଣି ଫେରି ଯାଉଥିଲେ । ଗିଦ୍ଦାପାହାଡ଼ରେ ନେତାଜୀ ଗୃହବନ୍ଦୀ ଥିବା ବେଳେ ଚାଲାଣ ହୋଇଥିଲା ମୋଟ ୨୬ଟି ଚିଠି ଓ କିଛି ନୋଟ୍‌ସ୍‌ । କେତେକ ଚିଠି ତାଙ୍କୁ ମଧ୍ୟ ପ୍ରେରଣ କରାଯାଇଥିଲା । ଆଜି ବି ଉଚ୍ଚ ଗିଦ୍ଦାପାହାଡ଼ ଉପରେ ଠିଆ ହୋଇଥିବା ବଙ୍ଗଳା ନେତାଜୀଙ୍କ କାହାଣୀ କହି ଗର୍ବ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.